ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି, ଖେଳନ୍ତୁ ଗଲ୍ଫ

ଲଗାତର ଗୋଲ୍ଫ ଖେଳୁଥିବା ଲୋକଙ୍କ ଜୀବନକାଳ ଦୀର୍ଘ ହେବା ସହ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ହ୍ରାସ ପାଇଥାଏ। ବ୍ରିଟିଶ୍‌ ଜର୍ଣ୍ଣାଲ୍‌ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ୍‌ରେ ପ୍ରକାଶିତ ବିଶ୍ଲେଷଣରେ ୩୪୨ଟି ଗବେଷଣାର ନିଷ୍କର୍ଷକୁ ସାମିଲ କରାଯାଇଛି। ଏଥିରେ ସାର୍ବଜନିକ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ନୀତି କ୍ଷେତ୍ରରେ ୨୫ ବିଶେଷଜ୍ଞ ତଥା ଇଣ୍ଡଷ୍ଟ୍ରି ଲିଡର୍‌ ସାମିଲ ଥିଲେ। ବ୍ରିଟେନ୍‌ରେ ଏଡିନ୍‌ବର୍ଗ ୟୁନିଭର୍ସିଟିର ଗବେଷକଙ୍କ ଅନୁସାରେ, ନିଷ୍କର୍ଷରୁ ଜଣାପଡ଼ିଛି ଲଗାତର ଗଲ୍ଫ ଖେଳିବାର ସମ୍ପର୍କ ଦୀର୍ଘ ଜୀବନ ସହ ରହିଛି। ଆହୁରି ମଧ୍ୟ କହିଛନ୍ତି, ବୟସ୍କ ଲୋକଙ୍କର ଏହାଦ୍ୱାରା ଶକ୍ତି ଏବଂ ସନ୍ତୁଳନ ଉନ୍ନତ ହୋଇଥାଏ। ଗବେଷକଙ୍କ ମତରେ, ଏହି ଖେଳର ସିଧା ସମ୍ପର୍କ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧିତ ବିକାଶ ସହ ରହିଥାଏ। ଅଧିକାଂଶ ଲୋକ ଭାବିଥାନ୍ତି, ସକାଳୁ ଉଠି ବ୍ୟାୟାମ୍‌ କରିବା ଏବଂ ନିଜକୁ ଫିଟ୍‌ ରଖିବେ। କିନ୍ତୁ ସକାଳର ନିଦ ଭାଙ୍ଗିବା କେବେ ଯେ କଷ୍ଟକର ତାହା ସମସ୍ତଙ୍କୁ ଜଣା। ଏଣୁ ଗଲ୍ଫ ଖେଳ ସବୁଠୁ ଭଲ। ସକାଳ ହେଉ ଅବା ୪ଟା ସମୟରେ ଏହାକୁ ଖେଳିବା ସ୍ବାସ୍ଥ୍ୟ ପାଇଁ ନିରାପଦ। ଏହା ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ।


All Right Reserved By Dharitri.Com

ଶରୀର ସକ୍ରିୟ ରହିଲେ ଇନ୍‌ଫେକ୍‌ଶନ ଆଶଙ୍କା କମ୍‌ ଥାଏ

ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ସହ ଉପଯୁକ୍ତ ବିଶ୍ରାମ ନେବା, ତେବେ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ବେଳେବେଳେ ଶରୀରର କାର୍ଯ୍ୟଧାରାରେ ଶିଥିଳତା ପରିଲକ୍ଷିତ...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

ସର୍ଭିକାଲ କ୍ୟାନ୍‌ସର ପାଇଁ ଟିକା

ସର୍ଭିକାଲ କ୍ୟାନ୍‌ସର (ଜରାୟୁ ଗ୍ରୀବା କର୍କଟ) ପାଇଁ ଏକ ଟିକା ନିକଟରେ ଉଦ୍ଭାବିତ ହୋଇଛି। ଡେନ୍‌ମାର୍କର କୋପନହେଗେନସ୍ଥିତ ଡ୍ୟାନିଶ୍‌ କ୍ୟାନସର ସୋସାଇଟିର କ୍ୟାନ୍‌ସର ବିଶେଷଜ୍ଞମାନେ ଦୀର୍ଘ...

ସମ୍ପର୍କରେ ବିଚ୍ଛେଦଠୁ ଦୂରେଇ ରହିବା ଲାଗି ଜାଣନ୍ତୁ କିଛି ଟିପ୍ସ

ସମ୍ପର୍କ ମଧ୍ୟରେ ସାଧାରଣ ମନୋମାଳିନ୍ୟ ଏକ ସାଧାରଣ ଘଟଣା। ମାତ୍ର ଅନେକ ସମୟରେ ଛୋଟ କଥା ବଢ଼ି ସମ୍ପର୍କ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଥାଏ। ଆଧୁନିକ ଜୀବନଶୈଳୀ,...

ସମର ଫ୍ୟାଶନ

ଧୀରେ ଧୀରେ ଖରା ବଢ଼ିବାରେ ଲାଗିଛି। ଗରମ ଆଉ ଝାଳରେ କ’ଣ ପିନ୍ଧିଲେ ଆରାମ ଲାଗିବ ତାକୁ ନେଇ ସମସ୍ତଙ୍କ ଚିନ୍ତା। ହେଲେ ଆପଣ ଚାହିଁଲେ...

ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ।...

ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

Leave a comment

Your email address will not be published. Required fields are marked *