Posted inଖେଳ

ଫୁଟ୍‌ବଲ ଖେଳୁଥିବା ଗାଈ ଭିଡିଓ ଭାଇରାଲ

ପଣଜୀ,୩।୭(ଏଏଫ୍‌ପି)- ଗୋଆରେ କ୍ରିକେଟ ଅପେକ୍ଷା ଫୁଟ୍‌ବଲର ଲୋକପ୍ରିୟତା ଅଧିକ। ଏହା କାହାକୁ ଅଜଣା ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଗାଈ ଫୁଟ୍‌ବଲ ଖେଳୁଥିବାର ଦେଖିବାକୁ ମିଳିଛି। ଭିଡିଓ ଗୋଆର କୌଣସି ଏକ ଅଞ୍ଚଳରେ ଶୁଟ୍‌ କରାଯାଇଛି। ବଲକୁ ଗାଈଟି ତା’ର ୪ ଖୁରା ଓ ମୁଣ୍ଡରେ ଖେଳୁଛି। ବଲ ଛଡ଼ାଇବାକୁ ଉଦ୍ୟମ କରୁଥିବା ଖେଳାଳିଙ୍କୁ ତଡ଼ିବା ସହ ଗାଈ ଫୁଟ୍‌ବଲ ଦକ୍ଷତାର ପ୍ରଦର୍ଶନ କରିଥିଲା। ଜଣେ ଖେଳାଳି ବଲ ଛଡ଼ାଇବା ପରେ ଅନ୍ୟ ଖେଳାଳିଙ୍କୁ ପାସ୍‌ କରିଥିଲେ। ଏହି ଭିଡିଓକୁ ଜଣାଶୁଣା କ୍ରିକେଟ ଭାଷ୍ୟକାର ହର୍ଷା ଭୋଗ୍‌ଲେ ଟୁଇଟରରେ ଶେୟାର କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୬୨,୦୦୦ ପସନ୍ଦ କରିସାରିଲେଣି। ଏଥିରେ କିଛି ମଜାଦାର କମେଣ୍ଟ ଆସିଛି। ଏହା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଗାଈ ବୋଲି ଜଣେ କମେଣ୍ଟ କରିଛନ୍ତି।

 

 


All Right Reserved By

Posted inଖେଳ

ବିଶ୍ୱକପ୍‌ରେ ଭାରତଠାରୁ ହାରିବା ନୂଆ ନୁହେଁ

ଲଣ୍ଡନ, ୨୩ା୬ (ପି.ଟି.)-ରବିବାର ଖେଳାଯିବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ତାଙ୍କ ଦଳ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୨।୮(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ।...

‘କ୍ଷତାକ୍ତ ସତ୍ତ୍ୱେ ବ୍ୟାଟିଂ କରିଥିଲେ ଓ୍ବାଟ୍‌ସନ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ୧ ରନରେ ପରାସ୍ତ କରି ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ...

ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ: ବାଂଲାଦେଶର ସହଜ ବିଜୟ

ଡବ୍ଲିନ୍‌,୧୬।୫- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ବୁଧବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ୪୨ଟି ବଲ ବାକି ରଖି ୬ ଉଇକେଟରେ ଅତି...

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ...

କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌...

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ...

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *