Posted inଖେଳ

କଟକରେ ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିୟନଶିପ୍‌ ୧୭ରୁ: ଓଡ଼ିଶା ସରକାର-ଟିଟିଏଫ୍‌ଆଇ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର, ୨ା୭ (ସ୍ପୋଟର୍‌ସ ବ୍ୟୁରୋ)-କଟକର ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌। ଏଥିଲାଗି ସୋମବାର ଓଡ଼ିଶା ସରକାର ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଟିଟିଏଫ୍‌ଆଇ) ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ (ଓଏସ୍‌ଟିଟିଏ) ସହିତ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ କ୍ରୀଡ଼ା ଯୁବସେବା ସଚିବ ତଥା କମିଶନର ବିଶାଲ ଦେବ ଟିଟିଏଫ୍‌ଆଇର ସିନିୟର ଉପସଭାପତି ଏସ୍‌.ଏନ୍‌. ସୁଲ୍‌ତାନ ଓ ଓଏସଟିଟିଏ ସଭାପତି ଏଲ. ଏନ୍‌. ଗୁପ୍ତା ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ସମସ୍ତ ୩ ପକ୍ଷର ଅଫିସିଆଲମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାରଙ୍କ ସହିତ ପାର୍ଟନରଶିପ୍‌ରେ ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ର ଆୟୋଜନ କରୁଥିବାରୁ ମୁଁ ଭାରତୀୟ ଟେବୁଲ ଟେନିସ ମହାସଂଘ ଏବଂ ରାଜ୍ୟ ଟେବୁଲ ଟେନିସ ଆସୋସିଏଶନକୁ ଶୁଭେଚ୍ଛା ଜଣାଉଛି। ଟେବୁଲ ଟେନିସ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ଘଟିବାରେ ଲାଗିଛି। କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ ରାଜ୍ୟରେ ଏହି ଖେଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସହାୟକ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକ ଲାଗି ମୁଁ ଶୁଭକାମନା ଜଣାଉଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ କହିଥିଲେ, ଏହି ଚାମ୍ପିୟନଶିପ୍‌ରେ ବିଶ୍ୱର କେତେଜଣ ଶ୍ରେଷ୍ଠ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଟିଟି ଖେଳାଳିମାନେ ଏସିଆଡ୍‌ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। ଆସନ୍ତା ଚାମ୍ପିୟନଶିପ୍‌ରେ ସେମାନଙ୍କ ପ୍ରଦର୍ଶନକୁ ନେଇ ଆମର ଉତ୍କଣ୍ଠା ରହିବ। ଆଇଟିଟିଏଫ୍‌ର ନିର୍ଦ୍ଦେଶକ ତଥା ଟିଟିଏଫ୍‌ଆଇର ପରାମର୍ଶଦାତା ଧନରାଜ ଚୌଧାରୀ କହିଥିଲେ ଓଡ଼ିଶା ଇତିମଧ୍ୟରେ ଅନେକ ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହିତ ଆୟୋଜନ କରି ବିଶ୍ୱ କ୍ରୀଡ଼ାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୬ ଦିନିଆ ପ୍ରତିଯୋଗିତାର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଅଂଶଗ୍ରହଣକାରୀ ଏବଂ ଦର୍ଶକମାନେ ସକାରାତ୍ମକ ଅଭିଜ୍ଞତା ନେଇ ଫେରିବେ ବୋଲି ଆମର ଦୃଢ ବିଶ୍ୱାସ। ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ ସଭାପତି ଗୁପ୍ତା କହିଛନ୍ତି, ଦେଶର ର଼୍ୟାଙ୍କିଙ୍ଗ ତାଲିକାରେ ଓଡ଼ିଶା ଟେବୁଲ ଟେନିସ୍‌ ଦଳ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଏକ ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଥିବାରୁ ଏହା ଆମ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ ଅନ୍ତର୍ଗତ ୧୪ଟି ଦେଶର ଦଳ ଭାଗ ନେବେ। ଭାଗ ନେଉଥିବା ଦେଶଗୁଡ଼ିକ ହେଲେ ଭାରତ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲାଣ୍ଡ, ଓ୍ବେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଓ ପାକିସ୍ତାନ। ଏହି ଚାମ୍ପିୟନଶିପ୍‌ରେ ପୁରୁଷ ଟିମ୍‌ ଓ ମହିଳା ଟିମ୍‌ ଇଭେଣ୍ଟ, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ଇଭେଣ୍ଟ ହେବ।


All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍‌, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୦।୭ (ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ଆପିଆଠାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ (ୟୁଥ୍‌, ଜୁନିୟର ଓ ସିନିୟର)ର ପ୍ରଥମ ଦିବସରେ ଓଡ଼ିଆ...

ରୁଟ୍‌ଙ୍କ ଶତକ: ଇଂଲଣ୍ଡର ସହଜ ବିଜୟ

ସାଉଥାମ୍ପଟନ,୧୫।୬(ପି.ଟି.)- ପ୍ରଥମେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ପରେ ତାରକା ଓପନର ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଆୟୋଜକ ତଥା ଫେଭରାଇଟ୍‌ ଇଂଲଣ୍ଡ...

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ...

ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍‌ ଓ୍ବେବସାଇଟ୍‌ ଅଚଳ

କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍‌ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍‌ ଅଚଳ ହୋଇଯାଇଛି। ସମରସେଟ୍‌...

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି...

ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଲେ ମାରିନ

ନୂଆଦିଲ୍ଲୀ,୫।୮- ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ କାରୋଲିନା ମାରିନ ଆଗାମୀ ବିଡ୍‌ବ୍ଲୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରି ଯାଇଛନ୍ତି। ଅହତ ସମସ୍ୟା ଦେଇ ଗତି କରୁଥିବା ସ୍ପାନିଶ...

ଅଭ୍ୟାସ ମ୍ୟାଚ୍‌: ଭାରତ ଅଗ୍ରଣୀ: ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ

ହାମିଲଟନ, ୧୬।୨(ପି.ଟି.)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଦ୍ୱିତୀୟ...

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ...

Leave a comment

Your email address will not be published. Required fields are marked *