Posted inଖେଳ

ଓ୍ବିମ୍ବେଲଡନ୍‌ ଟାଇଟଲ ଜିତିବା ଗଫ୍‌ଙ୍କ ଲକ୍ଷ୍ୟ

ଲଣ୍ଡନ, ୨ା୭ (ଏଏଫ୍‌ପି)- ମାତ୍ର ୧୫ ବର୍ଷ ବୟସରେ ସର୍ବ କନିଷ୍ଠ ଖେଳାଳି ହିସାବରେ ଓ୍ବିମ୍ବେଲଡନ ପାଇଁ ଯୋଗ୍ୟତା ହାସଲ କରିଥିବା ଆମେରିକାର କୋରି ଗଫ୍‌ଙ୍କ ଲକ୍ଷ୍ୟ ହେଉଛି ଏଠାରେ ଟାଇଟଲ ହାସଲ କରିବା। ସୋମବାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସେ ୫ଥର ଚାମ୍ପିୟନ ଭେନସ ଓ୍ବିଲିୟମ୍ସଙ୍କ ବିପକ୍ଷରେ ଏହି ସ୍ବଳ୍ପ ବୟସ୍କା ଖେଳାଳି ୬-୪, ୬-୪ ସେଟ୍‌ରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ଗଫ୍‌ ଓ ଭେନସ୍‌ଙ୍କ ମଧ୍ୟରେ ବୟସ ବ୍ୟବଧାନ ହେଉଛି ୨୪ ବର୍ଷ। ଗଫ୍‌ ଯେତେବେଳେ ଜନ୍ମ ହୋଇ ନ ଥିଲେ ଓ୍ବିଲିୟମ୍ସ ସେତେବେଳକୁ ଦୁଇଥର ଓ୍ବିମ୍ବେଲେଡନ ସିଙ୍ଗଲ୍ସ ଟାଇଟଲ ଜିତିସାରିଥିଲେ। ହେଲେ ଏହି ଭେଟେରାନ ଖେଳାଳିଙ୍କ ବିପକ୍ଷରେ ଗଫ୍‌ ନିର୍ଭୟ ସହକାରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା। ଭବିଷ୍ୟତରେ ଜଣେ ମହାନ ଟେନିସ ଖେଳାଳି ହେବା ଲାଗି ପିଲାଦିନରୁ ତାଙ୍କର ଅଭିଳାଷ ଥିବା ସେ କହିଛନ୍ତି।


All Right Reserved By

Posted inଖେଳ

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ...

ଓ୍ବାର୍ମଅପ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ

ସାଉଥମ୍ପଟନ୍‌, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର

ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ମାରାଡୋନାଙ୍କ ସଫଳ ଅସ୍ତ୍ରୋପଚାର

ବୁଏନ୍ସ ଏରିଜ୍‌, ୨୫।୭ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତାର...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ...

Virat Kohli shares emotional post after completing 11 years in international cricket

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ ପୂରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସୋମବାର ୧୧ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୧ ବର୍ଷ ତଳେ ଦିଲ୍ଲୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *