ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା : ରାଜଧାନୀରେ ୧୫, କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେବ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟତଃ ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ଓ ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ରାଜଧାନୀର ପ୍ରମୁଖ ଇସ୍କନ ମନ୍ଦିରରେ ରଥଟଣା କାର୍ଯ୍ୟକ୍ରମ ଥିବାବେଳେ କଟକରେ ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ ମହାପ୍ରଭୁଙ୍କ ରଥଟଣା ହେବ। ଏହାସହ ବିିଭିନ୍ନ ଗଳି କନ୍ଦିରେ ଛୋଟ ରଥଟଣା ହେବ। ଏହାକୁ ନଜରରେ ରଖି ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ରହିବା ସହ ୫୦ ଅଫିସର ଓ କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଅଫିସର ନିୟୋଜିତ ହେବେ। ରଥଯାତ୍ରାରେ ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ମାଉସୀ ମା’ ମନ୍ଦିର ଯାଉଥିବା ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଏହାକୁ ଲାଗିଥିବା ପେରୀଫେରୀ ରାସ୍ତାକୁ ମଧ୍ୟ ସିଲ୍‌ କରାଯିବ। ଇସ୍କନ ରଥ ଏନ୍‌ଏଚ୍‌-୧୬ରେ ସିଆର୍‌ପି ଦେଇ ୮ ନମ୍ବର ମାଉସୀ ମା’ ମନ୍ଦିରକୁ ଯିବ। ଏହି ଏନ୍‌ଏଚ୍‌ରେ ରଥ ଯିବା ସମୟରେ ଯେଭଳି କିଛି ସମସ୍ୟା ନ ହୁଏ ସେଥିଲାଗି ଟ୍ରାଫିକ ପୋଲିସ ମୁତୟନ ରହିବେ। ସେହିଭଳି କଟକ-ପୁରୀ ବାଇପାସ ଉପରେ କମିଶନରେଟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ କଳ୍ପନା-ପୁରୀ ରାସ୍ତାରେ ଟ୍ରାଫିକ ସମସ୍ୟା ରହୁଥିବାରୁ ଯାତ୍ରୀମାନେ ପୁରୀ ବାଇପାସ ରାସ୍ତାଦେଇ ପୁରୀ ଯିବେ। ଏପରି କି ବିଳମ୍ବିତ ରାତିରେ ଯାତ୍ରୀମାନେ ସେହି ରାସ୍ତା ଦେଇ ଫେରିବେ। ତେଣୁ ଏହି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକାଧିକ ଟ୍ରାଫିକ ପୋଲିସ ନିୟୋଜିତ ହେବେ। ସବୁଠୁ ବଡ କଥା ହେଲା ବିଳମ୍ବିତ ରାତି ତଥା ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ଉକ୍ତ ରୋଡରେ ରହିବେ। ସେହିଭଳି ପୁରୀ-କଳ୍ପନା ଏନ୍‌ଏଚ୍‌ରେ ମଧ୍ୟ ଟ୍ରାଫିକ ପୋଲିସ ରଖାଯିବ। ବିଶେଷକରି ରବି ଟକିଜ, କଳ୍ପନା, ରସୁଲଗଡ ଛକଗୁଡିକରେ ଟ୍ରାଫିକ ପୋଲିସ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମହିଳାମାନେ ରଥଟାଣିବା ଓ ଭିଡ଼ ସମୟରେ ଲୁଟପାଟ ହେବାର ଅଧିକ ଚାଞ୍ଚ ରହିଛି। ତେଣୁ କିଭଳି ଏହି ଲୁଟେରାମାନଙ୍କୁ ସାବାଡ କରିହେବ ସେଥିଲାଗି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିପି ଅଫିସରେ ଡିସିପିଙ୍କୁ ନେଇ ଏକ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।


All Right Reserved By

ପାଟକୁରାରେ ଭାଜପା ନିଜସ୍ବ ଢଙ୍ଗରେ ଲଢ଼ି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର...

ସବୁଜିମା ଉଜାଡ଼ିଲା ଫନୀ : ଛାଡ଼ିଗଲା ଆହ୍ବାନ

ବାତ୍ୟା ‘ଫନୀ’ ଚାଲି ଯାଇଛି ସତ, କିନ୍ତୁ ‘ପରିବେଶ’କୁ ନେଇ ଚିନ୍ତା ବଢ଼ିଛି। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ଶହେବର୍ଷର ପୁରୁଣା ଗଛ ଭାଙ୍ଗି ନଷ୍ଟ...

ଟଳୁନି ବୈତରଣୀ ସେତୁ ବିପଦ

ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

ସୀମାନ୍ତରେ ଗୁଳି ବିନିମୟ:୨ ମାଓବାଦୀ ନିହତ, ଜଣେ ଗିରଫ

ମାଲକାନଗିରି,୧୪ା୭ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା: ଧରାପଡ଼ିଲେ ନାବାଳକ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ରସୁଲଗଡ ଛକ ନିକଟ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ ଧରିଛି। ପୋଲିସ ନାବଳକଙ୍କୁ...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ମାମଲା

କଟକ ଅଫିସ, ୯।୭: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନିର୍ବାଚନମଣ୍ଡଳୀର ସହିରୁଲ ହକ୍‌ ନାମକ...

ରାଜଧାନୀରେ ସିରିଜ୍‌ ଏନ୍‌କାଉଣ୍ଟର ଘଟଣା: ଲୁଟ୍‌ କାର୍‌ରେ ରାତି କାଟୁଥିଲେ ଗ୍ୟାଙ୍ଗ୍‌ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): କମିଶନରେଟ ପୋଲିସ ରାଜଧାନୀରେ ଗୋଟିଏ ଗ୍ୟାଙ୍ଗ୍‌ର ୫ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ପରେ ସେମାନଙ୍କ ସମ୍ପର୍କରେ ବହୁ ଗୁମର ଧୀରେ ଧୀରେ ପଦାକୁ ଆସିବାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *