ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କର ବୁଧବାର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ପ୍ରଫେସର ଦାସ ଦିଲ୍ଲୀର ନୋଏଡ଼ାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଗତ ୩ଦିନ ହେଲା ଚିକିତ୍ସାଧୀନ ଥିଲେ। ତେବେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ତଥା ସୁପ୍ରିମକୋର୍ଟର ଓକିଲ ବୁଲ୍‌ବୁଲ୍‌ ଦାସ ଓ ସାନ ଝିଅ ଗୀତାଞ୍ଜଳି ଦାସ ଉପସ୍ଥିତ ଥିଲେ। ପ୍ରଫେସର ଦାସ ଆଠଗଡ଼ରେ ସ୍କୁଲ ଶିକ୍ଷା ସମାପ୍ତ ପରେ ରେଭେନ୍‌ଶା କଲେଜରେ ଅଧ୍ୟୟନ କରିଥିଲେ। ସେ ରେଭେନ୍‌ଶା କଲେଜରେ ସ୍ନାତକରେ ଟପ୍ପର ହେବାପରେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ କେମ୍ବ୍ରିଜ୍‌ରେ ଇଂଲିଶରେ ଗବେଷଣା ଶେଷ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆର୍ଟସ୍‌ ଆଣ୍ଡ୍‌ ହ୍ୟୁମାନିଟିଜ୍‌ ବିଭାଗର ଡିନ୍‌ ହୋଇଥିଲେ। ପ୍ରଫେସର ଦାସ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସାଉଥ୍‌ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୯୯୫-୯୮ ପର୍ଯ୍ୟନ୍ତ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଇଂଲିଶ ଭାଷା ସାହିତ୍ୟରେ ସେ ଜଣେ ବିଶେଷଜ୍ଞ ଥିଲେ।


All Right Reserved By Dharitri.Com

ବାତ୍ୟା ତିତ୍‌ଲି ଯିବାର ୧୦ ମାସ : କ୍ଷତିଗ୍ରସ୍ତ ଚାଷୀ ପାଇଲେନି ବୀମା ରାଶି

ଖୋର୍ଦ୍ଧା ଅଫିସ,୨୩ା୮:ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ କୌଣସି କାରଣରୁ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ...

ଦ୍ୱିତୀୟ ସୋପାନ ମାନ୍ୟତା ପାଇଁ ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସ୍ବଚ୍ଛ ଭାରତ ମିଶନ ଭଳି ପ୍ରମୁଖ ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିିତା ଲାଗିରହିଛି। ଭୁବନେଶ୍ୱର ଖୋଲା ମଳତ୍ୟାଗମୁକ୍ତ ସହରର ପ୍ରଥମ...

ସିଏଏ: ଏକ ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉପତ୍ୀଡ଼ନ ସହ୍ୟ କରି...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

ଅଟୋ ଓଲଟି ଜଣେ ମୃତ: ୨ ଗୁରୁତର

ଚାନ୍ଦବାଲି,୧୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ନାନ୍ଦପୁର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କର କରାଣ୍ଡିମାଳ ଛକ ନିକଟରେ ସୋମବାର ରାତିରେ ଏକ ଯାତ୍ରିବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋ ଓଲଟି ଘଟଣାସ୍ଥଳରେ ଜଣଙ୍କର...

ସର୍ପ ଦଂଶନରେ ଯୁବକଙ୍କ ଗଲା ଜୀବନ

ପାଟଣା,୩୦।୫ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ଜାହିରା ସାହିରେ ସାପ କାମୁଡିଥିବା ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି...

ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ...

ଆଜିଠୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଗତବର୍ଷ ଡିସେମ୍ବର ଶେଷସୁଦ୍ଧା ଉଭୟ ବରିଷ୍ଠ...

Leave a comment

Your email address will not be published. Required fields are marked *