ସମ୍ପାଦକୀୟ/ସାଙ୍ଗ ନ ହେଲେ ଶତ୍ରୁ

ଉତ୍ତର କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୩୦ ଜୁନ୍‌, ୨୦୧୯ରେ ପାଦ ଦେବା ପରେ ସମଗ୍ର ବିଶ୍ୱରେ ଚହଳ ପଡ଼ିଯାଇଛି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବା ଅଣସାମରିକ ମଣ୍ଡଳ (ଡିଏମ୍‌ଜେଡ୍‌) ଅତିକ୍ରମ କରି ପ୍ୟେଙ୍ଗ୍‌ୟାଙ୍ଗ୍‌ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ସାକ୍ଷାତ୍‌ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ଦାୟିତ୍ୱରେ ଥିବା ପ୍ରଥମ ଆମେରିକା ରାଷ୍ଟ୍ରପତି। ଉଲ୍ଲେଖଯୋଗ୍ୟ ଯେ, ଡିଏମ୍‌ଜେଡ୍‌ ହେଉଛି କୋରିଆ ଉପଦ୍ୱୀପକୁ ଦୁଇ ଭାଗରେ ବିଭକ୍ତ କରୁଥିବା ସୀମା, ଯାହା ଅସ୍ତ୍ରବିରତି ଅଞ୍ଚଳ ଭାବେ ଜଣାଶୁଣା। ସିଓଲରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କ ସହ ଭେଟଘାଟ ପରେ ଟ୍ରମ୍ପ୍‌ ଯେତେବେଳେ ଉତ୍ତର କୋରିଆରେ ପାଦ ଥାପି କିମ୍‌ଙ୍କ ସହ କରମର୍ଦ୍ଦନ କଲେ, ଏହା ବିଶ୍ୱ କୂଟନୈତିକ ଦୁନିଆକୁ ଦୋହଲାଇ ଦେଇଛି। ୧୯୫୦ରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇ ୧୯୫୩ରେ ଶେଷ ହୋଇଥିଲା। ଆର୍ମିଷ୍ଟାଇସ୍‌ ବଳରେ କୋରିଆ ଯୁଦ୍ଧର ଅବସାନ ଘଟିବା ପରଠାରୁ ଉତ୍ତର କୋରିଆ ଓ ଆମେରିକାର କୌଣସି ନେତା ଡିଏମ୍‌ଜେଡ୍‌ରେ ଏକାଠି ହୋଇ ନ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ୨୦୧୭ରେ ଉତ୍ତର କୋରିଆ ବାରମ୍ବାର ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଓ୍ବାଶିଂଟନ ସହ ପ୍ୟେଙ୍ଗ୍‌ୟାଙ୍ଗ୍‌ର ତିକ୍ତତା ବୃଦ୍ଧି ପାଇଥିଲା। ହେଲେ ୨୦୧୮ ଜୁନ୍‌ରେ ଦୁଇ ନେତା ସିଙ୍ଗାପୁରରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଅନୁରୂପ ଭାବେ ଫେବୃୟାରୀ ୨୦୧୯ରେ ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇପାରି ନାହିଁ। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍‌ ଯେଭଳି ଭାବେ ନିଜ ଆଡ଼ୁ ସମ୍ପର୍କ ବୃଦ୍ଧି ସକାଶେ ସୂତ୍ରପାତ କଲେ, ତାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ନୂଆ ଦିଗ ଉନ୍ମୋଚନର ସମ୍ଭାବନା ସୃଷ୍ଟି କରିଛି।
ଏକଜିଦିଆ ଓ ଆକ୍ରମଣାତ୍ମକ ଚରିତ୍ରର ବ୍ୟକ୍ତିଦ୍ୱୟ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌। ସେମାନଙ୍କ କାର୍ଯ୍ୟକଳାପକୁ ନିଜ ଦେଶ ସମେତ ବିଶ୍ୱସ୍ତରରେ ନିନ୍ଦା କରାଯାଇଆସୁଛି। ଅନ୍ତର୍ଜାତୀୟ ସ୍ତରରେ ଟ୍ରମ୍ପ୍‌ଙ୍କୁ ଯେତେ ନାପସନ୍ଦ କରାଯାଉଥିଲେ ମଧ୍ୟ କିମ୍‌ଙ୍କୁ ଭେଟି ସେ ଶାନ୍ତିର ଯେଉଁ ବୀଜବପନ କଲେ, ତାହା ଅନ୍ୟ ବିବାଦଗ୍ରସ୍ତ ରାଷ୍ଟ୍ର ପ୍ରତି ନୂଆ ସନ୍ଦେଶ ଦେବ ବୋଲି କୁହାଯାଇପାରିବ। ପ୍ରତ୍ୟେକେ ସାମାନ୍ୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରିଲେ ବୃହତ୍‌ ଓ ସାମୂହିକ ମଙ୍ଗଳ ପାଇଁ ପଥ ଉନ୍ମୁକ୍ତ ହୋଇଯିବା ସ୍ବାଭାବିକ।
ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୈତିକ ଯାତ୍ରା ଉପରେ ଦୃଷ୍ଟି ଦିଆଯାଇପାରେ। ନୂଆଦିଲ୍ଲୀ ଏବେ ବି ୧୯୫୦ ଦଶକର କୂଟନୀତି ଆପଣାଇ ଅନ୍ୟ ଉପରେ ବିଜୟ ଲାଭ କରିବାକୁ ପ୍ରୟାସ ଚଳାଇଲା ଭଳି ମନେହେଉଛି। କିନ୍ତୁ ବାସ୍ତବତା ହେଉଛି, ଭାରତର ଅର୍ଥନୈତିକ ପରିସ୍ଥିତିକୁ ଦେଖିଲେ ତାହା ଯୁଦ୍ଧ ସକାଶେ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ। ଆଧୁନିକ ଯୁଗରେ ଯୁଦ୍ଧ କେବେହେଲେ ସ୍ବଳ୍ପ ସମୟରେ ମୀମାଂସିତ ହେବ ନାହିଁ। ଭାରତର ସବୁଠାରୁ ବଡ଼ କୂଟନୈତିକ ବିଫଳତା ତା’ର ପଡ଼ୋଶୀ ଦେଶମାନଙ୍କ ସହିତ ଅପଡ଼ ହେବାରେ ପରିଲକ୍ଷିତ ହେଉଛି। ଏବେ ମଧ୍ୟ ନୂଆଦିଲ୍ଲୀର କୂଟନୀତି-ଆମ ସହ ବନ୍ଧୁତ୍ୱ ସ୍ଥାପନ କର, ନ ହେଲେ ତୁମେ ଶତ୍ରୁ-ରେ ଅଟକିଯାଇଛି। ଫଳରେ ଭାରତ କଳା ଧଳା ସ୍ତରରେ ରହିଯାଉଛି। ପଡ଼ୋଶୀ ଦେଶ ସହ ଉତ୍ତମ ସମ୍ପର୍କ ରହିପାରୁ ନ ଥିବାରୁ ସବୁ ସୀମାରୁ ବିପଦ ଲାଗି ରହିଛି। ସୀମାନ୍ତରେ ପ୍ରତିଦିନ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟୁଥିବା ବେଳେ ଜମ୍ମୁ ଓ କଶ୍ମୀରଠାରୁ ଅରୁଣାଚଳ ପ୍ରଦେଶ ଯାଏ ଥିବା ଭାରତୀୟ ଭୂଖଣ୍ଡର କିଛି କିଛି ଅଞ୍ଚଳକୁ ଚାଇନା ପ୍ରାୟ ମାଡ଼ି ଚାଲିଛି। ସେଥିପାଇଁ ଆମ ଦେଶର କୂଟନୀତିକୁ ପୁନର୍ବିଚାର କରାଯିବା ଆବଶ୍ୟକ।


