Posted inଜାତୀୟ

ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାଜପାର ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଛନ୍ତି। ସେ ହେଉଛନ୍ତି ଗୁଜରାଟର ଭୀଭୂଭାଇ। ଗତ ଲୋକ ସଭା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ୍‌ ଯଦି ଜିତିବ ତେବେ ସେ ଅମରେଲିରୁ ଦିଲ୍ଲୀ ସାଇକେଲରେ ଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ତେବେ ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ଆସନ ଜିତିବା ପରେ ଭୀଭୂଭାଇ ତାଙ୍କ ପ୍ରତିଶୃତି ପାଳନ କରି ଅମରେଲିରୁ ଦିଲ୍ଲୀ ପାଖପାଖି ୧୨ ଶହ କିମି ସାଇକେଲରେ ଆସି ପହଞ୍ଚିଥିଲେ। ଭୀରୁଭାଇ ସାଇକେଲ ହ୍ୟାଣ୍ଡେଲରେ ମୋଦି ଏବଂ ଅମିତ ଶାହଙ୍କ ଫଟୋ ଲଗାଇ ଯାତ୍ରା କରିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସେ ମୋଦିଙ୍କୁ ଭେଟିଛନ୍ତି। ଭୀରୁଭାଇଙ୍କ ସହ ଏକ ଫଟୋ ପ୍ରଧାନମନ୍ତ୍ରୀ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ତାଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

ସିଏଏ-ଏନ୍‌ଆର୍‌ସିକୁ ନେଇ ହୋଇଥିବା ବୈଠକରେ ଯୋଗଦେଲେ ୨୦ ବିରୋଧୀ ଦଳ

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ...

ଜାମିନ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ବିଧାୟକ

ଅଗରତାଲା,୧୧।୬: ତ୍ରିପୁରା ସରକାରରେ ସାମିଲ ହୋଇଥିବା ଦଳ ଆଇପିଏଫଟି(ଇଣ୍ଡିଜିନିୟସ୍‌ ପିପୁଲ୍ସ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ଜଣେ ବିଧାୟକ ସେହି ଯୁବତୀଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ...

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି।...

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଇସ୍ତଫା ପତ୍ର ପଠାଇଲେ ମନୋଜ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀରେ ୨୧ ବର୍ଷ ପରେ ଶାସନ କ୍ଷମତାକୁ ହାତେଇବାକୁ ଆଶା ରଖିଥିବା ଭାଜପାକୁ ବିଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଛି। ନିର୍ବାଚନରେ ଶୋଚନୀୟ ପରାଜୟ...

ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ...

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା...

ସୁରକ୍ଷାକର୍ମୀ ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀଙ୍କ ନଜର: ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଆର୍ମି ଏବଂ ଆଇଏସ୍‌ଆଇ ସହାୟତାରେ ଷଡ଼ଯନ୍ତ୍ର ରଚାଯାଇଛି। ସୁରକ୍ଷାକର୍ମୀ ଅପହରଣ ଏବଂ ବିଭିନ୍ନ...

Leave a comment

Your email address will not be published. Required fields are marked *