Posted inଫୁରସତ

ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…

ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କ ଉଦ୍ଦେଶ୍ୟରେ ହାତକଡ଼ି ଚଢ଼ାନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶ ନିଚମ୍‌ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଜାଲିନେର୍‌ ଗାଁରେ ରହିଛି ଖାଖର ଦେବଙ୍କ ମନ୍ଦିର। ଏଠାରେ ପ୍ରଭୁ ନାଗଦେବତାଙ୍କୁ ପୂଜା କରାଯାଏ। ବିଚାରଧୀନ ବନ୍ଦୀ ଜାମିନ ତଥା ନିର୍ଦ୍ଦୋଷରେ ଖଲାସ ପାଇଁ ରାତିରେ ଏଠାକୁ ପୂଜା କରିବାକୁ ଆସିଥାନ୍ତି। ତାଙ୍କର ମାନସିକ ପୂରଣହେଲେ ସେମାନେ ପୁଣି ଏଠାକୁ ପୂଜା କରିବାକୁ ଆସି ନାଗଦେବତାଙ୍କୁ ହାତକଡ଼ି ଭେଟି ଦେଇଥାନ୍ତି। ଅନେକ ବର୍ଷ ଧରି ଏଠାରେ ଏହି ପରମ୍ପରା ଜାରି ରହିଛି। ମନ୍ଦିର ବାହାରେ ଅନେକ ହାତକଡ଼ି ଝୁଲୁଥିବାର ଦେଖିବାକୁ ମିଳିଥାଏ। ନାଗଦେବତାଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି।


All Right Reserved By Dharitri.Com

ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ ‘ନାନୋ’

ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି। ହେଲେ ନରଓ୍ବେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ...

ଏଟିଏମରୁ ଟଙ୍କା ବାହାର କରୁଛନ୍ତି କି? ରୁହନ୍ତୁ ସତର୍କ, ନଚେତ୍‌ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ...

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ...

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି...

ରାଜକୁମାରୀ ଡାଏନାଙ୍କ ଜିମ୍‌ ସ୍ବେଟ୍‌ଶାର୍ଟ ୩୭ ଲକ୍ଷ ଟଙ୍କାରେ ନିଲାମ

ରାଜକୁମାରୀ ଡାଏନା ଜିମ୍‌କୁ ପିନ୍ଧି ଯାଉଥିବା ସ୍ବେଟ୍‌ଶାର୍ଟକୁ ନିଲାମ କରାଯାଇ ୩୭ ଲକ୍ଷ ଟଙ୍କା( ୫୩, ୫୩୨ ଡଲାର )ରେ ବିକ୍ରି କରାଯାଇଛିି। ଶର୍ଟସ ସହ...

କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…

ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ...

ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ...

ଚକୋଲେଟ୍‌ ଦୁର୍ଗାମୂର୍ତ୍ତି

ଶକ୍ତିସ୍ବରୂପିଣୀ ମା’ ଦୁର୍ଗାଙ୍କ ପୂଜାକୁ ସାରା ଦେଶରେ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ। ପ୍ରତିବର୍ଷ ବିଭିନ୍ନ ପୂଜା କମିଟି ତରଫରୁ ବିଭିନ୍ନ ଥିମ୍‌ ଏବଂ କନ୍ସେପ୍ଟକୁ...

Leave a comment

Your email address will not be published. Required fields are marked *