Posted inଜାତୀୟ

ସମ୍ପର୍କୀୟଙ୍କ ଅଭିଯୋଗ: ୭ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଆଉ ଟଙ୍କା ନ ଥିବା ଜାଣି ଜୀବିତଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଲକ୍ଷ୍ନୌ,୨।୭: ଡାକ୍ତର ଜଣେ ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀୟମାନେ ମୃତଦେହ ସଂସ୍କାର କରିବାକୁ ନେବା ପୂର୍ବରୁ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା। ମୃତ ଘୋଷିତ ବ୍ୟକ୍ତିଙ୍କ ହାତ ଗୋଡ ଚାଲୁଥିବା ଲକ୍ଷ୍ୟ କରିଥିଲେ ତାଙ୍କର ଜଣେ ସମ୍ପର୍କୀୟ ଆଉ ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ତାଙ୍କର ବ୍ରେନ୍‌ ଏପର୍ଯ୍ୟନ୍ତ ଡେଡ୍‌ ହୋଇନି ବୋଲି ଏବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ମହମ୍ମଦ ଫାରୁକ ନାମକ ଜଣେ ଯୁବକ ଜୁନ୍‌ ୨୧ରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ଗତ ସୋମବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫାରୁକଙ୍କ ଭାଇ ମହମ୍ମଦ ଇରଫାନ୍‌ କହିଛନ୍ତି ଉକ୍ତ ଘରୋଇ ହସ୍ପିଟାଲରେ ସେମାନେ ଚିକିତ୍ସା ବାବଦକୁ ପ୍ରାୟ ୭ ଲକ୍ଷ ଟଙ୍କା ଦେଇଛନ୍ତି। ହେଲେ ଧୀରେ ଧୀରେ ଟଙ୍କା ସରିଯିବା କଥା ଡାକ୍ତର ଜାଣିବା ପରେ ସୋମବାର ଫାରୁକଙ୍କୁ ମୃତ ଘୋଷଣା କରିଥିବା ଭାଇ ଇରଫାନ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ...

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ...

ସମ୍ବିଧାନ ଆଧାରିତ କବିତା ଲେଖି ସମ୍ମାନିତ ହେଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୩୧।୮: ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ସୁନିଲ କୁମାର ଗୌତମ ସମ୍ବିଧାନ ଆଧାରିତ କବିତା ସଂକଳନ ‘ସମ୍ବିଧାନ କାବ୍ୟ’ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ...

ମୁମ୍ବାଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ମୁମ୍ବାଇ,୧୯।୧: ରବିବାର ସକାଳେ ଡ୍ରିମ୍‌ ରନ୍‌ ମୁମ୍ବାଇ ମାରାଥନ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହର...

ନିଜ ମନ୍ତ୍ରୀଙ୍କଠାରୁ ହାରିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୪ା୧୨: ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ନିଜ ଆସନରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।...

ଆସ୍ଥାଭୋଟ ବିରୋଧରେ ଯିବ ଏନ୍‌ସିପି

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭାରେ ଯଦି ଆସ୍ଥାଭୋଟ ନିଆଯାଏ ତେବେ ଭାଜପା ବିରୋଧରେ ଏନ୍‌ସିପି ଭୋଟ ଦେବ ବୋଲି ଏହାର ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି। ଯଦି...

ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଯାତାୟାତ ମନା

ନୂଆଦିଲ୍ଲୀ,୨୦ା୪(ପି.ଟି.): ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ସେହି ରାଜ୍ୟରେ କାର୍ଯ୍ୟ କରିବା ଲାଗି ସୁଯୋଗ ପ୍ରଦାନ କରାଯିବ। ସେମାନେ କେତେକ...

ଗୁଜରାଟର ୬୭ ବିଧାୟକଙ୍କୁ ଜୟପୁର ନେଲା କଂଗ୍ରେସ

ଅହମଦାବାଦ, ୧୭।୩: ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନିଜ ୬୭ ବିଧାୟକଙ୍କୁ ଜୟପୁର ନେଇଯାଇଛି। ୧୮୨ଆସନ ବିଶିଷ୍ଟ ରାଜ୍ୟ...

Leave a comment

Your email address will not be published. Required fields are marked *