ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା ସୋମବାର ଜିଲା ସ୍ବାସ୍ଥ୍ୟ ବିଭାଗ ଡାକ୍ତରଖାନାରୁ ମୃତଦେହ ନେବା ପାଇଁ ଗାଇଡଲାଇନ ଜାରି କରିଛି ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ୨୯ରେ ପତ୍ର ସଂଖ୍ୟା ୭୫୪୨ରେ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ଓ ଜିଲା ମୁଖ୍ୟ ଡାକ୍ତରଖାନାର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଯଦି କୌଣସିି ରୋଗୀଙ୍କର ଜିଲା ମୁଖ୍ୟ ଡାକ୍ତରଖାନା କିମ୍ବା ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟେ, ତାହାଲେ ମୃତଦେହକୁ ଫୁଲବାଣୀ ପୌର ପରିଷଦ କିମ୍ବା ବାଲିଗୁଡା ଏନଏସି କାର୍ଯ୍ୟାଳୟରେ ଥିବା ମହାପ୍ରାୟାଣ ଗାଡି ଜିଲା ଭିତରେ ମୃତକଙ୍କ ଘର ପର୍ଯ୍ୟନ୍ତ ନେବ। ଏଥିପାଇଁ ଧାର୍ଯ୍ୟ ମୁତାବକ ଅର୍ଥ ଦେବାକୁ ହେବ। ଯଦି ମୃତକଙ୍କ ପରିବାର ଲୋକେ ଅର୍ଥ ଦେବାକୁ ଅସମର୍ଥ ଥିବେ ତେବେ ତାଙ୍କ ସମ୍ପର୍କୀୟଙ୍କ ଅନୁରୋଧକ୍ରମେ ଏବଂ ଡାକ୍ତରଖାନା ଅଧୀକ୍ଷକ ଯଦି ଉଚିତ ମଣିବେ ତେବେ ମୃତଦେହକୁ ମହାପ୍ରାୟାଣ ଗାଡିରେ ମାଗଣାରେ ପଠାଯିବ ା ଏହି ଧାର୍ଯ୍ୟ ଅର୍ଥ ରେଡକ୍ରସ ଫଣ୍ଡରୁ ବହନ କରାଯିବ ା ଯଦି ମୃତଙ୍କ ସମ୍ପର୍କୀୟ ନିଜ ଦାୟିତ୍ୱରେ ମୃତଦେହ ନେବାକୁ ଚାହିଁବେ ତେବେ କେବଳ ୩ କିମ୍ବା ୪ ଚକିଆ ଗାଡିରେ ନେବା ପାଇଁ ଅଣ୍ଡରଟେକିଂ ଲେଖି ଛଡାଯିବା ଏ ସମସ୍ତ ଏକ ରେଜିଷ୍ଟରରେ ଲିପିବଦ୍ଧ ରହିବ ା ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ରୋଗୀଙ୍କର ମୃତ୍ୟୁ ହୁଏ ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମୃତଦେହକୁ ନେବାକୁ ଚାହିଁିବେ ତେବେ ୩ କିମ୍ବା ୪ ଚକିଆ ଗାଡିରେ ନେବା ପାଇଁ ଅଣ୍ଡର ଟେକିଂ ଲେଖିଦେଇ ନେବେ। ଯଦି ଆର୍ଥିକ କାରଣରୁ ଶବ ନେବାକୁ ଅସମର୍ଥ ଥିବେ ତେବେ ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ବିଡିଓଙ୍କୁ ଜଣାଇବୋ ବିଡିଓ ସ୍ଥାନୀୟ ଥାନାଧିକାରୀ କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହଯୋଗରେ ମୃତଦେହକୁ ପଠାଇବା ବ୍ୟବସ୍ଥା କରିବେ ା ଏଥିପାଇଁ ଯାହା ଖର୍ଚ୍ଚ ହୋଇଥିବ ତାହା ରୋଗୀ କଲ୍ୟାଣ ସମିତିରୁ ଭରଣା କରାଯିବ ା ଏନେଇ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ସେମାନଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ନେଇ ସଚେତନ କରାଇବୋ ଏଥିରେ ଯଦି କେଉଁଠି ଖିଲାପ ହୁଏ ତେବେ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟୀ ରହିବେ
ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି ା

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ
ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା...

ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା
ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ...

ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା
ବ୍ରହ୍ମପୁର ଅଫିସ୍,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ...

ବସ୍ ମାଡିଯିବାରୁ ନାବାଳକ ମୃତ, ରାସ୍ତାରୋକୋ
ଦିଗପହଣ୍ଡି,୨୪ା୧୧(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗଁା ପଞ୍ଚାୟତ ଦାଉଣି ଗଁା ଛକରେ ଶନିବାର ଅପରାହ୍ନରେ ଯାତ୍ରୀବାହୀ ବସ୍ ମାଡିଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ...

ଓଡ଼ିଆ ପାଇଲଟ୍ ମୃତ
କବିସୂର୍ଯ୍ୟନଗର/ଭୁବନେଶ୍ୱର,୧୩।୬(ବ୍ୟୁରୋ): ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍) ବିମାନ ଏଏନ୍-୩୨ର ସମସ୍ତ ଯାତ୍ରୀ ମୃତ। ଗୁରୁବାର ବିଧିବଦ୍ଧ ଭାବେ ଆଇଏଏଫ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିମାନର...

ଗିରଫ ହେଲେ ପିଏମ୍ଆର୍ୱାଇ ଉପଭୋକ୍ତା
ଆସିକା,୨୯ା୯(ଡି.ଏନ୍.ଏ.)-ଆସିକା ପୋଲିସ ଶନିବାର ୫ଜଣ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋରଞ୍ଜନ ପଣ୍ଡା, ଏଲ୍. ପ୍ରସାଦ ରାଓ ଆଚାରୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, କୁନା...
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଖଲ୍ଲିକୋଟ,୧୫।୧୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମ ଚଣ୍ଡିମନ୍ଦିର ନିକଟ ବୁଦାମୂଳରୁ ଗୁରୁବାର ସନ୍ଧ୍ୟାରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ବିକ୍ରମପୁର ଗ୍ରାମର ଅର୍ଜ୍ଜୁନ ଜେନା...

କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ
ବ୍ରହ୍ମପୁର ଅଫିସ,୨୦।୭ : ଗଞ୍ଜାମ ଜିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ଉପକଣ୍ଠ କନିସିସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ...