Posted inUncategorized

ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ: ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ

କେନ୍ଦୁଝର, ୩ା୭(ସ୍ବ.ପ୍ର.)-ଗମନାଗମନର ସୁବିଧା ପାଇଁ ସବୁ ଗ୍ରାମକୁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ଗ୍ରାମାଞ୍ଚଳ ରାସ୍ତା ଘାଟର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ କେନ୍ଦୁଝର ଜିଲାର ଅନେକ ଗ୍ରାମକୁ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ସବୁ ଦିନିଆ ରାସ୍ତା ନ ଥିବାରୁ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରାସ୍ତା ନ ଥିବାରୁ ବର୍ଷା ଦିନରେ ଆମ୍ବୁଲାନସ ଗାଡି ପହଞ୍ଚି ପାରୁ ନ ଥିବାରୁ ରୋଗୀ ନେବା ଆଣିବା ରେ ବହୁ ସମସ୍ୟା ଦେଖାଦେଉଛି ା ଫଳରେ ରୋଗୀଙ୍କୁ ଖଟିଆ, ପାଛିଆ, ଭାର ଆଦିରେ ବୁହା ହୋଇ ଡାକ୍ତରଖାନା ଅଣାଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।
ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ ମଙ୍ଗଳବାର ଜଣେ ଜୁଆଙ୍ଗ ମହିଳାଙ୍କୁ ଗ୍ରାମବାସୀମାନେ ଝୁଡିରେ ବୋହି ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ନ ପାରି ଅଧ ରାସ୍ତାରେ ଅଟକି ଯାଇଥିଲା ା କେନ୍ଦୁଝର ସହର ଠାରୁ ପ୍ରାୟ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଜୁଆଙ୍ଗ, ମୁଣ୍ଡା ଆଦିବାସୀ ଲୋକ ରହୁଛନ୍ତି॥ ଠାକୁରଡିହିଠାରୁ ଗୋନାସିକା ରାସ୍ତାରୁ ଉକ୍ତ ଗ୍ରାମକୁ ଯାଇଥିବା ରାସ୍ତାଟି ଖରାପ ଥିବାରୁ ଲୋକ ମାନେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ କେହି ଶୁଣୁନାହାନ୍ତି। ଉକ୍ତ ଗ୍ରାମରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଣୁ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇଥାଏ ା ଆମ୍ବୁଲାନ୍ସ ଆସିଲେ ରାସ୍ତା ଭଲ ନ ଥିବାରୁ ଗ୍ରାମରେ ପହଞ୍ଚି ପାରେ ନାହିଁ ା ଏଣୁ ବାଧ୍ୟ ହୋଇ ରୋଗୀଙ୍କୁ ଗ୍ରାମରୁ ଝୁଡି ରେ ବୋହି ଆଣି ଆମ୍ବୁଲାନସ ନିକଟରେ ପହଞ୍ଚାନ୍ତି ବୋଲି ଜଣେ ସ୍ଥାନୀୟବାସୀ କହିଛନ୍ତି। ଏଣୁ ରୋଗୀ ବିଳମ୍ବରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥାଏ ା ଅନେକ ସମୟରେ ରୋଗୀ ଗୁରୁତର ହୋଇ ମୃତ୍ୟୁମୁଖରେ ପଡନ୍ତି ବୋଲି ସ୍ଥାନୀୟ ଅଧିବାସୀ ତଥା ଜଙ୍ଗଲ ସୁରକ୍ଷା ସମିତିର ସଭାପତି ପ୍ରାଣବଲ୍ଲଭ ଘଣା କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ଅନୁଷ୍କାଙ୍କ ନାଁ ନେବାରୁ ରାଗିଲେ ବିରାଟ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଅନେକ ବଡ ରେକର୍ଡ ରହିଛି। କୋହଲିଙ୍କ ବ୍ୟାଟିଂକୁ ଯେତେ ପ୍ରଶଂସା କରାଯାଏ, ଫ୍ଲପ୍‌ ହେଲେ...

ପୃଥିବୀର ୮୦ ପ୍ରତିଶତ ଲୋକ ଖାଉଛନ୍ତି କୀଟପତଙ୍ଗ: ଭାରତରେ ଶହେ ପ୍ରଜାତି ଖାଦ୍ୟ ଯୋଗ୍ୟ

ଆଲମୋରା,୭।୧୧: ଆଗାମୀ ଦିନରେ ପୃଥିବୀରେ ଖାଦ୍ୟ ସଙ୍କଟ ଦେଖାଯିବ। ଏପରିସ୍ଥଳେ କୀଟପତଙ୍ଗକୁ ଖାଦ୍ୟ ଭାବେ ବ୍ୟବହାର କରାଗଲେ ଏହି ସମସ୍ୟାର ସହଜରେ ସମାଧାନ ହୋଇପାରିବ। ସମ୍ପ୍ରତି...

କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି...

ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର

ଦୁବାଇ, ୨୭।୧୦(ଏଏଫପି): ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର ହୋଇଛନ୍ତି। ଏହି ଦୁଇଦଳ ଯଥାକ୍ରମେ ନାଇଜେରିଆ ଓ ବର୍ମୁଡାକୁ ହରାଇ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି।...

ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ...

ବାତ୍ୟା ଅମ୍ଫନ୍‌‌ ନେଲା ୨ ଜୀବନ

କୋଲକାତା,୨୦।୫: ପଶ୍ଚିମ ବଙ୍ଗର କିଛି ସ୍ଥାନରେ ମହାବାତ୍ୟା ଅମ୍ଫନ୍‌ ତାଣ୍ଡବ ରଚାଇଛି। ସ୍ଥଳଭାଗ ମୁହାଁ ହେଉଥିବା ଅମ୍ଫନ୍‌ ଯୋଗୁ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି।...

ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ...

କୁକୁଡ଼ାମାଂସ ଓ ବୀଜାଣୁ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବିଭିନ୍ନ ସମୟରେ ରାସ୍ତାକଡ଼ରୁ ବେଆଇନ ଖୋଖା (ତାରଜାଲିରେ ନିର୍ମିତ ବାକ୍ସ) ଭିତରେ ବସି ତାଙ୍କ ସାଥୀଭାଇଙ୍କ ମୁଣ୍ଡକାଟ ଦୃଶ୍ୟ ଦେଖୁଥିବା...

Leave a comment

Your email address will not be published. Required fields are marked *