Posted inଜାତୀୟ

ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ: କହିଲେ, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, କଂଗ୍ରେସ ଯେତେଶୀଘ୍ର ସମ୍ଭବ ଅଧ୍ୟକ୍ଷ ବାଛୁ

ନୂଆଦିଲ୍ଲୀ, ୩।୭: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାପାଇଁ ଜିଦ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। କିନ୍ତୁ ବୁଧବାର ରାହୁଲ କହିଛନ୍ତି, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, ଯେତେଶୀଘ୍ର ସମ୍ଭବ ସେତେଶିଘ୍ର ଦଳର ଅଧ୍ୟକ୍ଷ ଚୟନ କରିବା ଉଚିତ୍‌। ମୁଁ କୌଣସି ପରିସ୍ଥିତିରେ ବି ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି। ଦଳର ନୂଆ ଅଧ୍ୟକ୍ଷ ଚୟନ କରିବାରେ ଅଧିକ ବିଳମ୍ବ ହୋଇଗଲାଣି। ଖୁବଶିଘ୍ର ଓ୍ବାର୍କିଂ କମିଟି ବୈଠକ ଡକାଇ ଏନେଇ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏକ ଦଳୀୟ ବୈଠକରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ କହିଥିଲେ। ପ୍ରାୟ ଏକ ମାସ ହେବ ଦଳର ବିଭିନ୍ନ ନେତା ରାହୁଲଙ୍କୁ ପଦରେ ରହିବା ପାଇଁ ବୁଝାଉଛନ୍ତି। କିନ୍ତୁ ରାହୁଲ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।


All Right Reserved By

ଜମ୍ମୁ-କଶ୍ମୀର ଖବରଦାତାଙ୍କ ଉପରେ କଟକଣା: କେନ୍ଦ୍ର,ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ଖବରଦାତାମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରାଯିବା ସମେତ ସେମାନଙ୍କ ଉପରେ ଲାଗୁ ହୋଇଥିବା କଟକଣା ଉଠାଇଦେବା ପାଇଁ...

ଖାଇକୁ ଖସିଲା କାର: ୬ ଜୀବନ ଗଲା

ଡେରାଡୁନ, ୨୬।୬: ଉତ୍ତରାଖଣ୍ଡର ନ୍ୟୁ ତେହରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ କାର ଖାଇ ଭିତରକୁ ଖସିପଡିଛି। ଫଳରେ କାରରେ ଥିବା...

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।...

ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ସମୀକ୍ଷା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୭: ଦେଶର ସମସ୍ତ ଅର୍ଦ୍ଧସୈନିକ ବଳଙ୍କ କାର୍ଯ୍ୟ ଏଣିକି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିବେ। ଏହା ଅନ୍ତର୍ଗତ ଆଇଟିବିପି, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, ଏନ୍‌ଏସ୍‌ଜି...

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଆଉ ଏକ ନୂଆ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୧୮।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆସନ୍ତା ୨୧ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ପ୍ରତିଦିନ ସୋସିଆଲ ମିଡିଆରେ କିଛି...

ମୋଦି ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *