ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା ସ୍ବାମୀଙ୍କୁ ଖୋଜୁଥିବା ବେଳେ ବୁଧବାର ବରଗଡ଼ ସହରର ଭଟ୍‌ଲି ଛକରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି।
ପ୍ରକାଶ ଯେ, ନାବାଳିକାଙ୍କ ପରିବାର ପ୍ରଥମେ ସୋନପୁରରେ ରହୁଥିଲେ। ବାପା ଜଣେ ଟ୍ରକ୍‌ ଡ୍ରାଇଭର। ତେବେ ମା’, ବାପାଙ୍କ ମଧ୍ୟରେ ଝଗଡ଼ା ହେବାରୁ ମା’ କୁଆଡ଼େ ପଳାଇଲେ। ଏହା ପରେ ବାପା ସମ୍ପୃକ୍ତ ନାବାଳିକା ଓ ତାଙ୍କର ଭାଇକୁ ନେଇ ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମରେ ଆସି ରହୁଥିଲେ । ତେବେ ସଂକ୍ରୀଡ଼ାରେ ରହିବା ସମୟରେ ବାପା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଯୋଗୁ ନାବାଳିକା ଜଣକ ଗତବର୍ଷ ଡିସେମ୍ବରରୁ ଘରୁ ପଳାଇ ଯାଇଥିଲେ । ସେତେବେଳେ ଭେଡ଼େନ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ତେବେ ଜିଲା ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)ଙ୍କୁ ଅବଗତ ନ କରି ପୋଲିସ ନାବାଳିକାଙ୍କୁ ଜିଲାର ଏକ ଆଶ୍ରମରେ ଗତ ଜାନୁୟାରୀ ୨୮ତାରିଖରେ ରଖିଥିଲା। ମାତ୍ର ଉକ୍ତ ଆଶ୍ରମରେ ମଧ୍ୟ ନିର୍ଯାତନା ଦିଆଯାଉଥିବା ଯୋଗୁ ସେଠାରୁ ସେ ଖସି ଆସିଥିଲେ ଏବଂ ପରେ ଆଶ୍ରମ କର୍ତ୍ତୃପକ୍ଷ ପୁଣି ତାଙ୍କୁ ସେଠାକୁ ନେଇ ରଖିଥିଲେ ବୋଲି ନାବାଳିକା କହିଛନ୍ତି। ଆଶ୍ରମ କର୍ତ୍ତୃପକ୍ଷ ଗତମାସ ଫେବୃୟାରୀ ୨ତାରିଖରେ ବରଗଡ଼ର ଜଣେ ଯୁବକଙ୍କ ସହିତ ବିବାହ ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକ୍ରି ଦେଇଥିଲେ। ସମ୍ପୃକ୍ତ ଯୁବକ ତାଙ୍କୁ ଏକ ଭଡ଼ାଘରେ ରଖିଥିଲେ। ହେଲେ ଗତ ୬ଦିନ ହେବ ସେ ମଧ୍ୟ ତାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଥିବା ନାବାଳିକା କହିଛନ୍ତି । ଏ ନେଇ ନାବାଳିକା ପୋଲିସକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ନାବାଳିକା ଏକ ଫ୍ୟାନ୍ସି ଷ୍ଟୋରରେ କାମ କରୁଥିବା ଯୋଗୁ ଏଥିରେ ଫ୍ୟାନ୍ସି ଷ୍ଟୋର ମାଲିକଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି ।


All Right Reserved By Dharitri.Com

ଓଡ଼ିଶା ସାଉଣ୍ଡ୍‌ ଡିଜାଇନର୍‌ଙ୍କୁ ଫିଲ୍ମଫେୟାର

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସାଉଣ୍ଡ୍‌ ଡିଜାଇନର୍‌ ନୀହାର ରଞ୍ଜନ ସାମଲ। ୬୫ତମ ଫିଲ୍ମଫେୟାର ଆଓ୍ବାର୍ଡରେ ସାଉଣ୍ଡ୍‌ ଡିଜାଇନ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ...

ଭୋଗ ଦଖଲରେ ଜବରଦଖଲକାରୀ: ଖଜଣା ଭରୁଛନ୍ତି ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର, ୨୩ା୨(ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ ନେଇ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ମାପଚୁପ ଚାଲିଛି। ହେଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ...

ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର: ପ୍ରତିବାଦରେ ଜିଲା ଆଦିବାସୀ ସଂଘର ଶୋଭାଯାତ୍ରା

ମାଲକାନଗିରିି, ୧୧।୯(ଡି.ଏନ୍‌.ଏ)- ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ ନିର୍ମାଣ କରିବା ପ୍ରତିବାଦରେ ମଙ୍ଗଳବାର ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଜିଲା ଆଦିବାସୀ...

ଭାଙ୍ଗିଲା ସୂର୍ଯ୍ୟମନ୍ଦିର ମୂର୍ତ୍ତି, ବିବାଦରେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସାଦା ପଥର ଲଗାଇବା ବିବାଦ ଥମିନାହିଁ।...

ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ...

ଇକୋ-ଟୁରିଜମ ସ୍ଥଳୀ ଭାବେ ବିକଶିତ ହେବ ୭ ସ୍ଥାନ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଚାନ୍ଦିପୁର, ଚିତ୍ରକୋଣ୍ଡା, ସତୀଗୁଡା, କୋରାପୁଟ, ଟେନ୍‌ସା, ନୂଆପଡ଼ାର ପାତ୍ରୋଡା ଡ୍ୟାମ୍‌ ଏବଂ ବରଗଡ଼ର ନୃସିଂହନାଥ ଆଦି ୭ଟି ସ୍ଥାନକୁ ନୂଆ ଇକୋ-ଟୁରିଜମ ସ୍ଥଳୀଭାବେ ବିକଶିତ...

ପୁଣି ଘୁଞ୍ଚିଲା ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଙ୍ଗ: ଫେବୃୟାରୀରେ ଆରମ୍ଭ ହେବ କାମ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେବାକୁ ଥିବା ରନ୍‌ଓ୍ବେ ରିକାର୍ପେଟିଙ୍ଗ କାର୍ଯ୍ୟ ଆହୁରି ଦୁଇ ମାସ ଘୁଞ୍ଚତ୍ଲା। ପୂର୍ବରୁ ନଭେମ୍ବର...

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ...

Leave a comment

Your email address will not be published. Required fields are marked *