ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି ଜଗତ୍‌ସିଂହପୁର ଶାଖା ବରିଷ୍ଠ ପରିଚାଳକ ରୁଦ୍ରପ୍ରତାପ ସାହୁଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୨୨୯/୧୯ ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସୋମବାର ରାତି ୨ଟା୩୦ରୁ ୪ଟା ଭିତରେ ଅଭିଯୁକ୍ତମାନେ ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ କରିଥିବା ସିସିଟିଭି ଫୁଟେଜ୍‌ରୁ ଜଣାଯାଇଛି। ସେମାନେ ଏଟିଏମ୍‌ ପଛ ଫାଟକ ଭାଙ୍ଗି ଭିତରେ ପଶିଥିଲେ। ପରେ ଏଟିଏମ୍‌ ଭାଙ୍ଗି ଟଙ୍କା ନେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହୋଇ ନ ଥିବା କୁହାଯାଉଛି।


All Right Reserved By Dharitri.Com

ଓଡ଼ଗାଁ ରାମ ନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା: ଧନୁଭଗ୍ନ ପାଇଁ ଶ୍ରୀରାମଙ୍କ ଗଙ୍ଗା ପାର

୧୭ା୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ମଙ୍ଗଳବାର ହେଉଛି ଚତୁର୍ଥ ସନ୍ଧ୍ୟା| ପ୍ରଭୁ ଶ୍ରୀରାମ,  ଅନୁଜ ଲକ୍ଷ୍ମଣ...

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ...

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ...

ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ...

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି...

ବ୍ୟବହାର ନ କରି ଫିଙ୍ଗାଯାଉଛି ବିପୁଳ ଔଷଧ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପ୍ରାଣୀ ଚିକିତ୍ସାଳୟ ପାଚେରି ବାହାରେ ପଡିଛି ବିପୁଳ ପରିମାଣର ଏକ୍ସପାଏରୀ ଔଷଧ। ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ବେଳେ ଔଷଧ...

ଶ୍ରୀଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡା ଅଫିସ, ୪ା୭: ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ଅବସରରେ ମାଉସୀମା ମନ୍ଦିର ଅଭିମୁଖେ ରଥରେ ଯାତ୍ରା...

ଏଟିଏମ୍‌ରେ ତାଲା ଯୋଗୁ ଗ୍ରାହକ ହନ୍ତସନ୍ତ

କୃଷ୍ଣପ୍ରସାଦ,୧୪ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କେନ୍ଦ୍ରଟିକୁ ଗତ ଜୁନ୍‌ ୧୩ ତାରିଖରେ କେହି ଦୁବୃର୍ତ୍ତ ଟଙ୍କା ଲୁଟ୍‌ ନିମନ୍ତେ ଭାଙ୍ଗି ଦେଇଥିଲେ।...

Leave a comment

Your email address will not be published. Required fields are marked *