Posted inUncategorized

ଐତିହ୍ୟ ପୃଷ୍ଠାରୁ…: ସରସ୍ବତୀଙ୍କ ପ୍ରତୀକ ରୂପେ ପୂଜା ପାଏ ମାଦଳାପାଞ୍ଜି

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ ଯାତ୍ରା ହୋଇବ ସେହିଦିନ ପୁରୁଣା ମାଦଳାପାଞ୍ଜି ପଢି ପାଇକ, ଲେଙ୍କା, ମହାଜନ ଓଗେରଙ୍କୁ ଦେଉଳକରଣଙ୍କ ଉପସ୍ଥିତିରେ କହିବେ। ବାସ୍ତବରେ କେବଳ ତଢାଉକରଣ ମାଦଳାପାଞ୍ଜି ଲେଖୁ ନ ଥିଲେ। ଦେଉଳକରଣ ମଧ୍ୟ ଲେଖୁଥିଲେ। ଦେଉଳକରଣ ହେଉଛନ୍ତି ମହାନାୟକ ଶାଢିବନ୍ଧା କରଣ ସେବକ। ସାବାଳକ ହେବା ପରେ ପ୍ରଥମେ ଶ୍ରୀମନ୍ଦିର ନୀତିରେ ସେ ଜ୍ଞାନ ହାସଲ କରନ୍ତି। ମାଦଳାପାଞ୍ଜି କାମରେ ଜ୍ଞାନ ହାସଲ କରିବା ଅର୍ଥାତ୍‌ ପାଞ୍ଜି ପଢିବା ଓ ଲେଖିବାର ତରିକା ଜାଣିବା ପରେ ଶାଢି ବନ୍ଧାଇ ସେବା କରନ୍ତି। ତେଣୁ ଯାତ୍ରା ତିଥିରେ ତଢାଉକରଣ ତାଙ୍କ ଉପସ୍ଥିତିରେ ପୁରୁଣା ପାଞ୍ଜି ପଢି ପୂର୍ବରୁ କିପରି ନୀତି ହୋଇଥିଲା ତାହା ଜଣାଇଥାନ୍ତି।
ଶ୍ରୀମନ୍ଦିର ଉପାସନାର ସମସ୍ତ ଦିଗ କିପରି ଶୃଙ୍ଖଳିତ ହେବ ତା’ର ମାର୍ଗଦର୍ଶିକା ହେଉଛି ମାଦଳାପାଞ୍ଜି। ଏହା ପ୍ରାମାଣିକ ହେବା ସ୍ବାଭାବିକ। ମାଦଳାପାଞ୍ଜିକୁ ଏପରି ଗୁରୁତ୍ୱ ଦିଆଯାଏ ଯେ, ଗଜପତିଙ୍କ ଆଦେଶକ୍ରମେ ବର୍ଷକୁ ଦୁଇଥର ଗଣେଶ ପୂଜା ଓ ସରସ୍ବତୀ ପୂଜା ଦିନ ପୂଜା କରାଯାଏ। ଉଭୟ କରଣଙ୍କ ସହଯୋଗରେ ଏହି ପୂଜା ସମାପନ ହୁଏ। ମାଦଳା ପାଞ୍ଜିରେ ସତ୍ୟତା ନାହିଁ ବୋଲି ଅନେକ ଇତିହାସକାର ମତ ଦେଇଛନ୍ତି। ସେମାନେ ରାଏସାହେବ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଙ୍କଳିତ ମାଦଳାକୁ ଆଙ୍ଗୁଠି ଦେଖାଇଛନ୍ତି। ମନେହୁଏ ପୂଜାରେ ବସୁଥିବା ଲେଖା ପୋଥିକୁ ସେମାନେ ଦେଖିନାହାନ୍ତି।
ପୂର୍ବ ବର୍ଷମାନଙ୍କରେ ହୋଇଥିବା ନୀତିକୁ ଆଧାର କରି ଯଦି ଶ୍ରୀମନ୍ଦିରରେ ନୀତି ସମ୍ପାଦନ ହୋଇପାରୁଛି, ତାହା କଣ ମିଛ ଲେଖାକୁ ଆଧାର କରି ହେଉଛି! ପ୍ରକୃତରେ ଶହ ଶହ ବର୍ଷ ଧରି ମାଦଳା ଲେଖା ଚାଲିଛି। ତାକୁ ଠିକଣା ଢଙ୍ଗରେ ସଜାଇବାକୁ ଆମେ ବୋଧହୁଏ ଆଗୁଆ ହୋଇନେ। ମାଦଳା ଲେଖକଙ୍କ ବିନା ତଥା ଶ୍ରୀମନ୍ଦିର ପ୍ରଶାସନ ବିନା ଇଏ କାମ ସହଜ ନୁହେଁ।
ଲେଖା ଚାଲୁଥିବା ମାଦଳା କାଳପ୍ରବାହରେ ନଷ୍ଟହେବା ସ୍ବାଭାବିକ। ଯେତିକି ନଷ୍ଟ ହୋଇଥିବ ତା’ର ପୂର୍ବ ଓ ପର ପ୍ରସଙ୍ଗ ଅସଙ୍ଗତ ଲାଗିବ। ଜଣେ ବ୍ୟକ୍ତି ସଙ୍କଳନ କରିବା ସହଜ ନୁହେଁ, ତଥାପି ପୂଜ୍ୟ ଆର୍ତ୍ତବଲ୍ଲଭ ମହାନ୍ତି ଯେତିକି ସମ୍ଭବ ହୋଇଛି ତାକୁ ଏକାଠି କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଭାଗ ଅଧାବିଧା ରୂପରେ ଆମେ ଦେଖୁଛେ। ତଥ୍ୟ ଅନୁଯାୟୀ, ଏହାର ଅନେକ ଭାଗ ରହିଛି। ଗୋଷ୍ଠୀଗତ ଭାବରେ, ଶିକ୍ଷାନୁଷ୍ଠାନ କିମ୍ବା ପ୍ରଶାସନ ଏ ଦିଗକୁ ନଜର ପକାଇଲା ଭଳିଆ ଲାଗୁନାହିଁ। ଏହା ହିଁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ନ ଆସିବାର ପ୍ରଧାନ ରହସ୍ୟ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


