Posted inଜାତୀୟ

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ ଜନଧନ ଯୋଜନାରେ ବ୍ୟାଙ୍କରେ ଗରିବ ଲୋକଙ୍କ ଖାତା ଖୋଲାଯାଇ ଏଟିଏମ୍‌ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଡ ଗୁଡିକ ସେମାନଙ୍କ ପାଖରେ ନ ପହଞ୍ଚି ନାଳରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଗ୍ରାମୀଣ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ପରେ ସେମାନେ ଆସି ଏଟିଏମ୍‌ଗୁଡିକୁ ନେଇଥିଲେ। ଏନେଇ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପଚରା ଯିବାରୁ ସେ କହିଥିଲେ, ଏଟିଏମ୍‌ଗୁଡିକୁ ଲୋକଙ୍କୁ ଦେବାପାଇଁ ପଠାଯାଇଥିଲା। କିନ୍ତୁ ସେଥିମଧ୍ୟରୁ କିଛି ଲୋକଙ୍କୁ ବ୍ୟାଙ୍କ୍‌ ଖାତା ବନ୍ଦ ହୋଇଥିବାବେଳେ ଆଉ କିଛି ବ୍ଲକ୍‌ ହୋଇଯାଇଥିଲା। ଫଳରେ ଏଗୁଡିକ ବଣ୍ଟାଯାଇପାରି ନ ଥିଲା ବୋଲି ସେ କହିଛନ୍ତି। ବନ୍ଦ ଲଫପାରେ ଥିବା ଏହି ଏଟିଏମ କାର୍ଡଗୁଡିକ ନାଳରେ କେମିତି ପଡିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।


All Right Reserved By

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ...

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦...

ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ...

ମେ ୨୩ ପୂର୍ବରୁ ଭାଙ୍ଗିବ ଏସପି-ବିଏସପି ମେଣ୍ଟ: ଯୋଗୀ

ଲକ୍ଷ୍ନୌ, ୧୬।୫: ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ମଧ୍ୟରେ ମେଣ୍ଟ ହେବା ପରେ ଉତ୍ତର ପ୍ରଦେଶରେ ରାଜନୈତିକ ସମୀକରଣ ବଦଳିବାର ଅନୁମାନ କରାଯାଉଛି। ଏନେଇ...

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ...

ରାଜନୀତି ଛାଡ଼ିବେ କୁମାରସ୍ବାମୀ

ହାସାନ୍‌, ୪ା୮(ପି.ଟି.): କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା କୁମାରସ୍ବାମୀ ରାଜନୀତିରୁ ସନ୍ୟାସ ନେବେ। ଏନେଇ ସେ ଶନିବାର ସଙ୍କେତ ଦେଇଛନ୍ତି। ଅକସ୍ମାତ୍‌ ସେ...

ଏହି ସ୍ମାର୍ଟଫୋନ ବ୍ୟବହାର କରନ୍ତି ମୋଦି, ଶାହ

ନୂଆଦିଲ୍ଲୀ, ୨୩।୬: ଆଜିକାଲି ସ୍ମାର୍ଟଫୋନ ଧରିବା ଅଛି ସମସ୍ତଙ୍କର ସଉକ। ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ...

କଂଗ୍ରେସର ଉଜୁଡ଼ା କ୍ଷେତକୁ ଜଗିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ !

ନୂଆଦିଲ୍ଲୀ, ୨୬।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୨୦୧୪ ତୁଳନାରେ ମାତ୍ର ୮ ଆସନ ଅଧିକ ହାସଲ କରିଛି। ପୂର୍ବରୁ ଏହା ୪୪ ଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *