ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌: କାମରେ ଆସୁନି ପୁରୁଣା ଯନ୍ତ୍ରପାତି

ଭାପୁର, ୩।୭(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟରେ ସୁଧାର ଆସୁନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ଟେଲିକମ୍‌ କମ୍ପାନୀ ନିଜକୁ ଆବଶ୍ୟକତା ଅନୁଯାୟୀ ଅତ୍ୟାଧୁନିକ କରିପାରିନାହିଁ। ଏକ୍ସଚେଞ୍ଜରେ ଲାଗିଥିବା ଯନ୍ତ୍ରପାତି ବଦଳାଯାଉନାହିଁ। ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି। ଏସବୁ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ଗ୍ରାହକମାନେ ଏବେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କରୁ ମୁହଁ ଫେରାଇବା ଆରମ୍ଭ କଲେଣି।
ଅଞ୍ଚଳର ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ସେବା ଯୋଗାଇଦେବାକୁ ଭାପୁର ମେଡିକାଲ ଛକରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏକ୍ସଚେଞ୍ଜ ରହିଛି। ମୋବାଇଲ ଯୁଗରେ ଯଦିଓ ଲ୍ୟାଣ୍ଡଲାଇନର ଆବଶ୍ୟକତା ହ୍ରାସ ପାଇଛି, ତଥାପି ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ପାଇଁ ଏବେ ବି ଜନସାଧାରଣ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ସ୍ଥାନରେ ଇଣ୍ଟରନେଟର ଆବଶ୍ୟକତା ଅନେକ। ହେଲେ ପୁରୁଣାକାଳିଆ ଯନ୍ତ୍ରପାତି ଯୋଗୁ ନେଟ୍‌ଓ୍ବାର୍କରେ ବିଭ୍ରାଟ ଦେଖାଦେଉଛି। ଅଧିକାଂଶ ସମୟ ବ୍ରଡ୍‌ବ୍ୟାଣ୍ଡ ସେବା ଉପଲବ୍ଧ ହେଉ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ସେହିପରି ଏକ୍ସଚେଞ୍ଜ, ଟାଓ୍ବାରକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ରହିଥିବା ଜେନେରେଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଅନ୍ୟ ବିକଳ୍ପ ନ ଥିବାରୁ ସାମାନ୍ୟ ବର୍ଷାପବନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲେ ବିଏସ୍‌ଏନ୍‌ଏଲ୍‌ ସେବାରେ ବ୍ୟାଘାତ ହେଉଛି। ଏକ୍ସଚେଞ୍ଜରେ ପରିଚାଳନାଗତ ସମସ୍ୟା ଲାଗିରହିଛି। ଏହାକୁ ସୁଧାରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଏ ନେଇ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପୃଷ୍ଟି କୁହନ୍ତି, ପୁରୁଣା ଯନ୍ତ୍ରପାତି ବଦଳରେ ଅତ୍ୟାଧୁନିକ ଅପ୍‌ଟିକ୍‌ ଫାଇବର ବିଛାଯିବା କାମ ଚାଲିଛି। ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ କେବୁଲ କ୍ଷତିଗ୍ରସ୍ତ ହେଉଛି। ଏହି କାରଣରୁ ସେବା ଯୋଗାଇଦେବାରେ ସମସ୍ୟା ସୃଷ୍ଟି ହେଉଛି। ଖୁବ୍‌ଶୀଘ୍ର ଏହାର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


All Right Reserved By Dharitri.Com

ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର...

ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ହେଲ୍‌ପର ଗିରଫ

ପୁରୀ ଅଫିସ, ୯ା୭ : ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘଟିଛି ଲଜ୍ଜାଜନକ ଘଟଣା। ସୋମବାର ରାତିରେ ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ...

ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି...

ବେଆଇନ ଖଣି ଖନନ: ଜିଲାପାଳଙ୍କ କୋର୍ଟରେ ଶୁଣାଣି, ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ...

ଲେଉଟିଲା ଶୀତ, ୫ ଦିନ ଥରାଇବ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ ପୁଣି ଲେଉଟିଛି ଶୀତ। ଅଦିନିଆ ବର୍ଷା ମାଟି ଭିଜାଇ ଚାଲିଯିବା ପରେ ଶୀତ ମାଡ଼ି ଆସିଛି। ଅସହ୍ୟ ଥଣ୍ଡାରେ ଥରୁଛି ସାରା...

ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ...

ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯ ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ...

୧୬ ଯାଏ ବର୍ଷା ନାହିଁ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଝାଡ଼ଖଣ୍ଡ ଏବଂ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଅପସରି ଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ,...

Leave a comment

Your email address will not be published. Required fields are marked *