All Right Reserved By Dharitri.Com

Posted inUncategorized View All

ନମସ୍ତେ ଟ୍ରମ୍ପ୍‌: ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୬ ଘଣ୍ଟା ଗସ୍ତ କାର୍ଯ୍ୟକ୍ରମରେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ପରିବାର ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର...

ରଥଖଳାରେ କାମ ପାଇଁ ଶ୍ରଦ୍ଧାଭାବ ଆବଶ୍ୟକ

ନନ୍ଦିଘୋଷ ରଥର ଅନ୍ୟତମ ବରିଷ୍ଠ ରୂପକାର ଲିଙ୍ଗରାଜ ମହାପାତ୍ର। ୫ବର୍ଷ ବୟସରେ ସେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ବାପା ଆର୍ତ୍ତତ୍ରାଣଙ୍କଠାରୁ ସେ...

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର...

ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍‌ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ...

ବାର୍ଟି ନମ୍ବର ଓ୍ବାନ

ବର୍ମିଂହାମ୍‌, ୨୪ା୬ (ଏଏଫ୍‌ପି)- ରବିବାର ଫାଇନାଲରେ ଜୁଲିଆ ଜର୍ଜେସଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରି ଆଶଲେ ବାର୍ଟି ବର୍ମିଂହାମ୍‌ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।...

ପାକିସ୍ତାନରେ ବିମାନ ଯାତ୍ରା ହେଲା ମହଙ୍ଗା

ଇସଲାମାବାଦ,୩୦।୫: ପାକିସ୍ତାନର ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀ ଏବେ ଆକାଶଛୁଆଁ ଦାମ୍‌ ହୋଇ ଯାଇଥିବା ବେଳେ ଚିନ୍ତାରେ ପାକିସ୍ତାନ ବାସୀ। ଖାଦ୍ୟ ସାମଗ୍ରୀ ପରେ ଏବେ...

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା...

Leave a comment

Your email address will not be published. Required fields are marked *