Posted inଜାତୀୟ

ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ

ମୁମ୍ବାଇ,୨ା୭(ପି.ଟି.): ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଟ୍ରେନ୍‌ ଓ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୁମ୍ବାଇ ସମେତ ଥାନେ, ପାଲଘର ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଚେମ୍ବୁର ସମେତ ଅନ୍ୟ କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ସେହିପରି ହିନ୍ଦ୍‌ମାତା, ପାରେଲ, ଲାଲବାଗ୍‌, ସେନାପତି ବାପଟ ରୋଡରେ ପାଣି ଜମି ରହିଛି। ୧୨ଟି ସ୍ଥାନରେ କାନ୍ଥ ଭୁଶୁଡିଥିବା ଜଣାପଡିଛି। ମୁମ୍ବାଇରେ ଦୁଇଦିନରେ ୫୪୦ ମିଲିମିଟର ବର୍ଷା ହୋଇଥିବା ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କହିଛନ୍ତି। ସହରରେ ବର୍ଷାଜନିତ ଦୁର୍ବିପାକ ପାଇଁ ସେ ଜଳବାୟୁ ପରିବର୍ତ୍ତନ ଓ ଭୌଗୋଳିକ ସ୍ଥିତିକୁ ଦାୟୀ କରିଛନ୍ତି।
ସିଓନ ଏବଂ ମାତୁଙ୍ଗା ଷ୍ଟେଶନ ମଧ୍ୟରେ ରେଳଧାରଣା ବୁଡିଯାଇଥିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦାଦରର ହିନ୍ଦ୍‌ମାତା ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ସେଥିରେ ପିଲାମାନେ ସନ୍ତରଣ କରୁଥିବା ଦେଖିବାକୁ ମିଳିଛି। ପାଣି ନ କମିବା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ନ ଚଳାଇବାକୁ ବିଏମ୍‌ସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁ ବିଭିନ୍ନ ଷ୍ଟେଶନରେ ପ୍ରବଳ ଗହଳି ଦେଖାଯାଇଛି। ପାଲଘର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପୁନେର ଲୋନାଭାଲା ହିଲ୍‌ଷ୍ଟେଶନରେ ରେଳଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ସକାଳେ ୨୭ଟି ଦୂରଗାମୀ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଥିଲା। ସେହିପରି କେତେକ ସ୍ଥାନରେ ରେଳଲାଇନ ପାଣିରେ ବୁଡ଼ି ରହିଥିବାରୁ ଅନ୍ୟ କେତେକ ଟ୍ରେନ୍‌ର ଚଳାଚଳକୁ ସଂକ୍ଷିପ୍ତ କରାଯାଇଥିଲା। ସେହିପରି କରଜାଟ ଏବଂ ଲୋନାଭାଲା ମଧ୍ୟବର୍ତ୍ତୀ ପଶ୍ଚିମଘାଟ ସେକ୍ସନ୍‌ରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ମୁମ୍ବାଇ ଓ ପୁନେ ମଧ୍ୟରେ ଯାତାୟାତ କରୁଥିବା ସଟଲ୍‌ ଟ୍ରେନଗୁଡିକର ଚଳାଚଳ ମଧ୍ୟ ବ୍ୟାହତ ହୋଇଥିଲା। ସୋମବାର ହଜାର ହଜାର ସରକାରୀ ଓ ଘରୋଇ କର୍ମଚାରୀ ବର୍ଷା ଯୋଗୁ କାର୍ଯ୍ୟରେ ଯୋଗ ଦେଇପାରି ନାହାନ୍ତି। ରାସ୍ତାରେ ପଟ୍‌ହୋଲ୍‌ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ଦୈନନ୍ଦିନ ଓ୍ବେଷ୍ଟର୍ନ ଏକ୍ସପ୍ରେସ୍‌ ହାଇଓ୍ବେରେ ଯାତାୟାତ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି।


All Right Reserved By

ଡ୍ରୋନ୍‌ରେ ପଠାଗଲା ବ୍ଲଡ ସାମ୍ପଲ: ବିଚ୍ଛିନ୍ନାଞ୍ଚଳ ରୋଗୀଙ୍କ ପାଇଁ ସହାୟକ ହେବ

ଡେରାଡୁନ,୮।୬: ଉତ୍ତରାଖଣ୍ଡ ନନ୍ଦଗାଓଁ ଜିଲା ହସ୍ପିଟାଲରୁ ତେହରି ଜିଲା ହସ୍ପିଟାଲକୁ ପରୀକ୍ଷା ମୂଳକ ଭାବେ ଡ୍ରୋନ୍‌ ଯୋଗେ ପ୍ରଥମ କରି ଶୁକ୍ରବାର ବ୍ଲଡ ସାମ୍ପୁଲ ପଠାଯାଇଛି।...

ପ୍ରଶ୍ନ କରି ଅଧୀର ହଟହଟା: ଜମ୍ମୁ-କଶ୍ମୀର କ’ଣ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ

ନୂଆଦିଲ୍ଲୀ,୭ା୮(ପି.ଟି. ) : ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଲୋକ ସଭାରେ ଆଗତ ବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଜବ ପ୍ରଶ୍ନ ଉଠାଇ ଅଡ଼ୁଆରେ...

ଏଣିକି ବିଦ୍ୟୁତ୍‌ ଚୋରଙ୍କୁ ଧରିବ ଡ୍ରୋନ୍‌

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିକଟରେ ଦିଲ୍ଲୀବାସୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି, ଯେଉଁଥିରେ ଯଦି ଗୋଟିଏ ପରିବାର ୨ଶହ ୟୁନିଟ ପର୍ଯ୍ୟନ୍ତ...

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ଗାଜିଆବାଦ, ୨୨।୪: ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସ୍ତ୍ରୀ ଓ ୩ ସନ୍ତାନଙ୍କ ହତ୍ୟା କରି ଶଳାକୁ ଭିଡିଓ...

ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର...

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ସୋପିଆନ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର...

ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ

ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *