Posted inଜାତୀୟ

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତର ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୯ରେ ରହୁଥିବା ଡାକ୍ତର ପ୍ରକାଶ ସିଂ(୫୫)ଙ୍କ ଘରୁ ଏକ ସୁଇସାଇଟ୍‌ ନୋଟ ଜବତ କରିଛି ପୋଲିସ। ଯେଉଁଥିରେ ସେ ଲେଖାଅଛି, ମୁଁ ମୋ ପରିବାର ସମ୍ଭାଳି ପାରୁ ନ ଥିବାରୁ ଏଭଳି ପଦକ୍ଷେପ ନେଉଛି। ସୂଚନାଯୋଗ୍ୟ, ମୂଳତଃ ବାରଣାସୀ ବାସିନ୍ଦା ପ୍ରକାଶ ଗତ ୮ ବର୍ଷ ହେଲା ଗୁରୁଗ୍ରାମରେ ରହିଆସୁଥିଲେ। ତାଙ୍କ ସ୍ତ୍ରୀ ସୋନୁ ସିଂ(୫୦)ଙ୍କ ୪ଟି ପ୍ଲୋ ସ୍କୁଲ ଥିଲା। ଝିଅ ଅଦିତି(୨୨) ଏବଂ ପୁଅ ଆଦିତ୍ୟ(୧୨) ପାଠ ପଢୁଥିଲେ। ପ୍ରକାଶ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସାମାଜିକମୂଳକ କାର୍ଯ୍ୟରେ ଜଡିତ ମଧ୍ୟ ଥିଲେ। କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତା’ର କାରଣ ଜଣାପଡିନାହିଁ। ପ୍ରଥମେ ସ୍ତ୍ରୀ ଏବଂ ଦୁଇ ସନ୍ତାଙ୍କୁ ଛୁରୀ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି।


All Right Reserved By Dharitri.Com

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ...

ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ: ରେଲଓ୍ବେର ୮୮ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଏକ ପ୍ରକାର ଜଳୁଛି କହିଲେ ଚଳେ। ପାଖାପାଖି ୩ ଦିନ ହେବ ସାରା ଦେଶରେ ସିଏଏକୁ...

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା...

ସରକାରୀ ସ୍କୁଲରେ ଚାଦର ବିଛାଇ ତଳେ ଶୋଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର,୨୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ‘ଭିଲେଜ ଷ୍ଟେ ପ୍ରୋଗ୍ରାମ’ କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର କଲବୁର୍ଗୀ ଜିଲାର ଅଫଜଲପୁର ଅନ୍ତର୍ଗତ ହେରୁର ଗଁ।କୁ ଗସ୍ତ କରିଥିଲେ।...

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ।...

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି।...

ବଜାରରେ ସିନ୍ଥେଟିକ୍‌ ଜିରା: ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚାଲିଛି ଚୋରା ବେପାର

ନୂଆଦିଲ୍ଲୀ,୨୦।୧୧: ଏବେ ବଜାରରେ ସିନ୍ଥେଟିକ୍‌ ଜିରା ମିଳୁଛି। ପ୍ରକୃତ ଜିରା ସହିତ ମିଶାଇ ଏହାକୁ ବିକ୍ରି କରାଯାଉଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚୋରା ବେପାର...

Leave a comment

Your email address will not be published. Required fields are marked *