Posted inଜାତୀୟ

ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ

ନୂଆଦିଲ୍ଲୀ,୨ା୭(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ କରି ୫ କଂଗ୍ରେସ ମୁଖ୍ୟମନ୍ତ୍ରୀ ୯୦ ମିନିଟ ଧରି ଆଲୋଚନା କରିବା ସହ ବିଫଳ ହୋଇଛନ୍ତି। ନିର୍ବାଚନରେ ପରାଜୟ ନୂଆ କଥା ନୁହେଁ ବୋଲି ସେମାନେ ରାହୁଲଙ୍କୁ ବୁଝାଇଥିଲେ। ରାହୁଲ ଆମ କଥା ଶୁଣିଛନ୍ତି ଏବଂ ଠିକ୍‌ ସମୟରେ ନିଷ୍ପତ୍ତି ନେବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଣମାଧ୍ୟମକୁ କହିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ସେ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ସେମାନଙ୍କ ପଦରୁ ଇସ୍ତଫା ଦେବା ଲାଗି ପ୍ରସ୍ତାବ ଦେଇଥିଲେ ବୋଲି ଗେହଲଟ ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ତେବେ ଦଳ ନେତୃତ୍ୱ ନିଷ୍ପତ୍ତି ହାଇକମାଣ୍ଡ ନେବେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ରାହୁଲଙ୍କୁ ଭେଟିଥିଲେ। ରାହୁଲ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଦେଇଥିବା ପାର୍ଲାମେଣ୍ଟରେ ଖବରଦାତାମାନଙ୍କୁ କହିଛନ୍ତି।


All Right Reserved By

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ...

ଉଦିତ ନାରାୟଣନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୩୦।୭: ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ସେ ପୋଲିସ୍‌ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, କେହି ଜଣେ ଅଜ୍ଞାତ...

୮ କ୍ୟାବିନେଟ କମିଟିରେ ଶାହ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡିକର ପୁନର୍ଗଠନ କରିଥିଲାବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗଠିତ...

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି...

 ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର...

୪୯ ବର୍ଷରେ ପାଦ ଦେଲେ ରାହୁଲ ଗାନ୍ଧୀ: ଏବେ ୨୦୨୪କୁ ଆଶା

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ୪୯ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୦ ଜୁନ୍‌ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ରାହୁଲଙ୍କ...

ମୁମ୍ବାଇରେ ୨ଟି ସିଝା ଅଣ୍ଡାର ଦାମ୍‌ ୧୭୦୦ଟଙ୍କା

ମୁମ୍ବାଇ,୧୨।୮: ମୁମ୍ବାଇ ମହାନଗରକୁ ଦାମୀ ସହର କୁହାଯାଉଥିବା ବେଳେ ଏଠାରେ ୨ଟି ସିଝା ଅଣ୍ଡାର ଦାମ୍‌ ୧୭୦୦ଟଙ୍କା ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏମିତି ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *