ଭାରତୀୟ ଦଳର ବୃଦ୍ଧା ଫ୍ୟାନଙ୍କୁ ଟିକେଟ୍‌ ଦେବେ କୋହଲି

ବର୍ମିଂହାମ,୩।୭(ପିଟି)- ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦେଖିବା ଲାଗି ଚାରୁଲତା ପଟେଲ ନାମ୍ନୀ ଜଣେ ବୃଦ୍ଧା (୮୭) ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ। ଚାରୁଲତାଙ୍କୁ ଭାରତୀୟ ଦଳର ବଳକା ବିଶ୍ୱକପ୍‌ ମ୍ୟାଚ୍‌ ଲାଗି ବିରାଟ କୋହଲି ଟିକେଟ ପ୍ରଦାନ କରିବେ। ଏ ନେଇ ଅଧିନାୟକ କୋହଲି ପ୍ରତିଶ୍ରୁତି ଦେଇଥିବା ଚାରୁଲତା କହିଛନ୍ତି। ଭାରତୀୟ ଦଳର ପ୍ରତ୍ୟେକ ଚୌକାରେ ସେ ଭାରତୀୟ ପତାକା ଉଠାଉ ଦେଖାଉଥିଲେ। ଏହା କୋହଲିଙ୍କ ଧ୍ୟାନ ଆକର୍ଷଣ କରିଥିଲା। ମ୍ୟାଚ୍‌ ପରେ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ବୃଦ୍ଧା ଫ୍ୟାନଙ୍କ ଆଶୀର୍ବାଦ ନେଇଥିଲେ। ମ୍ୟାଚ୍‌ ପରେ କୋହଲି ମୋତେ ଭେଟିଥିଲେ। ମୁଁ ତାଙ୍କୁ ଭଲ ପ୍ରଦର୍ଶନ କରି ବିଶ୍ୱକପ୍‌ ଜିତିବାକୁ କହିଛି। ମୋତେ ଦଳର ବଳକା ଦୁଇରୁ ୩ଟି ମ୍ୟାଚ୍‌ ଉପଭୋଗ କରିବା ଲାଗି କୋହଲି କହିଥିଲେ। ହେଲେ ମୋ ପାଖରେ ଟିକେଟ୍‌ ନ ଥିବା ଜଣାଇଥିଲି। ଏହାପରେ ସେ ମୋତେ ଟିକେଟ୍‌ ସମ୍ପର୍କରେ ଚିନ୍ତା ନ କରିବାକୁ କହିଥିଲେ। ଏହି ଭାରତୀୟ ଦଳର ବଡ଼ ପ୍ରଶଂସକ ରାତାରାତି ସୋସିଆଲ ମିଡିଆରେ ପରିଚିତ ହୋଇଯାଇଛନ୍ତି।


All Right Reserved By

ଜସମିନ, ଆର୍ଯ୍ୟମାନଙ୍କୁ ଭବ୍ୟସ୍ବାଗତ

ଭୁବନେଶ୍ୱର, ୨୮।୪(ସ୍ପୋଟର୍‌ସ ବ୍ୟୁରୋ)- ଲାସ ଭେଗାସରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଆମେରିକା ଓପନ କରାଟେ ଚାମ୍ପିୟନଶିପ୍‌ରେ ଭାଗନେଇ ଶନିବାର ଫେରିଥିବା ଜସମିନ ପାର୍ଥସାରଥି...

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି...

ଆଇସିସି ବିଶ୍ୱକପ୍‌ ଗୀତ ରିଲିଜ୍‌ ହେଲା

ଲଣ୍ଡନ, ୧୮ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ପୁରୁଷ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ଗୀତ ଶୁକ୍ରବାର ରିଲିଜ ହୋଇଛି। ଏହାର ଶୀର୍ଷକ ‘ଷ୍ଟାଣ୍ଡ ବାଏ’...

ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ: ସଚିନ

ନୂଆଦିଲ୍ଲୀ, ୨୩।୫(ପି.ଟି.)- କ୍ରିକେଟ ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ଭାରତର ସମ୍ଭାବନାକୁ ନେଇ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର। ବିରାଟ କୋହଲିଙ୍କ ଦକ୍ଷତାକୁ...

ଫେଡରର ତୃତୀୟ ରାଉଣ୍ଡରେ

ଲଣ୍ଡନ, ୫ା୭ (ଏଏଫ୍‌ପି)-ରୋଜର ଫେଡରର ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦ୍ୱିତୀୟ ରାଉଣ୍ଡରେ ସେ ୬-୧, ୭-୬...

ଆଇସିସି ବିଶ୍ୱକପ୍‌: ପ୍ରଥମ ସେମିଫାଇନାଲ; ମାଞ୍ଚେଷ୍ଟରରେ ବର୍ଷାର ଖେଳ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୁଣି ଥରେ ବର୍ଷା ବାଧକ ସାଜିଛି। ବର୍ଷାଯୋଗୁ ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ବାତିଲ ହୋଇସାରିଥିବା ବେଳେ ମଙ୍ଗଳବାର...

ଜାତୀୟ ହୁଇଲଚେୟାର ଫେନ୍ସିଂ:୬ ସ୍ବର୍ଣ୍ଣ ସହ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର,୩୦ା୭ (କ୍ରୀଡ଼ା ପ୍ରତିନିଧି)- ଚେନ୍ନାଇର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୧୨ତମ ଜାତୀୟ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡ଼ିଶା ୬ ସ୍ବର୍ଣ୍ଣ ଓ...

ଧୋନୀଙ୍କ ସପକ୍ଷରେ କୋହଲି

ବର୍ମିଂହାମ,୧ା୭- ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ପରାଜିତ ହୋଇଛି। ଅନ୍ତିମ ଓଭରଗୁଡ଼ିକରେ ମହେନ୍ଦ୍ର ସିଂ ଧୋନୀଙ୍କ ଧିମା ବ୍ୟାଟିଂ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *