ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ ଆସିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୋମବାର ସୂଚନା ଦେଇଛନ୍ତି। ମୁଦ୍ରା ଋଣ ଯୋଜନା ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ଜୁନ ୨୧ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ୧୯ କୋଟିରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରିଛନ୍ତି। ଏହି ମାମଲାଗୁଡିକରେ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ମାମଲାଗୁଡିକରେ ବ୍ୟାଙ୍କର ୧୦୩ କର୍ମଚାରୀ ଜଡ଼ିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାମିଲନାଡୁରେ ସର୍ବାଧିକ ୩୪୪ ଠକେଇ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ସ୍ଥାନରେ ଛତିଶଗଡ ରହିଛି। ଏଠାରେ ୨୭୫ ଠକେଇ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶରେ ୨୪୧ ମାମଲା ଆସିଛି।
ସେହିଭଳି ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ମୋଟ ଋଣ ମଧ୍ୟରୁ ୨୦୧୭-୧୮ରେ ୨.୫୨% ଏନ୍‌ପିଏ ଥିବା ବେଳେ ଏହା ୨୦୧୮-୧୯ରେ ୨.୬୮% ରହିଛି। ସୂଚନା ମୁତାବକ ମୁଦ୍ରା ଋଣର ଶିଶୁ ଶୃଙ୍ଖଳାରେ ଏନ୍‌ପିଏ ହ୍ରାସ ଘଟୁଛି। ଏହା ୨୦୧୬-୧୭ରେ ୪.୧୪% ରହିଥିଲା ବେଳେ ୨୦୧୭-୧୮ରେ ୧.୯୩% ଏବଂ ୨୦୧୮-୧୯ରେ ୧.୨୯%କୁ ଖସିଛି। ପ୍ରଦାନ କରାଯାଇଥିବା ଋଣର ଅସୁଲ ଲାଗି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନିୟମକୁ ପାଳନ କରୁଥିମା ସୀତାରାମନ କହିଛନ୍ତି। ମୁଦ୍ରା ଋଣ ଯୋଜନାରେ ବର୍ତ୍ତମାନ ଶିଶୁ, କିଶୋର ଏବଂ ତରୁଣ ବର୍ଗରେ ଋଣ ପ୍ରଦାନ କରାଯାଉଛି।


All Right Reserved By Dharitri.Com

ଅର୍ଥନୀତି ଧିମା ହେବା ଚିନ୍ତାଜନକ: ରାଜନ

ନୂଆଦିଲ୍ଲୀ,୨୦-୮: ଦେଶର ଅର୍ଥନୀତି ଧିମା ହୋଇଯିବା ଚିନ୍ତାଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ୍‌ ରାଜନ ଦର୍ଶାଇଛନ୍ତି। ଶକ୍ତି ଓ ଅଣ ବ୍ୟାଙ୍କିଙ୍ଗ...

ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି।...

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

ମହଙ୍ଗା ହେବ ରେଳ ଯାତ୍ରା; ଇ-ଟିକେଟିଂ ଉପରେ ଆଦାୟ ହେବ ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୯-୮: ଭାରତୀୟ ରେଳବାଇ ଅନ୍‌ଲାଇନ ରିଜର୍ଭେଶନ ବ୍ୟବସ୍ଥା ଇ-ଟିକେଟିଂ ଉପରେ ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରିବାକୁ ଯାଉଛନ୍ତି। ଫଳରେ ଆଗାମୀ ଦିନରେ ରେଳଯାତ୍ରା ମହଙ୍ଗା...

ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ...

କଳାଧନ ନେଇ ଏଚ୍‌ଏସ୍‌ବିସି ତାଲିକା;ଏନ୍‌ଆର୍‌ଆଇ ମାନ୍ୟତାକୁ ଢ଼ାଲ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୯-୫: ଏଚ୍‌ଏସ୍‌ବିସିସ ତାଲିକାରେ ସାମିଲ ହୋଇଥିବା ଧନୀ ଭାରତୀୟ ଜରିମାନା ଏବଂ ସମ୍ଭବତଃ ମକଦ୍ଦମାରୁ ନିଜକୁ ରକ୍ଷା କରିବା ଲାଗି ଏବେ ନିଜର ଏନ୍‌ଆର୍‌ଆଇ ମାନ୍ୟତା(ପ୍ରବାସୀ...

ରେକର୍ଡ ୪୦ ହଜାର ଛୁଇଁ ସେନ୍‌ସେକ୍ସ ଖସିଲା

ମୁମ୍ବାଇ,୨୪-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଥିଲା। ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେବା ପରେ...

କଳିଙ୍ଗ ନଗରରେ ହେବ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ

ନୂଆଦିଲ୍ଲୀ,୨୯-୬-ଓଡ଼ିଶାର ଯାଜପୁର ଜିଲା କଳିଙ୍ଗ ନଗରରେ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ(ଏନ୍‌ଆଇଏମ୍‌ଜେଡ୍‌) ସ୍ଥାପନ ହେବ। ଏସଂକ୍ରାନ୍ତ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଶୁକ୍ରବାର ଚୂଡାନ୍ତ ମଞ୍ଜୁରୀ...

Leave a comment

Your email address will not be published. Required fields are marked *