All Right Reserved By

ବାତ୍ୟା ନିରୂପକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ପୃଥିବୀ ପାଇଁ ବୃହତ୍‌ ଆହ୍ବାନ ଭାବେ ଉଭା ହୋଇଛି। ପ୍ରତ୍ୟେକ ରାଷ୍ଟ୍ର ଏହା ଦ୍ୱାରା...

ସମ୍ପାଦକୀୟ/ଆଜି ଅସଲି, କାଲି ନକଲି

ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ...

ମରିଯାଉଛି ମଣିଷପଣ

ସୁଧୀର କୁମାର ନାୟକ ସକାଳୁ ସକାଳୁ ମହାପାତ୍ର ବାବୁଙ୍କ ମୁଣ୍ଡଟା ବିଗିଡ଼ିଯାଇଛି। ନିଜ ଝିଅପୁଅଙ୍କ ଚାଲିଚଳନ ଦିନକୁଦିନ ବେଢଙ୍ଗିଆ ହୋଇଯାଉଛି। ପିଲାମାନଙ୍କର ବେଶଭୂଷା, ଆଚାର ବ୍ୟବହାରରେ...

କ୍ଷମତା ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମତଦାନର କେଇ ସପ୍ତାହ ପରେ ଏବଂ ରାଜ୍ୟରେ ସରକାର ପରିବର୍ତ୍ତନର ବ୍ୟାପକ ସମ୍ଭାବନା ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଓଡ଼ିଶା କଂଗ୍ରେସର ଇତିବୃତ୍ତ

ଶରତ ଚନ୍ଦ୍ର ମିଶ୍ର ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ...

ସମ୍ପାଦକୀୟ/ସବୁଆଡ଼େ କ୍ଷତି

୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ...

ଅମୃତର ନାଭି

ଡ. ଲାବଣ୍ୟଚନ୍ଦ୍ର ସାହୁ ଗାଈ ବା ଗାଭୀକୁ ବେଦରେ ଅମୃତର ନାଭି କୁହାଯାଇଛି- ”ମାତା ରୁଦ୍ରାଣାଂ ଦୁହିତା ବସୂନାଂ ସ୍ବସାଦିତ୍ୟାନାମମୃତସ୍ୟ ନାଭିଃ।“ ଅର୍ଥାତ୍‌ ଗାଈ ହେଉଛି...

ସୁନ୍ଦର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷ ଲାଗି ଉପସ୍ଥାପନ କରିଥିବା ବଜେଟକୁ ନେଇ ଦୁଇ ଦିନ ହେବ ଢେର ଆଲୋଚନା ହେଲାଣି। ଇନ୍ଦିରା ଗାନ୍ଧୀଙ୍କ ପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *