୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ ଏଥିରେ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିଥିଲା। ସର୍ଭରକୁ ପ୍ରାୟ ୯ଟାରେ ଠିକ୍‌ କରାଯାଇଛି ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ତେବେ ଏହି କାରଣରୁ ଦିନର ଅବଶିଷ୍ଟ ଫ୍ଲାଇଟ ଚାଲିବାରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ଯାହାର ନୂଆ ସିଡ୍ୟୁଲ୍‌ ଜାରି କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶନିବାର ରାତି ସାଢ଼େ ୮ ଟା ଯାଏ ଉଡ଼ାଣ ପ୍ରଭାବିତ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସେସ ସିଷ୍ଟମ ଶନିବାର ପ୍ରତ୍ୟୁଷ ସାଢ଼େ ୩ଟାରେ ଖରାପ ହୋଇଯାଇଥିଲା।

ସର୍ଭର ଅଚଳ କାରଣରୁ ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଜାରି କରାଯାଇପାରି ନ ଥିଲା। ଫଳରେ ଉଡ଼ାଣ ପ୍ରଭାବିତ ହୋଇଥିଲା। ଲୋହାନୀ କହିଛନ୍ତି ଯେ, ସୋସିଆଲ ମିଡିଆ ଏବଂ କଲ୍‌ ସେଣ୍ଟର ଜରିଆରେ ପ୍ରଭାବିତ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। ତେବେ ଯାତ୍ରୀଙ୍କ ସଂଖ୍ୟା ଅତ୍ୟଧିକ ହେବା କାରଣରୁ କଲ୍‌ ସେଣ୍ଟର ସମସ୍ତ ଯାତ୍ରୀଙ୍କୁ ସୂଚନା ଦେବାରେ ବିଫଳ ହୋଇଛି। ବିମାନରେ ଯାଇ ପାରୁ ନ ଥିବା ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କୁ ଅନ୍ୟ ଏୟାରଲାଇନ ଜରିଆରେ ସିଫ୍‌ଟ କରାଯାଇଛି।

ତେବେ ସର୍ଭର ସାମୟିକ ଅଚଳ ହେବାର କାରଣ ଯାଞ୍ଚ କରାଯାଉଛି ବୋଲି ଲୋହାନୀ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆ ଏସ୍‌ଆଇଟିଏ କମ୍ପାନୀର ପାସେଞ୍ଜର ସର୍ଭିସେସ୍‌ ସିଷ୍ଟମ ବ୍ୟବହାର କରିଥାଏ। ଦେଶରେ କାର୍ଯ୍ୟରତ ଅନ୍ୟ କୌଣସି ଏୟାରଲାଇନ୍ସ ଏହି ସିଷ୍ଟମ ବ୍ୟବହାର କରନ୍ତି ନାହିଁ। ଗତବର୍ଷ ଜୁନ୍‌ ୨୩ରେ ଏୟାର ଇଣ୍ଡିଆର ଚେକ୍‌ ଇନ୍‌ ସଫ୍ଟଓ୍ବେୟାରରେ ଏଭଳି ପ୍ରଯୁକ୍ତିଗତ ତ୍ରୁଟି ଦେଖାଯାଇଥିଲା। ଏହାଦ୍ୱାରା ୨୫ ଘରୋଇ ଉଡ଼ାଣ ପ୍ରଭାବିତ ହୋଇଥିଲା।


All Right Reserved By Dharitri.Com

ମାଇକେଲ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ଫୀତି,ଅଭିବୃଦ୍ଧି

ନୂଆଦିଲ୍ଲୀ,୧୫-୧: ରିଜର୍ଭ ବ୍ୟାଙ୍କର ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଟିମ୍‌ରେ ଡେପୁଟି ଗଭର୍ନର ଭାବେ ଓଡ଼ିଶାର ବିଭୁ ପ୍ରସାଦ କାନୁନଗୋ...

ନିର୍ବାଚନ ଫଳାଫଳ ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୨୦।୫: ଚଳିତ ମାସ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପୁଞ୍ଜି ବଜାର ନଜର ଏବେ ଏହା ଉପରେ ରହିଛି। ସେହିଭଳି...

ଆକର୍ଷଣୀୟ ରିହାତି ଦେଉଛି ଦୁରିଆନ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ବ୍ରାଣ୍ଡ ଦୁରିଆନ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ଦୁରିଆନର ଶୋ’ରୁମରେ ଫ୍ଲାଟ ୫୦% ରିହାତି ପାଇ...

ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ...

ଫେସ୍‌ବୁକ୍‌ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ

ନୂଆଦିଲ୍ଲୀ,୨୯-୪: ଫେସ୍‌ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୩-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

ଜେନେରାଲ କାସିମ ସୁଲେମାନିଙ୍କ ଉପରେ ୟୁଏସ୍‌ ଏୟାର ଷ୍ଟ୍ରାଇକ୍‌ : ଭାରତ ବଜାର ଲାଗି ଚିନ୍ତାଜନକ

ନୂଆଦିଲ୍ଲୀ,୪-୧: ଇରାନର ଶୀର୍ଷ ସେନା ଅଧିକାରୀ ଜେନେରାଲ କାସିମ ସୋଲେମାନିଙ୍କ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁ ଶୁକ୍ରବାର ମୃତ୍ୟୁ ଘଟିଛି। ଏଥି ଯୋଗୁ ପଶ୍ଚିମ ଏସିଆ...

ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି...

Leave a comment

Your email address will not be published. Required fields are marked *