ବକେୟା ସେବା କର ୧.୬୬ ଲକ୍ଷ କୋଟିକୁ ବୃଦ୍ଧି: ସିଏଜି

ନୂଆଦିଲ୍ଲୀ,୨-୭: ସୋମବାର ସଂସଦରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବଷର୍ର୍ରେ ମୋଟ ବକେୟା ସେବା କର ପରିମାଣ ୧.୧୮ ଲକ୍ଷ କୋଟିରୁ ୧.୬୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ବକେୟା ଉତ୍ପାଦ ଶୁଳ୍କ ପରିମାଣ ପୂର୍ବ ବର୍ଷର ୮୪,୨୦୦ କୋଟି ଟଙ୍କାରୁ ବଢ଼ି ଆଲୋଚ୍ୟ ବର୍ଷରେ ୯୬,୪୯୬ କୋଟି ଟଙ୍କା ହୋଇଛି। ୨୦୧୬-୧୭ରେ ବକେୟା ଆଦାୟ ପରିମାଣ ୧.୧୯ ପ୍ରତିଶତ ରହିଥିବା ବେଳେ ୨୦୧୭-୧୮ରେ ଏହା ୧.୦୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ୨୦୧୭-୧୮ ସୁଦ୍ଧା ୧,୦୪,୭୧୮ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ସମ୍ପର୍କିତ ୪୫,୭୪୯ ମାମଲା ବିଭିନ୍ନ ଅଦାଲତରେ ପଡିରହିଛି, ଯାହା କି, ପୂର୍ବବର୍ଷ ତୁଳନାରେ ୩.୫ ପ୍ରତିଶତକୁ ହ୍ରାସ ପାଇଛି। ଆଲୋଚ୍ୟ ବର୍ଷ ଶେଷ ସୁଦ୍ଧା ୧,୨୦,୯୦୭ କୋଟି ଟଙ୍କାର ୪୩,୭୧୮ ସେବା ଟିକସ ମାମଲାର ସମାଧାନ ହୋଇପାରିନାହିଁ।


All Right Reserved By Dharitri.Com

ଜୁଲାଇ-ସେପ୍ଟେମ୍ବର ଜିଡିପି ନମ୍ବର ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୧୩-୧୧: ନଭେମ୍ବର ୨୯ରେ ଜିଡିପି ତଥ୍ୟ ସମ୍ପର୍କରେ ଘୋଷଣା ହେବ। ଭାରତର ଜିଡିପି ୬ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ଥିବାରୁ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ...

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା...

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି...

ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ...

ଅନ୍ତର୍ଜାତୀୟ ଉଡାଣ ଉପରେ ଏୟାର ଏସିଆର ରିହାତି

ଭୁବନେଶ୍ୱର,୧୫ା୭: ଏୟାର ଏସିଆ ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ଯାତ୍ରୀମାନେ ବ୍ୟାଙ୍କକ, କୁଆଲାଲୁମ୍ପୁର ଭଳି ସ୍ଥାନଗୁଡିକୁ ୭୦% ପର୍ଯ୍ୟନ୍ତ...

ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା...

ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା...

Leave a comment

Your email address will not be published. Required fields are marked *