Posted inରାଜ୍ୟ

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ କୂଅରେ ପଡ଼ି ଯିବାରୁ ୫ ବର୍ଷ ବୟସର ୨ ଜଣ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ତ୍ରିନାଥ ବେହେରାଙ୍କ ପୁଅ ସୋମନାଥ ଏବଂ ଟୁକୁନା ବେହେରାଙ୍କ ପୁଅ ରାଜେଶ।

ମିଳିଥିବା ସୂଚନା ଅନୁସାରେ, ଗାଁ ନିକଟ ସ୍କୁଲ ପାଖରେ ତ୍ରିନାଥ, ସୋମନାଥଙ୍କ ସହ ୪ ଶିଶୁ ଖେଳୁଥିଲେ। ଅସାବଧାନତାବଶତଃ ତ୍ରିନାଥ, ସୋମନାଥ କୂଅରେ ପଡିଯାଇଥିଲେ। ଏ ନେଇ ଅନ୍ୟ ୨ ସାଙ୍ଗ ଗାଁରେ ଜଣାଇବା ପରେ ଗ୍ରାମବାସୀ ଉଭୟ ଶିଶୁଙ୍କୁ କୂଅରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତ୍ରିନାଥ ଏବଂ ସୋମନାଥ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ସମସ୍ୟା ବଢ଼ାଉଛି ଫେକ୍‌ କଲ୍‌: ୧୦୮ ଆମ୍ବୁଲାନ୍ସ ଡାକି ସମ୍ପର୍କୀୟଙ୍କ ଘରକୁ ଗଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ପାଇଁ ଦିନକୁ ଦିନ ଫେକ୍‌ କଲ୍‌ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଅସୁବିଧାର ବାହାନା କରି ଲୋକେ ଏହି ଜରୁରିକାଳୀନ...

ଓଡଗାଁ ଏନ୍‌ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା

ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ...

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର

ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ...

ବିଏମ୍‌ସିର ଦୁଇ ଟ୍ରକ୍‌କୁ ୩୩ ହଜାର ଜରିମାନା

ଭୁବନେଶ୍ୱର,୪।୩(ବ୍ୟୁରୋ): ସୋମବାର ସିଆର୍‌ପିଏଫ୍‌ ଛକରେ ଯାଞ୍ଚ୍‌ବେଳେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇ ବସ୍‌କୁ ଜବତ କରାଯିବା ସହ ୫୨ ହଜାର ୫ଶହ ଟଙ୍କା ଜରିମାନା କରିଥିଲା ଆର୍‌ଟିଓ।...

୨୪ ଘଣ୍ଟାରେ ସମଗ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ଅର୍ଥାତ୍‌ ୨୪ ଘଣ୍ଟା...

ଆକ୍ରମଣ କରି ଗ୍ୟାସ ଏଜେନ୍ସି କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ହଜାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୪।୫: ଭଦ୍ରକ ଜିଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା...

ନୂତନ ୫୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଜଣଙ୍କୁ ଛାଡ଼ି ୫୭ଜଣ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୫୮ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ତେବେ...

Leave a comment

Your email address will not be published. Required fields are marked *