‘ଋଣ ଅସୁଲ ଲାଗି ବାଉନ୍ସର ପଠାଇପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପୋଲିସ ଦ୍ୱାରା ଯାଞ୍ଚ ପରେ ଏବଂ ଅନ୍ୟ ସମ୍ବନ୍ଧିତ ଔପଚାରିକତା ପୂରଣ ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଏଜେଣ୍ଟ ଭାବେ ବ୍ୟାଙ୍କ ଋଣ ଅସୁଲ କରିବା ଲାଗି ପଠାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ରହିଛି। ଜବରଦସ୍ତ ଋଣ ଅସୁଲ ଲାଗି କୌଣସି ବାଉନ୍ସରଙ୍କୁ ନିଯୁକ୍ତ କରିବା ଲାଗି ବ୍ୟାଙ୍କକୁ ଅଧିକାର ଦିଆଯାଇନାହିଁ। ଋଣ ଅସୁଲ ବେଳେ ବାଉନ୍ସରମାନଙ୍କ ଦ୍ୱାରା ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବାର ବହୁ ଅଭିଯୋଗ ମିଳୁଥିବା ବେଳେ ଏହାକୁ ଦୃଢ଼ ହସ୍ତରେ ଦମନ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆର୍‌ବିଆଇ ଚିନ୍ତା କରୁଛି। ସମ୍ପୃକ୍ତ ବ୍ୟାଙ୍କକୁ ବ୍ୟାନ କରିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଇପାରେ ବୋଲି ସେ କହିଛନ୍ତି।


All Right Reserved By

ରେକର୍ଡ ୪୦ ହଜାର ଛୁଇଁ ସେନ୍‌ସେକ୍ସ ଖସିଲା

ମୁମ୍ବାଇ,୨୪-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଥିଲା। ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେବା ପରେ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଳିପାରେ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୭-୬: ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଆଧାରର ମୂଲ୍ୟାଙ୍କନ ଆରମ୍ଭ କରିଛି। ସେମାନଙ୍କର ସର୍ବନିମ୍ନ ପୁଞ୍ଜି ସର୍ତ୍ତ ପାଳନ କରିବାର ଆବଶ୍ୟକତା ରହିଛି। ଏଥିଲାଗି...

ରିଲିଫ ପାଣ୍ଠିକୁ ଓରିଏଣ୍ଟାଲ ଇନସ୍ୟୁରାନ୍ସର ୧ କୋଟି

ନୂଆଦିଲ୍ଲୀ,୮-୬: ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଓରିଏଣ୍ଟାଲ ଇନସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ...

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ...

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି...

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌...

ଜୁନ ୨୦ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୦-୬: ଚଳିତ ମାସ ୨୦ତାରିଖରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ୫୦ କୋଟି ଟଙ୍କାର କାରବାରକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *