ରଥତ୍ରୟ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ

ପୁରୀ ଅଫିସ,୩ା୭: ଦିନକ ପରେ ଅର୍ଥାତ୍‌ ଆସନ୍ତା ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ରଥ କେବଳ କାଷ୍ଠର ରଥ ବା ସାଧାରଣ ରଥ ନୁହଁନ୍ତି। ଏହି ରଥତ୍ରୟ ସ୍ବୟଂ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସ୍କନ୍ଦ ପୁରାଣର ୨୫ ଅଧ୍ୟାୟ ୧୨ ଶ୍ଲୋକରେ କୁହାଯାଇଛି ଯେ, ନିଖିଳ ଜଗତର ଆସନ ବା ଆଧାର ସେ ସ୍ବୟଂ ଆସନବିଗ୍ରହ ବା ରଥ। ଏଣୁ ସ୍ବୟଂ ଜଗନ୍ନାଥ ହିଁ ତାଙ୍କ ଯାନ ଅଟନ୍ତି। କାରଣ ତାଙ୍କଠାରୁ ଭିନ୍ନ ଆଉ ଅନ୍ୟ କିଛି ଆଧାର ରୂପ ଯାନ ନାହିଁ। ତେଣୁ ବଡ଼ଦାଣ୍ଡରେ ରଥଯାତ୍ରା ଅବସରରେ ଗଡ଼ୁଥିବା ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ଠାକୁରମାନଙ୍କର ଆସନ ବିଗ୍ରହ। ଠାକୁରମାନଙ୍କୁ ବସ୍ତ୍ର ଭୂଷଣରେ ସୁସଜ୍ଜିତ କଲାଭଳି ରଥଗୁଡ଼ିକୁ ମଧ୍ୟ ବସ୍ତ୍ର ଭୂଷଣରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କୁ ନୀଳାମ୍ବର କୁହାଯାଏ। ତେଣୁ ତାଙ୍କ ରଥ ଚକଗୁଡ଼ିକ ନୀଳବର୍ଣ୍ଣରେ ସୁସଜ୍ଜିତ କରାଯାଏ। ଏହି ରଥରେ ଯେଉଁ ବସ୍ତ୍ର ଆବରଣ କରାଯାଏ ତାହା ରକ୍ତ ଓ ନୀଳବର୍ଣ୍ଣ। ସେହିପରି ରଥର ଆୟୁଧ ଭାବେ ହଳ ଓ ମୂଷଳ ରହିଥାନ୍ତି। ସେହିଭଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୀତାମ୍ବର କୁହାଯାଏ। ସେଥିପାଇଁ ତାଙ୍କ ରଥ ଚକଗୁଡ଼ିକ ପୀତ ବା ହଳଦିଆ ବର୍ଣ୍ଣ। ନନ୍ଦିଘୋଷ ରଥକୁ ଯେଉଁ ବସ୍ତ୍ରରେ ଆବରଣ କରାଯାଏ ତାହା ହେଉଛି ପୀତ (ହଳଦିଆ) ଓ ଲୋହିତ। ଏହି ରଥର ଆୟୁଧ ଶଙ୍ଖ ଓ ଚକ୍ର। ସେହିପରି ଦେବୀ ସୁଭଦ୍ରାଙ୍କୁ ଶାସ୍ତ୍ରରେ କୁଙ୍କୁମାରୁଣା ବୋଲି କୁହାଯାଏ। ତେଣୁ ମା’ଙ୍କ ଦର୍ପଦଳନ ରଥର ଚକଗୁଡ଼ିକ କୁଙ୍କୁମ (ନାଲି) ବର୍ଣ୍ଣ। ମା’ ସୁଭଦ୍ରାଙ୍କ ରଥକୁ ଯେଉଁ ବସ୍ତ୍ରରେ ଆବୃତ୍ତ କରାଯାଏ ତାହାର ରଙ୍ଗ କୃଷ୍ଣ ଓ ଲୋହିତ ବର୍ଣ୍ଣ। ଏହି ରଥର ଆୟୁଧ ପଦ୍ମ ଓ କହ୍ଲାର। ଏହିସବୁ ଲକ୍ଷଣରୁ ଜଣାଯାଏ ରଥଗୁଡ଼ିକ କେବଳ କାଠ ନିର୍ମିତ ସାଧାରଣ ରଥ ନୁହଁନ୍ତି, ଠାକୁରମାନଙ୍କର ଆସନ ବିଗ୍ରହ। ଏହି ଆସନ ବିଗ୍ରହରେ ଆସୀନ ହୋଇ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ତେଣୁ ଶ୍ରୀଜଗନ୍ନାଥାଦି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ସେହି ଫଳ ରଥମାନଙ୍କୁ ଦର୍ଶନ କଲେ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି ଡ. ଦାଶ ମତବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୁଣା ଭୁବନେଶ୍ୱର, ୧୦।୧୨(ଡି.ଏନ.ଏ): ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କ୍ଷୁଦ୍ର ବ୍ୟବସାୟୀ ଉଠା ଦୋକାନୀମାନଙ୍କୁ ପ୍ରଥମେ...

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ଆଇଆଇଟି ଭୁବନେଶ୍ୱରକୁ ନୂତନ ଦାୟିତ୍ୱ: ସଡ଼କ ସୁରକ୍ଷାର ଅଡିଟ୍‌ କରିବ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଯାନବାହନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ୍‌ କରିବ ଆଇଆଇଟି ଭୁବନେଶ୍ୱର । ସଂସ୍ଥା ୬ ମାସରେ ଅଡିଟ୍‌ କରି ରିପୋର୍ଟ ପ୍ରଦାନ...

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ...

ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨(ପିଏମ୍‌ଜିଏସ୍‌ଓ୍ବାଇ)ରେ କେନ୍ଦ୍ର ସରକାର ୬୫୦ଟି ରାସ୍ତାର ଉନ୍ନତୀକରଣ ପାଇଁ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି।...

ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବିରେ ରବିବାର ଅନ୍ତେବାସିନୀମାନେ ଇନ୍ଦିରା ଗାନ୍ଧୀ ଆଦିବାସୀ ଛାତ୍ରୀ ନିବାସ ଆଗରେ ଧାରଣାରେ ବସିଥିଲେ। ହଷ୍ଟେଲ...

କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆରସିରେ ଅଭିଯୋଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେନ୍ଦ୍ରାପଡାରେ କାର୍ଯ୍ୟରତ ଜଣେ ଟିଭି ଖବରଦାତାଙ୍କୁ ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର...

Leave a comment

Your email address will not be published. Required fields are marked *