Posted inଖେଳ

ହାରିବାରେ ଶ୍ରୀଲଙ୍କା ସମକକ୍ଷ ହେଲା ଭାରତ

ବର୍ମିଂହାମ, ୨।୭- ଚଳିତ ଆଇସିସି ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ହାଇସ୍କୋରିଂ ମ୍ୟାଚ୍‌ରେ ଭାରତ ୩୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ବିରାଟ ବାହିନୀ ଏଥିସହ ବିଶ୍ୱକପ୍‌ରେ ପ୍ରଥମ ପରାଜୟ ସ୍ବାଦ ଚାଖିଛି। ସେହିଭଳି ଏହି ପରାଜୟ ସହ ଭାରତ ଏକ ଅଲୋଡ଼ା ରେକର୍ଡର ସମକକ୍ଷ ହୋଇଛି। ଏକଦିବସୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ହାରିବାରେ ଶ୍ରୀଲଙ୍କା ସହ ଯୁଗ୍ମଭାବେ ତାଲିକାର ଶୀର୍ଷରେ ରହିଛି ଭାରତ। ଭାରତ ବର୍ତ୍ତମାନ ସୁଦ୍ଧା ୯୭୨ ଦିନିକିଆ ମ୍ୟାଚ୍‌ ଖେଳି ୫୧୫ ବିଜୟ ଲାଭ କରିଥିବାବେଳେ ୪୧୮ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ୪୦ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନ ଥିବାବେଳେ ୭ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ଭାରତର ବିଜୟ ପ୍ରତିଶତ ୫୪.୬୬ ରହିଛି, ଯାହାକି ବିଶ୍ୱର ୩ୟ ଶ୍ରେଷ୍ଠ ପ୍ରଦର୍ଶନ। ଅପରପକ୍ଷରେ ସୋମବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌କୁ ମିଶାଇ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୋଟ୍‌ ୮୪୩ ମ୍ୟାଚ୍‌ ଖେଳିଛି। ସେଥିମଧ୍ୟରୁ ୩୮୩ ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୪୧୮ ପରାଜୟବରଣ କରିଛି। ୫ ମ୍ୟାଚ୍‌ ଟାଇ ରହିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭେଟିବ। ଯଦି ଏହି ମ୍ୟାଚ୍‌ରେ ଦଳ ପରାସ୍ତ ହୁଏ ତେବେ ବିଶ୍ୱରେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ହାରିବାର ଅଲୋଡ଼ା ରେକର୍ଡ ନିଜ ନାମରେ ବହନ କରିବ।


All Right Reserved By Dharitri.Com

Posted inଖେଳ View All

ସେମିରେ ବୋପାନ୍ନା-ଶାପୋଭାଲୋଭ

ରୋଟରଡାମ, ୧୪।୨(ପି.ଟି.)- ଏଠାରେ ଚାଲିଥିବା ଏବିଏନ୍‌ ଆମ୍‌ରୋ ଓ୍ବାଲର୍‌ଡ ଟେନିସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ...

ଦୀପ୍ତିଙ୍କ ଦମ୍‌ଦାର ପ୍ରଦର୍ଶନ, ମନ୍ଧାନା ବିଫଳ

ଲଣ୍ଡନ, ୨୨।୮- ଏଠାରେ ଚାଲିଥିବା ଓ୍ବମେନ୍ସ କ୍ରିକେଟ୍‌ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟର୍‌ ଦୀପ୍ତି ଶର୍ମାଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ...

ବିଶ୍ୱକପ୍‌ରୁ ଶେହଜାଦ ଆଉଟ୍‌

ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ...

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା...

ବିଜୟ ଦ୍ୱାରରେ ଭାରତ ଏ’

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୭।୭(ପି.ଟି.)- ବାମହାତୀ ସ୍ପିନର ଶାହାବାଜ ନଦିମ ଦ୍ୱିତୀୟ ଥର ୫ ଉଇକେଟ ହାତେଇବା ଯୋଗୁ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ...

ବୋଲ୍ଟଙ୍କୁ ପଛରେ ପକାଇଲେ ମହିଳା ଆଥ୍‌ଲେଟ

ଦୋହା,୩୦।୯: ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ଇତିହାସରେ ସଫଳତମ ଆଥ୍‌ଲେଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କୁ ପଛରେ ପକାଇଛନ୍ତି ଆମେରିକାର ମହିଳା ଧାବକ ଏଲିସନ ଫେଲିକ୍ସ। ସେ ଚଳିତ...

ଟିମ୍‌ ଇଣ୍ଡିଆ କୋଚ୍‌ ପଦ ଦୌଡ଼ରୁ ସିମନ୍ସ ଓହରିଲେ

ମୁମ୍ବାଇ,୧୬।୮: ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଓପନର ଫିଲ ସିମନ୍ସ ଶୁକ୍ରବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ଫଳରେ ଟିମ୍‌...

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

Leave a comment

Your email address will not be published. Required fields are marked *