ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍‌ ମାନ୍ୟତା

ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍‌ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଗତ ମେ ୨୩ରୁ ଜୁନ ୨୫ ଯାଏ ଆୟୋଜିତ ସାର୍ଟିଫିକେଟ କୋର୍ସରେ ରାଜ୍ୟର ଏକମାତ୍ର ଟାଇକୋଣ୍ଡ କୋଚ୍‌ ଭାବେ ମନୋନୀତ ହୋଇ ପ୍ରଶିକ୍ଷଣ ନେଇଥିଲେ ସୌମ୍ୟବ୍ରତ। ସେଠାରେ ୪୫ଦିନ ତାଲିମ ନେବାପରେ ସେ ଜାତୀୟସ୍ତରର ଏନ୍‌ଏସ୍‌ଏନ୍‌ଆଇଏ ସାର୍ଟିଫିକେଟ କୋର୍ସରେ ୭୪% ନମ୍ବର ରଖି ‘ଏ’ ଗ୍ରେସ୍‌ ହାସଲ କରିଛନ୍ତି।
ଥିରୁଭାନନ୍ତପୁରମ ସାଇ ଏଲ୍‌ଏନ୍‌ସିପି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଫ୍‌ କମିଶନର ଅଫ୍‌ ଇନ୍‌କମ ଟାକ୍ସ ରବୀନ୍ଦ୍ର କୁମାର, ରିଶିରାଜ ସିଂ, ଅନୁଷ୍ଠାନର ପ୍ରିନ୍ସିପାଲ ଡ. ଜି କିଶୋର ପ୍ରମୁଖ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।
ସୌମ୍ୟବ୍ରତଙ୍କ ଉଦ୍ୟମରେ ଢେଙ୍କାନାଳରେ ପ୍ରତିଷ୍ଠିତ ଆମେଚର ଟାଏକୋଣ୍ଡୋ ଆସୋସିଏଶନରେ ବହୁ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ଛାତ୍ରୀଛାତ୍ର, ଅଭିଭାବକ, କର୍ମକର୍ତ୍ତା, ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ଭାଗିରଥୀ ବିହାର ନିବାସୀ କବି ଅଥୟ ସାହୁ ଏବଂ ସଞ୍ଜୁବାଳା ସାହୁଙ୍କ ଜ୍ୟେଷ୍ଠପୁତ୍ର ହେଉଛନ୍ତି ସୌମ୍ୟବ୍ରତ।


All Right Reserved By Dharitri.Com

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର...

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି...

କୋଇଲା ଖଣି ବନ୍ଦ ଘଟଣାରେ ସରପଞ୍ଚଙ୍କ ଅଭିଯୋଗ

କଣିହଁ।, ୧୧ା୬ (ଡି.ଏନ.ଏ.)କଣିହାଁ ବ୍ଲକସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣି କାର୍ଯ୍ୟ ରବିବାର ବନ୍ଦକୁ ନେଇ ମାମଲା ରୁଜୁ ପରେ ସୋମବାର ଖବରଦାତା ସମ୍ମିଳନୀ କରିଛନ୍ତି ଜରଡା...

୮୫ ନଂ. ବୁଥରେ ପୁନଃ ମତଦାନ

ତାଳଚେର,୧୯।୫(ନି.ପ୍ର)- ତାଳଚେର ବ୍ଲକ ଜନ୍ଦାବାହଳ ଗ୍ରାମର ୮୫ ନଂ. ବୁଥରେ ରବିବାର ପୁନଃ ମତଦାନ ଚାଲିଛି। ମତଦାନମାନେ ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ଯାଇଥିବା...

କଳ୍ପନାଙ୍କ କୀର୍ତ୍ତିକୁ ମିଳିନି ନ୍ୟାୟ

ଢେଙ୍କାନାଳ ଅଫିସ, ୨୨।୭: ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଯଶକୀର୍ତ୍ତିକୁ ଉଚିତ ନ୍ୟାୟ ମିଳିନାହିଁ। ଏପରି ଜଣେ ନିଆରା ପ୍ରତିଭାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଉପଯୁକ୍ତ...

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ...

ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ...

Leave a comment

Your email address will not be published. Required fields are marked *