ରାସ୍ତାକଡ଼ରେ ଜଙ୍ଗଲୀ ଛତୁର ପସରା

କେନ୍ଦୁଝର, ୨ା୭(ସ୍ବ.ପ୍ର.)-ଛତୁ ଖାଇବାକୁ କିଏ ନ ଭଲ ପାଏ। ବର୍ଷା ଆରମ୍ଭ ହେଲେ ସକାଳୁ ବଣଜଙ୍ଗଲରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହାର ସ୍ବାଦ ମଧ୍ୟ ସେତିକି ଭଲ। ପିଲା ଠାରୁ ବୃଦ୍ଧ ସମସ୍ତେ ଛତୁ ଖାଇବାକୁ ଭଲ ପଆନ୍ତି। କେନ୍ଦୁଝର ଜିଲା ପାହାଡ଼ି ଇଲାକା ହୋଇଥିବାରୁ ବନବାସୀଙ୍କ ଅର୍ଥନୀତିରେ ଛତୁ ଗୁରୁତ୍ୱ ବହନ କରିଥାଏ ା ବର୍ଷା ଆସିଲେ ବଣ ଜଙ୍ଗଲରେ ଫୁଟିଥିବା ରଙ୍ଗବେରଙ୍ଗ ଛତୁକୁ ବନବାସୀ ସଂଗ୍ରହ କରି ହାଟବଜାରରେ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ସେହିପରି ରାସ୍ତାକଡ଼ରେ ସେମାନେ ଛତୁର ପସରା ମେଲାଇ ଗ୍ରାହକ ଅପେକ୍ଷାରେ ବସିଥାନ୍ତି। ବିଭିନ୍ନ ପ୍ରକାରର ଛତୁ ମଧ୍ୟରୁ ଏବେ ପିଚ, ବାନୁ, ମଣ୍ଡା, ପତୁରିଆ ଆଦି ଛତୁ ମିଳିଥାଏ ା
ଝିପି ଝିପି ବର୍ଷାରେ ସେମାନେ ସକାଳୁ ଜଙ୍ଗଲ ଓ ପାହାଡକୁ ଟୋକିଲି, ବୋଝ, ବ୍ୟାଗ ଆଦି ଧରି ବାହାରିଯାଆନ୍ତି। ଛତୁ ସଂଗ୍ରହ କରି ବଜାରକୁ ଯାଇ ବିକିଥାନ୍ତି। ବର୍ଷା ଦିନ ଅଧିକ ହେଲେ ରୁଟୁକା, ବିହୁଡୁଣୀ ଆଦି ଛତୁ ଫୁଟିଥାଏ। ଏହାର ଚାହିଦା ସବୁଠି ଅଧିକ ରହିଛି। ଏହି ଛତୁର ସ୍ବାଦ ନିଆରା। ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସବୁ ବର୍ଗର ଲୋକେ ବିଭିନ୍ନ ଛତୁ ତରକାରୀ କରି ବା ଏହାକୁ ତେଲରେ ଭାଜି କରିଖାଇଥାନ୍ତି। ଏଠାରୁ ଛତୁ ବେପାରୀ ମାନେ କିଣି ନେଇ କଟକ, ଭୁବନେଶ୍ୱର, ପାରଦୀପ ଆଦି ସହରକୁ ନେଇ ବିକି ବେଶ ଲାଭବାନ ହୋଇଥାନ୍ତି। ଛତୁ ତରକାରୀ ବଡ ବଡ ହୋଟେଲରେ ମଧ୍ୟ ପ୍ରସ୍ତୁତ ହୋଇଥାଏ ା ଗ୍ରାହକ ମାନେ ଏହି ଛତୁ ଖାଇବାକୁ ବେଶ ଭଲ ପାଇଥାନ୍ତି। ବର୍ଷ ତମାମ ପାଳ ଛତୁ ଓ ବଟମ ଛତୁ ଖାଉଥିଲେ ହେଁ ବର୍ଷା ଦିନରେ ଏହି ସବୁ ଛତୁର ସ୍ବାଦ ଅତ୍ୟନ୍ତ ନିଆରା। ପ୍ରାକୃତିକ ପରିବେଶରୁ ହିଁ ଛତୁର ଜନ୍ମ। ଜଙ୍ଗଲରୁ ପତ୍ର ଝଡା ଦେବା ପରେ ଶୁଖିଲା ପତ୍ର ମାଟିରେ ପଡି ମିଶିଯାଏ ା ବର୍ଷା ହେଲେ ମାଟିରୁ ଏହି ଛତୁ ବାହାରିଥାଏ ା ଏହାକୁ ବନବାସୀ ମାନେ ସଂଗ୍ରହ କରି ବିକିଥାନ୍ତି। ଛତୁ ଭାଗ ବଜାରରେ ୨୦ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ। ସେହିପରି କିଲୋ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ତେବେ ଛତୁ ସଂଗ୍ରହ କାରୀ ଅନେକ ସମୟରେ ଉପଯୁକ୍ତ ବଜାର ଅଭାବରୁ ବେପାରିଙ୍କ ଠକାମୀର ଶୀକାର ହୋଇଥାନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ତେବେ ବର୍ଷା ଦିନରେ ଅନେକ ସମୟରେ ବିଷାକ୍ତ ଛତୁ ଖାଇ ଲୋକେ ଅସୁସ୍ଥ ହୋଇଥାନ୍ତି। ଏପରିକି ମୃତ୍ୟୁମୁଖରେ ପଡନ୍ତି। ଏଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ ବୋଲି ଜଡିବୁଟି ବିଶାରଦ ହରେକୃଷ୍ଣ ମହାନ୍ତି କହିଛନ୍ତି।


All Right Reserved By Dharitri.Com

ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବାକୁ ଯାଇ ଜଣେ ଗୁରୁତର

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପୁଟୁଳିଆ ଶିବକୃପା ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁଥିବା ସମୟରେ କରେଣ୍ଟଲାଗି...

ପରିବେଶ ଆଇନ ଉଲ୍ଲଂଘନ: ବାଲିଉତ୍ସ ପରିଦର୍ଶନ କଲେ ଉଚ୍ଚ କର୍ତ୍ତୃପକ୍ଷ

ଜଳେଶ୍ୱର, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ମହମ୍ମଦନଗରପାଟଣା ପଞ୍ଚାୟତ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣା (କ, ଖ, ଗ ଓ ଘ) ୪ଟି ବାଲି ଉତ୍ସକୁ...

ନିର୍ମାଣ କାର୍ଯ୍ୟରେ ଅନିୟମିତତା : ଜିଲାପାଳଙ୍କଠାରେ ଗ୍ରାମବାସୀ ଫେରାଦ

ବାରିପଦା ଅଫିସ,୧୩ା୬ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟୀ ପଞ୍ଚାୟତ ବରଜିଆଣି ଗ୍ରାମରେ ଏକ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଗୁରୁବାର ଗ୍ରାମବାସୀ...

ପଣପଣା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ବାହାନଗା, ୮।୬(ଡି.ଏନ.ଏ.)-ବିକ୍ରି ହୋଇଥିବା ଧାନର ପ୍ରାପ୍ୟ ପାଇଁ ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ଆଗରେ ଶୁକ୍ରବାର ଚାଷୀମାନେ ଧାରଣା ଦେଇଥିଲେ। ୧୫ ଦିନ...

ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର...

‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ସମୟରେ ଆକାଶରୁ...

ଘରୁ ବାହାରିଲା ୩୫ ନାଗଛୁଆ

ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି...

ହିତାଧିକାରୀଙ୍କୁ ଅନୁଦାନ ମିଳିବାରେ ବିଳମ୍ବ: ଅସନ୍ତୋଷ ପ୍ରକାଶ କଲେ ହାଟଡ଼ିହୀ ବିଡିଓ

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳୀ ପଞ୍ଚାୟତରେ ପାଇଖାନା ନିର୍ମାଣ କରିସାରିବା ପରେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଧାର୍ଯ୍ୟ ଅନୁଦାନ ପ୍ରଦାନ କରିବାରେ ବିଳମ୍ବ...

Leave a comment

Your email address will not be published. Required fields are marked *