ପାନ ଦୋକାନରୁ ଜବତ ହେଲା କୋରେକ୍ସ

ନୟାଗଡ଼ ଅଫିସ,୨।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଚଢ଼ାଉ କରାଯାଉଛି। କ୍ୟାବିନ୍‌ କରି ପାନ ଦୋକାନ କରିଥିବା ବେଳେ ଭିତରେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଦୋକାନୀଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌ ସକୁରୁ। ସେକ୍‌ ସକୁରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକ ନିକଟରେ ଏକ ପାନ ଦୋକାନ କରି କୋରେକ୍ସ ବିକ୍ରି କରୁଥିଲେ। ସୋମବାର ଚଢ଼ାଉରେ ତାଙ୍କ ଦୋକାନରୁ ୪୮ଟି କୋରେକ୍ସ ବୋତଲ ଜବତ ହୋଇଥିଲା। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି। ସେହିଭଳି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକ ନିକଟରେ ଥିବା ସମସ୍ତ କ୍ୟାବିନ୍‌କୁ ସୋମବାର ବନ୍ଦ କରାଯାଇଛି। ରାଜପଥ କଡ଼ରେ ଦୋକାନୀମାନେ କ୍ୟାବିନ୍‌ କରି ଜିନିଷ ବିକ୍ରି କରୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସହରରେ ଥିବା ବିଭିନ୍ନ ରାଜପଥ କଡ଼ରୁ ଉଠା ଦୋକାନୀଙ୍କୁ ହଟାଯାଇଛି। ଓଡ଼ଗାଁ ଛକରେ ଥିବା କ୍ୟାବିନ୍‌, ମେଡ଼ିକାଲ ନିକଟରେ ଥିବା କ୍ୟାବିନ୍‌, ଖଣ୍ଡପଡ଼ା ରୋଡ଼ରେ ଥିବା ଉଠାଦୋକାନକୁ ହଟା ଯାଇଛି। ମଙ୍ଗଳବାର ସହରର ଅନ୍ୟ ସ୍ଥାନରେ ରାଜପଥ କଡ଼ରେ ଥିବା ଉଠାଦୋକାନକୁ ସିଲ୍‌ କରାଯିବ । ମାସେ ଧରି ଏହିଭଳି ଚଢ଼ାଉ ଚାଲିବ ବୋଲି ସୂଚନା ମିଳିଛି। ନୟାଗଡ଼ ମ୍ୟୁନିସିପାଲିଟିର ସାନିଟାରୀ ଇନ୍ସପେକ୍ଟର ଲକ୍ଷ୍ମୀଧର ସାହୁ, ୱାରେଣ୍ଟ ଅଫିସର ନାରାୟଣ ନାୟକ, ଟାଉନ ପୋଲିସ ଏଏସ୍‌ଆଇ ଅଶୋକ ମହାନ୍ତି ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।


All Right Reserved By

ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା

କୋରେଇ,୮।୭(ସ୍ବ.ପ୍ର.): ଯାଜପୁର ଜିଲା ଏସ୍‌ପି ଅଫିସ୍‌ଠାରୁ ମାତ୍ର ୨୦୦ ମିଟର ଦୂର ପାଣିକୋଇଲି ବଜାରରେ ଥିବା ଏକ ହୋଟେଲରୁ ପୋଲିସ ରବିବାର ସକାଳେ ରକ୍ତ ଜୁଡୁବୁଡ଼ୁ...

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି...

ବ୍ୟବହାର ନ କରି ଫିଙ୍ଗାଯାଉଛି ବିପୁଳ ଔଷଧ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପ୍ରାଣୀ ଚିକିତ୍ସାଳୟ ପାଚେରି ବାହାରେ ପଡିଛି ବିପୁଳ ପରିମାଣର ଏକ୍ସପାଏରୀ ଔଷଧ। ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ବେଳେ ଔଷଧ...

ଚକ୍‌ଲେଟ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅପହରଣ

ରଣପୁର,୭ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା(ବୟସ-୮)ଙ୍କୁ ଚକ୍‌ଲେଟ୍‌ ଦେବା ବାହାନାରେ ଡାକି ଦୁବୁର୍ତ୍ତମାନେ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଶନିବାର ରାତିରେ...

ବନ୍ଦ ହେବ ସରକାରୀ ପ୍ରାଥମିକ ବିଦ୍ୟାଳୟ: ଛାତ୍ରୀଛାତ୍ର, ଅଭିଭାବକ ମହଲରେ ଅସନ୍ତୋଷ

ମହାକାଳପଡା,୨୬ା୬(ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ଅନ୍ତର୍ଗତ ସାନ ନିପାଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୦ରୁ କମ୍‌ ରହିଛି। ଏନେଇ ସରକାରୀ ନିୟମ...

ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ...

ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ : ୬ମାସ ପରେ ଗଠନ ହେଲା ନାକ୍‌ କମିଟି

ଯାଜପୁରରୋଡ,୭ା୬(ନି.ପ୍ର)- ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛି। ମାତ୍ର ଏବେ ମହାବିଦ୍ୟାଳୟର...

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *