ଯାଜପୁର ଜିଲା ବିକାଶର ଓଲଟା ଚିତ୍ର:୧୩୩ ଗ୍ରାମକୁ ସଡ଼କ ନାହିଁ

ଯାଜପୁର ଅଫିସ,୨।୭: ନିର୍ବାଚିତ ପ୍ରତିନିଧିମାନେ ଯାଜପୁରକୁ ବିକଶିତ ଜିଲା ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲାର ମୋଟ ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇ ନାହିଁ। କେନ୍ଦୁଝର ବିଧାୟକ ମୋହନଚରଣ ମାଝୀଙ୍କ ଦ୍ୱାରା ଉତ୍‌ଥାପିତ ବିଧାନସଭା ପ୍ରଶ୍ନସଂଖ୍ୟା ୧୯୬ (ତାରକା ଚିହ୍ନିତ) ଉତ୍ତରରେ ଏହା ଜଣାପଡ଼ିଛି।
ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ବିକାଶ ଧାରାକୁ ପଛରେ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ବିରୋଧୀ ଦଳର ପ୍ରଭାବ ନଗଣ୍ୟ ଥିବାରୁ ଜିଲାର ବିକାଶ ଗତାନୁଗତିକ ଭାବେ ଚାଲିଛି, ଯାହାର ଉଦାହରଣ ନଗଡ଼ା ଚିତ୍ରରୁ ସ୍ପଷ୍ଟ ବାରି ହେଉଛି। କେବଳ ନଗଡା ନୁହେଁ, ଜିଲାର ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡକ ସଂଯୋଗ ନ ହେବା ଦୁର୍ଭାଗ୍ୟଜନକ। ସୁକିନ୍ଦା ବ୍ଲକ ପଲାସଖୋଲି, ଧରମାସାହି, ସଂସାଇଲୋ ପଞ୍ଚାୟତର ଡୁବିଖାଲ, ସୁକିନ୍ଦାଗଡ ପଞ୍ଚାୟତର ପୁରୁଣାପାଣି ପ୍ରଭୃତି ଗ୍ରାମକୁ ରାସ୍ତା ନ ଥିବା ଜଣାପଡିଛି। ସେହିପରି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା-୨୦୪ ଉତ୍ତରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୧.୫୦ କି.ମି. ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୭୪.୫୨୩ କି.ମି. ସଡ଼କ ନିର୍ମାଣ କରିବାକୁ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ୫ ବର୍ଷ ଅବଧି ପୂର୍ଣ୍ଣ କରାଯାଇଥିବା ସମୁଦାୟ ୪୫୪.୪୭ କି.ମି. ପରିମିତ ରାସ୍ତା ମଧ୍ୟରୁ ସମ୍ପ୍ରତି ୯୮.୮୫ କି.ମି. ରାସ୍ତା ଅବସ୍ଥା ଠିକ୍‌ ନାହିଁ ଏବଂ ଏହି ରାସ୍ତାର ମରାମତି ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଉତ୍ତରରେ କୁହାଯାଇଛି। ତେବେ ଗ୍ରାମ୍ୟ ନିର୍ମାଣ ବିଭାଜନ ଜାରକା ଡିଭିଜନ୍‌ରେ ସମସ୍ତ ଗ୍ରାମକୁ ସଡ଼କ ନିର୍ମାଣ ହୋଇଛି ବୋଲି ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ବିଧାନସଭା ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ନିର୍ବାଚିତ ପ୍ରତିନିଧିମାନେ ନିଜ ଅଞ୍ଚଳର ବିକାଶ ହେଉଛି ବୋଲି ଦର୍ଶାଉଥିଲେ ହେଁ ଏହି ବିଧାନସଭା ପ୍ରଶ୍ନର ଉତ୍ତରରେ କେତେ ବିକାଶ ହୋଇଛି ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ତେବେ ସଡ଼କ ନ ଥିବା ଗ୍ରାମକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ଏବଂ ଏଥିପାଇଁ ୪୮୮୨.୭୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।


All Right Reserved By

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ...

ବଡ଼ଚଣାରେ ବିଜେଡି ଆଗୁଆ

ଯାଜପୁର ଅଫିସ,୨୩ା୫: ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବଡ଼ଚଣା ବିଧାନସଭା ଆସନ ଭୋଟ୍‌ ଗଣତିରେ ପ୍ରଥମ ୨୪ଟି ରାଉଣ୍ଡରେ ଭାଜପାର ଅମର ନାୟକ ଆଗୁଆ ରହିଥିବାବେଳେ...

ଆନନ୍ଦପୁର ବିଧାୟକଙ୍କୁ ସ୍ବାଗତ: ହାଟଡିହୀ ଅଞ୍ଚଳର ସମସ୍ୟା, ବିକାଶ ସମ୍ପର୍କରେ ଗୁରୁତ୍ୱ ପାଇଁ ଆଲୋଚନା

ହାଟଡିହୀ, ୩।୬(ସ୍ବ.ପ୍ର.): ହାଟଡିହୀ ବିକାଶ ମଞ୍ଚ ତରଫରୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ସ୍ବାଗତ କରାଯାଇଛି। ରବିବାର ସନ୍ଧ୍ୟାରେ ମଞ୍ଚ ସଭାପତି ନିତ୍ୟାନନ୍ଦ ପହୀଙ୍କ ନେତୃତ୍ୱରେ...

ରଣପୁର ରଥ ଯାତ୍ରା ପାଇଁ ପ୍ରସ୍ତୁତି: ରଣପୁର ଜଙ୍ଗଲରେ ମିଳୁନି ରଥ କାଠ

ରଣପୁର,୪ା୬(ସ୍ବ.ପ୍ର.)-ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ତରଫରୁ ସୋମବାର ରଣପୁର ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ...

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍...

ନାଉଗଁ।ରେ ବିଧାୟକଙ୍କ ପ୍ରଥମ ସୀମକ୍ଷା ବୈଠକ : ଠିକ୍‌ ତଥ୍ୟ ରଖିପାରିଲେନି ଅଧିକାରୀ

ନାଉଗଁ।,୪ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଥମଥର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କରିଛନ୍ତି। ତେବେ...

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ...

ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *