ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍‌ଲାମିକ୍‌ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍‌ ଗଚ୍ଛିତ ରଖିବା ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ତେହେରାନ ଘୋଷଣା କରିବା ପରେ ବିବାଦ ମୁଣ୍ଡଟେକିଛି। ରିଆକ୍ଟର ଇନ୍ଧନ ପାଇଁ ଉଦ୍ଦିଷ୍ଟ ୟୁରାନିୟମ୍‌ ବିପୁଳ ପରିମାଣରେ ଗଚ୍ଛିତ ରଖିବା ଯୋଗୁ ପରମାଣୁ ବୋମା ତିଆରିର ଆଶଙ୍କା ବଢ଼ିବାରେ ଲାଗିଛି। ତେହେରାନ୍‌ର ଏହି ପଦକ୍ଷେପକୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ସମେତ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଇରାନ ମିଳିତ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସିଓପିଏ) ଚୁକ୍ତି ସ୍ବାକ୍ଷର କରିଥିଲା। ଚୁକ୍ତିନାମା ଅନୁସାରେ ୟୁରାନିୟମ୍‌ ଉତ୍ପାଦନ ୯୮% ହ୍ରାସକରି ଏହାର ପରିମାଣ ୩୦୦ କେ.ଜି. ମଧ୍ୟରେ ସୀମିତ ରଖିବାକୁ ଇରାନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ମେ’ରେ ଏହି ଦେଶ ଏଥିରୁ ଅଧିକ ପରିମାଣର ୟୁରାନିୟମ୍‌ ଉତ୍ପାଦନ କରିଥିବା ନିରୀକ୍ଷକମାନେ ଜାଣିବାକୁ ପାଇଛନ୍ତି ବୋଲି ଏବେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ସ୍ପଷ୍ଟ କରିଛି। ଇରାନ ଅର୍ଥମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌ ସୋମବାର ଅପରାହ୍ନରେ ଘୋଷଣା କରିଛନ୍ତି ଯେ, ବେସାମରିକ ଆଣବିକ ଶକ୍ତି ପାଇଁ ଆବଶ୍ୟକ ୟୁରାନିୟମ୍‌ ଉତ୍ପାଦନ ସ୍ତର ତାଙ୍କ ଦେଶ ଟପି ସାରିଛି। ଚୁକ୍ତି ଅନୁସାରେ ୟୁରୋପୀୟମାନେ ଇରାନର ସ୍ବାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ପରବର୍ତ୍ତୀ ଟାର୍ଗେଟ ୩.୬୭% ଅତିକ୍ରମ କରିବ। କିନ୍ତୁ ସେମାନେ ନିଜ ପ୍ରତିଶ୍ରୁତି ରଖିବା ପାଇଁ ପଦକ୍ଷେପ ନେବା ଆରମ୍ଭ କଲେ ଇରାନ ଏଥିରୁ କ୍ଷାନ୍ତ ରହିପାରେ।
ବ୍ରିଟେନ ଓ ଜର୍ମାନୀ ଇରାନକୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ତାଗିଦ୍‌ କରିଥିବାବେଳେ ତେହେରାନ ଉପରେ ‘ସର୍ବାଧିକ ଚାପ’ ବଜାୟ ରହିବ ବୋଲି ଆମେରିକା କହିଛି। ଏହାକୁ ନେଇ କ୍ଷୁବ୍ଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଇରାନ ନିଜ ସୀମା ଅତିକ୍ରମ କରି ନିଆଁ ସହ ଖେଳୁଛି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଧ୍ୟ ୟୁରାନିୟମ୍‌ ଉତ୍ପାଦନ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ସେହିପରି କୌଣସି ପ୍ରକାର ଉଲ୍ଲଂଘନର ପରିମାଣ ଭଲ ହେବନାହିଁ। ଚୁକ୍ତି ଅନୁସାରେ ଇରାନ ଉପରେ ବହୁପାକ୍ଷିକ କଟକଣା ପୁନଃ ଜାରି କରାଯିବ ବୋଲି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଧମକ ଦେଇଛନ୍ତି। ଗତବର୍ଷ ଆମେରିକା ଆଣବିକ ଚୁକ୍ତିରୁ ଓହରି ତେହେରାନ ଉପରେ କଟକଣା ଜାରି କରିବା ପରଠୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏବେ ୟୁରାନିୟମ ଉତ୍ପାଦନରେ ସୀମା ଟିପବା ପରେ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଜେଙ୍ଗ୍‌ ଶୁଆଙ୍ଗ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ମଧ୍ୟପ୍ରାଚ୍ୟରେ ଚରମ ଉତ୍ତେଜନା ଲାଗିରହିଛି। ହର୍ମୁଜ୍‌ ପ୍ରଣାଳୀ ଆକାଶରେ ଆମେରିକାର ଏକ ଡ୍ରୋନ୍‌କୁ ଇରାନ ଖସାଇଦେଇଛି। ଆମେରିକାର ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ପଛରେ ତେହେରାନର ସମ୍ପୃକ୍ତି ଥିବା ନେଇ ଓ୍ବାଶିଂଟନ ଅଭିଯୋଗ ଆଣୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି।


All Right Reserved By Dharitri.Com

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପାଇଁ ନାଁ ବାଛିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଗତ ସପ୍ତାହରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପଦରୁ ଜନ୍‌ ବୋଲ୍ଟନଙ୍କୁ ପଦରୁ ହଟାଇବା ପରେ ମଙ୍ଗଳବାର ଏହି ପଦ ପାଇଁ ୫ ଜଣଙ୍କ...

ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ

ଦାର୍‌ ଏସ୍‌ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦...

ପାକିସ୍ତାନରେ ବଢି ଚାଲିଛି ଦରଦାମ

ଇସଲାମାବାଦ,୨୦।୫: ପାକିସ୍ତାନରେ ଦରଦାମ ଦିନକୁ ଦିନ ଆକାଶ ଛୁଆଁ ହୋଇଛି। ଇମ୍ରାନ ଖାଁଙ୍କ ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଛନ୍ତି। ବିଶେଷ...

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି...

ତାଲିବାନ ଆକ୍ରମଣରେ ୧୦ ଆଫଗାନ ସୈନ୍ୟ ନିହତ

କାନ୍ଦାହାର,୨୯ା୧୨(ଏଏଫ୍‌ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍‌...

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌...

ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧...

Leave a comment

Your email address will not be published. Required fields are marked *