ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ ଚାଷୀ ଓ ଚାଷର ପ୍ରଭୁତ କ୍ଷତି ହେଉଥିବା ବେଳେ ବନବିଭାଗର ନିଦ ଭାଙ୍ଗୁ ନ ଥିବା ଦେଖିବାକୁ ମିଳିଛି। ସେମିତ ସ୍କ୍ବାର୍ଡଦ୍ୱାରା ହାତୀପଲକୁ ଘଉଡା ଯାଉଥିଲେ ମଧ୍ୟ ଚାଷ କ୍ଷୟକ୍ଷତିକୁ ରୋକାଯାଇ ପାରୁନାହିଁ। ମାସେ କାଳ ଧରି ହାତୀପଲ ଦ୍ୱାରା ଅଡଙ୍ଗାପାଳର ଆମ୍ବ ବଗିଚା ନଷ୍ଟ କରି ଆମ୍ବଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଗତ ସୋମବାର ସନ୍ଧ୍ୟାରେ ଚମ୍ପୁଆ ଏନଏସି ଅଞ୍ଚଳର ରାମଲା ଠାରେ ଧନୁର୍ଜୟ ଲାଗୁରୀଙ୍କ ୨ଏକର ପାଖାପାଖି ମକା ଫସଲ ଉଜାଡି ଦେଇଛନ୍ତି। ଆଉ ଅଳ୍ପଦିନ ପରେ ଏହି ଫସଲ ଆମଦାନୀ ହୋଇଥାନ୍ତା। ଗତ ସୋମବାର ସନ୍ଧ୍ୟା ସମୟରେ ୧୮ ଗୋଠିଆ ହାତୀପଲ ମୟୂରଭଞ୍ଜ ଆଡୁ ବୈତରଣୀ ନଦୀ ପାର ହୋଇ ରାମଲା ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ମକା ଫସଲ ଖାଇବା ସହିତ ମାଡି ଦଳି ମକା ଚାଷକୁ ଧ୍ୱଂଶ ବିଧ୍ୱଂଶ କରି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଏହି ହାତୀପଲ ଉପରେ ନଜର ରଖାଯାଇଥିଲେ ମଧ୍ୟ ଚାଷୀର ଚାଷକୁ ଏମାନଙ୍କ ମୁହଁରୁ ବଞ୍ଚାଇ ପାରୁନାହାନ୍ତି।


All Right Reserved By

ରାସ୍ତାକଡ଼ରେ ଦାନ୍ତକାଠି ପସରା; ଜଙ୍ଗଲ ଉପରୁ କମୁନି ନିର୍ଭରଶୀଳତା

କେନ୍ଦୁଝର, ୨୨।୭ (ସ୍ବ.ପ୍ର.)- ଦିନ ଥିଲା ଲୋକେ ଜଙ୍ଗଲ ଉପରେ ନିିର୍ଭର କରି ଚଳୁଥିଲେ। ସେମାନଙ୍କୁ ଜଙ୍ଗଲ ଦେଉଥିଲା ଦାନାପାଣି। ଦିନକୁ ଦିନ ଜଙ୍ଗଲ ସମ୍ପଦର...

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

ପାନୀୟ ଜଳ ପାଇଁ ଯିବାକୁ ପଡ଼ୁଛି ୧ କି.ମି.

ଚମ୍ପୁଆ, ୧୫ା୫(ଡି.ଏନ.ଏ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତ ମଝିସାହି ବାସିନ୍ଦାଙ୍କ ପାଇଁ ବଇରୀ ସାଜିଛି ଗାଁ ନଳକୂପ। ପାନୀୟ ଜଳ ପାଇଁ ପ୍ରାୟ ୧...

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ: ୧୧ ଆହତ

ଖଇରା, ୧୩ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଦାନ୍ତିଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ...

ଅସରାଏ ବର୍ଷାରେ ଜମୁଛି ପାଣି: ରୋଗୀ ହଇରାଣ

ତେଲକୋଇ, ୧୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଆଉଟଡୋର ସାମ୍ନାରେ ପାଣି ଜମୁଛି। ଅସରାଏ ବର୍ଷା ହେଲେ ଏହି ପ୍ରକାର ପରିସ୍ଥିତି ସୃଷ୍ଟି...

ଛିଣ୍ଡା ପଲିଥିନ ତଳେ ଜୀବନ

ଭୋଗରାଇ, ୨୯।୯(ଡି.ଏନ.ଏ.)-ଦାରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ପକ୍କାଗୃହ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ହେଲେ ପ୍ରଶାସନ...

ଥମୁନି ହାତୀ ଉପଦ୍ରବ

ଔପଦା, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମ ସନ୍ନିକଟ ପଶ୍ଚିମାଘାଟି ରାସ୍ତା ନିକଟସ୍ଥ ଅଞ୍ଚଳରେ କୁଲଡ଼ିହା ହାତୀପଲ ତାଣ୍ଡବ ଚଳାଇଛନ୍ତି। ସନ୍ଧ୍ୟା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *