ବଜେଟ ଆଲୋଚନା: ଅର୍ଥ ମନ୍ତ୍ରୀଙ୍କ ଉତ୍ତର: ଗଠନଧର୍ମୀ ମତାମତକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର ବିରୋଧୀ ଦଳର ଗଠନଧର୍ମୀ ପ୍ରସ୍ତାବକୁ ଗ୍ରହଣ କରିବେ। ଉତ୍ତମ ପ୍ରସ୍ତାବକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ସରକାର ସୀମା ଭିତରେ ରହି ଋଣ କରୁଛନ୍ତି। ଏପରି କି ନିୟମିତ ବ୍ୟବଧାନରେ ପରିଶୋଧ ମଧ୍ୟ କରାଯାଉଛି। ତେଣୁ ରାଜ୍ୟର ଋଣଭାର ନେଇ ବିରୋଧୀ ସଦସ୍ୟ ଭୟଭୀତ ହେବା ଅନୁଚିତ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର କହିଛନ୍ତି। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ପୂଜାରୀ ଏହି କଥା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ କୃଷିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏକଦା ରାଜ୍ୟ ୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ କରୁଥିଲା। ହେଲେ ତାହା ଅଦ୍ୟାବଧି ୫୫ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଚାଷୀର ବର୍ତ୍ତମାନ ଆୟଠାରୁ ଦ୍ୱିଗୁଣ କରାଯିବାର ସମସ୍ତ ପଦକ୍ଷେପ ନିଆଯିବ। କୃଷକଙ୍କୁ ଠିକ୍‌ ସମୟରେ ଉତ୍ତମ ବିହନ ଯୋiଗାଇ ଦିଆଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ଧାଡି ରୁଆ ପ୍ରଣାଳୀ ବେଶ୍‌ ଆଦୃତି ଲାଭ କରିଛି। ଚାଷୀଙ୍କୁ ସହାୟତାରେ କାଳିଆ ଯୋଜନା ବିଶେଷ ଭୂମିକା ନେବ। ୨୦୦୩ରୁ ୨୦୧୩ ମଧ୍ୟରେ ରାଜ୍ୟରେ ଥିବା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ନିରଞ୍ଜନ କହିଥିଲେ। ସେହିଭଳି ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରି ରାଜସ୍ବ ଆୟ କରିବାର ଲକ୍ଷ୍ୟ ରଖାଯାଇଛି। ସଞ୍ଜୀବ ହୋତା କମିଶନଙ୍କ ସୁପାରିସ ମଧ୍ୟ ଲାଗୁ କରାଯିବା ନେଇ ଚେଷ୍ଟା କରାଯିବ। ଖଣି ଅଞ୍ଚଳରେ କର ବ୍ୟବସ୍ଥାର ଯେଉଁ ପ୍ରସ୍ତାବ ଆସିଛି, ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ। ଖଣି କ୍ଷେତ୍ରରୁ ରାଜସ୍ବ ଆୟ ବୃଦ୍ଧି କରାଯିବ। ବଜେଟରେ କାର୍ଯ୍ୟକ୍ରମଭିତ୍ତିକ ଖର୍ଚ୍ଚ ଅଧିକ ରହିଛି। ସମାଜର ସବୁ କ୍ଷେତ୍ର ଓ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଏକଦା ଚାଉଳ ପାଇଁ ପଞ୍ଜାବ ଓ ହରିୟାଣା ଉପରେ ନିର୍ଭର କରୁଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)କୁ ସେହି ସବୁ ରାଜ୍ୟର ଯୋଗଦାନ ଥିଲା। ହେଲେ ଏବେ ସମୟ ବଦଳିଛି, ଓଡ଼ିଶା ଏକାଧିକ ଥର କୃଷି କର୍ମଣ ପୁରସ୍କାର ପାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଚାଉଳ ଯୋଗାଉଥିବା ମନ୍ତ୍ରୀ ପୂଜାରୀ କହିଛନ୍ତି। ସେହିପରି ବିଭିନ୍ନ ସଂସ୍ଥା ଉପରେ ବିଦ୍ୟୁତ ଶୁଳ୍କ, ଜଳ କର ଏବଂ ବାଣିଜି୍ୟକ କର ବକେୟା ରହିଛି। ସେସବୁର ଅସୁଲ ପ୍ରକ୍ରିୟା ଜାରି ରହିଛି। କେତେକ ମାମଲା ଅଦାଲତରେ ମଧ୍ୟ ରହିଛି, ତାହାର ସମାଧାନ ନେଇ ତ୍ୱରିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଦୁଇ ଦିନ ଧରି ଚାଲିଥିବା ବଜେଟ ଆଲୋଚନାରେ ଶାସକ ଓ ବିରୋଧୀ ଦଳରୁ ଅଂଶଗ୍ରହଣ କରିଥିବା ୨୨ ଜଣ ସଦସ୍ୟଙ୍କୁ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।


All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର...

‘ମୋ ବସ୍‌’ ଷ୍ଟପ୍‌ରେ ପାର୍କିଂ, କାର୍‌ ନମ୍ବରରେ ଚାଲାଣ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସହରରେ ଥିବା ବିଭିନ୍ନ ‘ମୋ ବସ୍‌’ ଷ୍ଟପ୍‌ ଓ ଏହା ସମ୍ମୁଖରେ ଲୋକେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ଏଥିଯୋଗୁ ବସ୍‌ ଚଳାଚଳ...

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ...

୭୫% ଉପସ୍ଥାନ ନ ଥିଲେ ପରୀକ୍ଷା ମନା

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି କଲେଜ ଛାତ୍ରୀଛାତ୍ର। ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ...

କବିକସ୍ତୁରୀ ଫାଉଣ୍ଡେଶନର ବାର୍ଷିକୋତ୍ସବ: ‘ହାଡ଼ିବନ୍ଧୁ ପାଢ଼ୀ ଙ୍କୁ ବିଚାରକ ମଉଡ଼ମଣି ସମ୍ମାନ

କଣାସ,୧୬ା୧(ସ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ଅବସ୍ଥିତ କବିକସ୍ତୁରୀ ଫାଉଣ୍ଡେଶନର ସପ୍ତଦଶତମ ବାର୍ଷିକ ଉତ୍ସବ ବୁଧବାର ବିଜୟ ବିହାରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ...

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ଅଧିକ ବିମାନ। କିଛି ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଦୁବାଇ ଓ...

ଅପରେଶନ ପାଇଁ ଡିସେମ୍ବର ଯାଏ ଅପେକ୍ଷା

କଟକ ଅଫିସ,୨।୭: ୨୦୧୫ ଅଗଷ୍ଟ ଶେଷ ସପ୍ତାହରେ କଟକ ଶିଶୁଭବନ ଜାତୀୟ ଗଣମାଧ୍ୟମର ଆକର୍ଷଣରେ ରହିଥିଲା। କାରଣ ଗୋଟିଏ ସପ୍ତାହରେ ଏହି ପ୍ରିମିୟର ସ୍ବାସ୍ଥ୍ୟାନୁଷ୍ଠାନରେ ୫୦ରୁ...

Leave a comment

Your email address will not be published. Required fields are marked *