ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ, ୩ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ସମୟ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାରକୁ ନିଆଯିବ। ଗୁରୁବାର ରଥରେ ବସି ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ। ଅନ୍ୟପକ୍ଷରେ ମଙ୍ଗଳବାର ସାହାଣମେଲା ଦର୍ଶନ ବେଳେ ଭିତରକାଠ ପାଖରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୋମବାର ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୧ଟା ୨୫ରେ ବନକଲାଗି ନୀତି ବଢିବା ପରେ ନେତ୍ରୋତ୍ସବ ନୀତି ଆରମ୍ଭ ହୋଇଥିଲା। ସାଢେ ୧ଟାରେ ଚକା ଅପସର କରାଯାଇଥିଲା। ପଟିଦିଅଁଙ୍କ ପାଖରେ ୧ଟା ୫୦ରେ ମଙ୍ଗଳ ଆଳତି ହୋଇ ଅବକାଶ ନୀତି ବଢିବା ପରେ ପଟିଦିଅଁ ମଣ୍ଡଳୀ ଘରକୁ ବିଜେ ହୋଇଥିଲେ। ଅନ୍ୟ ଠାକୁରମାନେ ଦକ୍ଷିଣୀଘରକୁ ବିଜେ କରିଥିଲେ। ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଅଧଘଣ୍ଟାଏ ବିଳମ୍ବ ହୋଇଥିଲା। ପରିମାଣିକ ଦର୍ଶନ ଅପରାହ୍ନ ୨ଟା ୪୫ରେ ଆରମ୍ଭ ହୋଇ ୩.୪୫ ପର୍ଯ୍ୟନ୍ତ ଚାଲିଥିଲା। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର, ସାତପାହଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠ ପାଖରେ ଦର୍ଶନ କରିଥିଲେ। ୩.୪୫ରେ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଏହି ଦର୍ଶନ ସମୟକୁ ୧୫ମିନିଟ୍‌ ବୃଦ୍ଧି କରାଯାଇଥିଲା। ଭକ୍ତମାନେ ଭିତରକାଠରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ତେବେ ଏହି ସମୟରେ ଭିତରକାଠ ନିକଟରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ରାଜଲକ୍ଷ୍ମୀ ପଣ୍ଡା ଦର୍ଶନ କରୁଥିବା ସମୟରେ ଜଣେ ପୋଲିସ କର୍ମଚାରୀ ଚାଲ ଚାଲ କହି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ଡାହାଣ ଆଖି ପତା ଉପରେ ଆଘାତ ଲାଗିଛି। ଏ ନେଇ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି।
ବନକଲାଗି ନୀତି ଯୋଗୁ ମଙ୍ଗଳବାର ଭୋରୁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା। ଏହି ନୀତି ସମ୍ପନ୍ନ ହେବା ପରେ ମନ୍ଦିର ଦ୍ୱାର ଫିଟିଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଶେଷଦେବ ବିଶ୍ୱାଳ କହିଛନ୍ତି, ନବଯୌବନ ଦର୍ଶନ କରିବାକୁ ସକାଳୁ ଆସିଥିଲି। ଗତବର୍ଷ ସକାଳେ ସର୍ବସାଧାରଣ ଦର୍ଶନ ହୋଇଥିଲା। କିନ୍ତୁ ଏ ବର୍ଷ ଅପରାହ୍ନରେ ଦର୍ଶନ କରିବାକୁ ଭିତରକୁ ଛଡ଼ାଗଲା। ଯାହା ହେଉ ଠାକୁରଙ୍କୁ ଭଲଭାବେ ଦର୍ଶନ ପାଇଲି। ସେହିପରି କଟକର ସାଗରିକା ମହାନ୍ତି କହିଛନ୍ତି, ସର୍ବସାଧାରଣ ଦର୍ଶନ ସମୟରେ ଭିତର କାଠ ନିକଟରୁ ପୋଲିସ ଶୀଘ୍ର ବିଦା କରି ଦେଉଥିଲା। ତଥାପି ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିଥିବାରୁ ବହୁତ ଖୁସି ଲାଗୁଛି।


All Right Reserved By Dharitri.Com

ଜାତୀୟ ଡେଙ୍ଗୁ ଦିବସ : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ୬ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୨୫ଜଣ...

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ...

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଗିରଫ

ଭଣ୍ଡାରିପୋଖରୀ,୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଶନିବାର...

ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଫିସରସ୍ତରରେ ବୁଧବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷିବିଭାଗ ଅତିରିକ୍ତ ନିର୍ଦ୍ଦେଶକ(ଆଡମିନ୍‌)...

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଅପରେଶନ ଦ୍ୱାରା ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଦୁଇଭାଇ ଜଗା-କାଳିଆ ଖୁବ୍‌ଶୀଘ୍ର କଟକ ଏସ୍‌ସିବି ମେଡିକାଲକୁ ଆସିବେ। ଏନେଇ...

ଟ୍ରାଫିକ୍‌ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡ଼େ ଚାଲିଛି ଧରପଗଡ଼।...

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡଶ...

Leave a comment

Your email address will not be published. Required fields are marked *