Posted inଜାତୀୟ

ଅମିତ ଶାହଙ୍କୁ ବୋମା ପକାଇ ଉଡାଇ ଦେବାକୁ ଧମକ

ବିଦିଶା, ୨।୭: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି ବୋଲି ମଧ୍ୟପ୍ରଦେଶର ବିଦିଶା ଜିଲାର ଗଞ୍ଜବାସୌଦା ବିଧାୟିକା ଲିନା ଜୈନ ଅଭିଯୋଗ କରିଛନ୍ତି। ତାଙ୍କ ନିକଟକୁ ଆସିଥିବା ଏକ ପତ୍ରରେ ଅମିତ ଶାହଙ୍କ ସହ ତାଙ୍କୁ ମଧ୍ୟ ହତ୍ୟା କରାଯିବାର ଧମକ ଦିଆଯାଇଛି। ଏହାସହ ମଧ୍ୟପ୍ରଦେଶର ଏକ ରେଳ ଷ୍ଟେଶନ ଏବଂ ଶାସକୀୟ ଡାକ୍ତରଖାନା ଉଡାଇଦେବାକୁ ଉକ୍ତ ପତ୍ରରେ ଲେଖାଯାଇଛି। ସୋମବାର, ମଧ୍ୟାହ୍ନରେ ଏହି ପତ୍ର ଡାକ ଯୋଗେ ତାଙ୍କ ପାଖକୁ ଆସିଥିଲା ବୋଲି ସେ ଲିନା କହିଛନ୍ତି। ପତ୍ର ଦେଖିବା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ। ସେପଟେ ଶାସକୀୟ ଡାକ୍ତରଖାନାର ପ୍ରଭାରୀ ଡା.ରବିନ୍ଦ୍ର ଚିଡାରଙ୍କୁ ମଧ୍ୟ କେହି ଅଜ୍ଞାତ ବ୍ୟକ୍ତି ଫୋନ କରି ଡାକ୍ତରଖାନା ଉଡାଇଦେବାକୁ ଧମକ ଦେଇଛନ୍ତି। ସେ ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By

ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ଗଡ଼କରୀ: ୮ ଦିନରେ କାମ ନ ହେଲେ ଲୋକଙ୍କୁ କହି ଆରମ୍ଭ ହେବ ମାଡ଼

ନୂଆଦିଲ୍ଲୀ,୧୮।୮: କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଲଘୁ ଉଦ୍ୟୋଗ...

ପିଲାଙ୍କ ସହ ମିଶିଲେ ମୋଦି

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲାଠାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

୮ ହଜାର ଅର୍ଦ୍ଧସାମରିକ ଯବାନ ଯିବେ ଜମ୍ମୁ-କଶ୍ମୀର: ଦେଶର ବିଭିନ୍ନ ସ୍ଥାନରୁ ହେବେ ଏୟାରଲିଫ୍ଟ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାକୁ ଅତିରିକ୍ତ ୮ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଯିବାର...

ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା

ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ...

ସରକାର ଯିବାର କିଛି ଘଣ୍ଟା ପୂର୍ବରୁ ନିଜ ପ୍ରତିଶୃତି ପାଳନ କଲେ କୁମାରସ୍ବାମୀ

ବେଙ୍ଗାଲୁରୁ, ୨୫।୭: ଦୁଇ ସପ୍ତାହ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବାରେ କୁମାରସ୍ବାମୀ ସରକାରଙ୍କ ଯଦିଓ ପତନ...

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ମାମଲା: ଭାଜପାର ପୂର୍ବତନ ଏମ୍‌ପିଙ୍କ ସମେତ ୭ ଦୋଷୀ

ଅହମଦାବାଦ,୭ା୭(ପି.ଟି.): ୨୦୧୦ରେ ସୂଚନା ଅଧିକାର କର୍ମୀ ଅମିତ ଜେଠଓ୍ବାଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଶନିବାର ଭାଜପାର ପୂର୍ବତନ ଏମ୍‌ପି ଦିନୁ...

ଦେଶ ପାଇଁ ଆବଶ୍ୟକ ଜଣେ ଭଲ ପ୍ରଧାନମନ୍ତ୍ରୀ; ଚୌକିଦାର ନୁହେଁ: ପ୍ରକାଶ ରାଜ୍‌

ପାଟନା,୨୮।୪: ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକ; ଚୌକିଦାର ନୁହେଁ। ଚୌକିଦାର ଖୋଜିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନ ଥାଏ। ଚୌକିଦାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *