ବାଲିଯାତ୍ରା ସଫେଇ ପାଇଁ ସଂସ୍ଥାକୁ ୩୪ ଲକ୍ଷ

କଟକ,୧୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)୯ ଦିନ ଧରି ଚାଲିଥିବା କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ବାଲିଯାତ୍ରା ପଡିଆରେ କୁଢ କୁଢ ଆବର୍ଜନା ଜମି ରହିଥିଲା। ଏହାକୁ ସଫା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇ ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କୁ ଶନିବାର ନିୟୋଜିତ କରାଯାଇଥିଲା। ପଡିଆ ସଫେଇ ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଜାଗୃତୀ ନାମକ ଏକ ସଂସ୍ଥାକୁ ୩୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ଏହାସତ୍ତ୍ୱେ ନେତା, ବିଧାୟକ, ପୂର୍ବତନ ଜିଲାପାଳ, ସିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ କଲେଜ ଛାତ୍ରୀଛାତ୍ରଙ୍କୁ ପଡିଆ ସଫେଇରେ ନିୟୋଜିତ କରାଯାଇଛି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶନିବାର ପୂର୍ବାହ୍ନରେ ବାଲିଯାତ୍ରା ପଡ଼ିଆରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକର ୧୩ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇ ପଡିଆ ସଫା କରିଥିଲେ। ପଡିଆ ସଫେଇ ପାଇଁ ବିନା ଟେଣ୍ଡରେ ଉକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିବାରୁ କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। ଉକ୍ତ ସଂସ୍ଥା ଗତବର୍ଷ ବାଲିଯାତ୍ରାରେ ଭଲ କାର୍ଯ୍ୟ କରିଥିବାରୁ ଚଳିତବର୍ଷ କାର୍ଯ୍ୟାଦେଶ ଦିଆଯାଇଛି ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଗତ କାଉନସିଲ୍‌ ବୈଠକରେ କହିଥିଲେ। ଗତବର୍ଷ ବାଲିଯାତ୍ରା ସରିବା ପରେ ସିଏମ୍‌ସି ନିଜସ୍ବ ଖର୍ଚ୍ଚରେ ପଡିଆ ସଫା କରିଥିଲା। ହେଲେ ଚଳିତବର୍ଷ ଏଥିପାଇଁ ଏକ ଅଭିଯାନ କରାଯାଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ପଡିଆ ସଫା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଅଧିକାରୀ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି, ସାଧାରଣ ଲୋକ ହିସାବରେ ମୁଁ ଅନୁଭବ କରୁଛି କିଛି କାର୍ଯ୍ୟ ଠିକ୍‌ଠାକ୍‌ ହୋଇନାହିଁ। କିନ୍ତୁ ଶାସକ ଦଳ ନେତା ଭାବେ ମୁଁ ଭାବୁଛି, ମେୟର ସିଏମ୍‌ସି ଭିତରେ ଗଠନ କରିଥିବା କମିଟିର ତଦନ୍ତରୁ ସତ ସାମ୍ନାକୁ ଆସିବ। ଏନେଇ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri