Posted inUncategorized

ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ

ପରଜଙ୍ଗ, ୩।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ବର୍ତ୍ତିବା ପାଇଁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଥିବା ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଆମ୍ବପଳାସ ଗ୍ରାମର ଶାନ୍ତନୁ ମହାପାତ୍ର।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶାନ୍ତନୁ ବୁଧବାର ଭୋର୍‌ ସାଢେ ୫ଟା ବେଳେ ୫୩ନଂ. ଜାତୀୟ ରାଜପଥରେ ବାଇକ୍‌ (ଓଡ଼ି ୧୯ ଏଚ୍‌ ୧୭୮୩) ଯୋଗେ ମହୁଲି ମଦ ନେଇ ଆମ୍ବପଳାସରୁ ତାଳଚେର ଆଡ଼କୁ ଯାଉଥିଲେ। ଏହି ସମୟରେ ଏକ ସ୍କର୍ପିଓରେ ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ଗିରଫ ଭୟରେ ସେ ବାଇକ୍‌କୁ ବ୍ରିଜ୍‌ ପାର୍ଶ୍ୱରେ ରଖିଦେଇ କିଛି ବାଟ ଦୌଡ଼ିଥିଲେ। ଅବକାରୀ ବିଭାଗ କର୍ମଚାରୀ ନିକଟତର ହୋଇଯିବାରୁ ସେ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ପାଣି ପରିବର୍ତ୍ତେ ବାଲିରେ ପଡ଼ିବାରୁ ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଳଚେର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ କର୍ମଚାରୀମାନେ ପହଞ୍ଚତ୍ଥିଲେ ମଧ୍ୟ ସେଠାରୁ ପଳାଇ ଆସିଥିବା ଅଞ୍ଚଳବାସୀ କହିଛନ୍ତି।
ଅନ୍ୟପଟେ ଏହି ଘଟଣା ପାଇଁ ଅବକାରୀ ବିଭାଗକୁ ଦାୟୀ କରିଛନ୍ତି ଶାନ୍ତନୁଙ୍କ ଭାଇ ମୁନୁ ମହାପାତ୍ର। ଏ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଅବକାରୀ ଏଏସ୍‌ଆଇ ବଟକୃଷ୍ଣ ରାଉଳ ମଦ ବାଇକ୍‌କୁ ପିଛା କରୁଥିବା ସ୍ବୀକାର କରିଛନ୍ତି। ହେଲେ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।

 


All Right Reserved By Dharitri.Com

Posted inUncategorized View All

ଚନ୍ଦ୍ର ଓ ସାମୁଦ୍ରିକ ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ଣ୍ଣମୀ ଜହ୍ନର ରୁପେଲି ଆଲୋକରେ ଆକାଶ ଯେତେବେଳେ ଆଲୋକିତ ହୋଇଯାଏ ସେତେବେଳେ ମୋତେ ଭାରି ଖୁସି ଲାଗେ। ଚନ୍ଦ୍ର କେମିତି...

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ବିମାନଯୋଗେ ନୂଆଦିଲ୍ଲୀ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ୫ ଦିନିଆ ବୋଲି ଜଣାପଡିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚି...

କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’: ଏବେଠୁ ‘ଆମ ପୋଲିସ-ଆମ ସୁରକ୍ଷା’

ଭୁବନେଶ୍ୱର,୨।୧(ବ୍ୟୁରୋ): କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଓଏସ୍‌ଏସ୍‌ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରାଯାଉଛି। ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ...

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ...

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି।...

ସଙ୍କୁଚିତ ହେଉଛି ବୃହସ୍ପତିର ରେଡ୍‌ ସ୍ପଟ୍‌

ସୌରଜଗତରେ ବୃହତ୍ତମ ଗ୍ରହ ଭାବରେ ବୃହସ୍ପତିକୁ ବିବେଚନା କରାଯାଇଥାଏ। ଏଥିରେ ଗତ କିଛି ଦଶନ୍ଧି ଧରି ଏକ ବଡ଼ ରେଡ୍‌ ସ୍ପଟ୍‌ ଉପରେ ଗବେଷଣା ଜାରି...

କୋଟାରୁ ଫେରୁଛନ୍ତି ସୁବର୍ଣ୍ଣପୁରର ୩୭ଛାତ୍ରୀଛାତ୍ର

ସୋନପୁର,୨।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ଜଣ ଛାତ୍ରୀଛାତ୍ର ଘରକୁ ପେରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଶନିବାର ମଧ୍ୟାହ୍ନ ୧୨ଟାରେ...

Leave a comment

Your email address will not be published. Required fields are marked *