ବନ୍ଦ ହୋଇଛି ୬.୮ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୨-୭: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୬.୮ ଲକ୍ଷ କମ୍ପାନୀ ବନ୍ଦ ହୋଇଛି। ଦେଶ ମଧ୍ୟରେ ୧୮.୯୪ ଲକ୍ଷ କମ୍ପାନୀ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ ଅଧିନରେ ପଞ୍ଜିକୃତ ଥିବା ବେଳେ ଏଗୁଡିକ ମଧ୍ୟରୁ ୩୬.୦୭% କମ୍ପାନୀ ବନ୍ଦ ହୋଇଛି। ବନ୍ଦ କମ୍ପାନୀଗୁଡିକ ମଧ୍ୟରେ ମହାରାଷ୍ଟ୍ରର ୧.୪୨ ଲକ୍ଷ କମ୍ପାନୀ ରହିଛି। ସେହିଭଳି ଦିଲ୍ଲୀର ୧.୨୫ ଲକ୍ଷ, ପଶ୍ଚିମବଙ୍ଗର ୬୭,୦୦୦ କମ୍ପାନୀ ରହିଛି। ସିକିମର କୌଣସି କମ୍ପାନୀ ବନ୍ଦ ହୋଇ ନାହିଁ। ଲଗାତର ଭାବେ ଦୁଇ ଆର୍ଥତ୍କ ବର୍ଷଧରି ରିଟର୍ନ ଫାଇଲ ଏବଂ ଆର୍ଥତ୍କ ପ୍ରମାଣପତ୍ର ଦାଖଲ କରିନ ଥିବା କମ୍ପାନୀଗୁଡିକର ପଞ୍ଜୀକରଣ ବାଦ ଦେବା ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ମାନ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହାବାଦ ଭୂତ କମ୍ପାନୀଗୁଡିକର ପଞ୍ଜୀକରଣ ବାତିଲ ନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କମ୍ପାନୀ ଆଇନରେ ଭୂତ କମ୍ପାନୀ ଶବ୍ଦ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟ ଏକ ଉତ୍ତରରେ ସେ କହିଛନ୍ତି ଯେ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୨୪୪୮ କମ୍ପାନୀ ପଞ୍ଜିକରଣ କରିଛନ୍ତି।


All Right Reserved By Dharitri.Com

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ...

କ୍ୟାବିନେଟ ନିଷ୍ପତ୍ତି;୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୮-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଏକ ମାସ ବୃଦ୍ଧି କରିଛନ୍ତି। ଏଣିକି ଆୟୋଗଙ୍କ କାର୍ଯ୍ୟକାଳ...

ଟ୍ରେଡ ଡିଲ୍‌ ଲାଗି ଆମେରିକା-ଚାଇନାର ସହମତି

ନୂଆଦିଲ୍ଲୀ,୧୪-୧୨: ପ୍ରଥମ ପର୍ଯ୍ୟାୟ ଟ୍ରେଡ ଡିଲ ଲାଗି ଆମେରିକା ଏବଂ ଚାଇନା ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତି ସମ୍ପାଦିତ ହେଲେ ଗତ ୧୭ ମାସ...

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ,୧୧-୯: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ପେଟିଏମ୍‌ ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ଅଂଶଧନ...

ଅନୀଲ ଅମ୍ବାନୀଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କର ମାମଲା

ନୂଆଦିଲ୍ଲୀ,୧୦-୧୧: ରିଲାଏନ୍ସ ପ୍ରମୋଟର ଅନୀଲ ଅମ୍ବାନୀଙ୍କ ବିରୋଧରେ ଚାଇନାର ୩ ବ୍ୟାଙ୍କ ଲଣ୍ଡନର ଏକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌...

ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ...

ଲଣ୍ଡନ ହାଇକୋର୍ଟରେ ଆବେଦନ ଗୃହୀତ; ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିପାରିବେ ମାଲ୍ୟା

ନୂଆଦିଲ୍ଲୀ,୩-୭: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ଆଶ୍ୱସ୍ତି ମିଳିଛି। ଭାରତ ପ୍ରତ୍ୟର୍ପଣକୁ ବିରୋଧ କରି ସେ ଅପିଲ କରିପାରିବେ ବୋଲି...

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

Leave a comment

Your email address will not be published. Required fields are marked *