ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ କରିପାରିବା ନାହିଁ। ଏହାର ଉପଯୁକ୍ତ ଯତ୍ନ ନ ନେଲେ ଆମକୁ ହୁଏତ ବାକି ଜୀବନ ବିଛଣାରେ ଶୋଇ ରହି କଟାଇବାକୁ ପଡ଼ିପାରେ। ତେବେ ଏହାକୁ କିପରି ସୁସ୍ଥ ରଖିବେ ସେ ବିଷୟରେ ଜାଣିବା ନିହାତି ଦରକାର। ପ୍ରଥମ କଥା ହେଲା ସନ୍ତୁଳିତ ଓଜନ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଅଧିକ ଥର ଚା’ କିମ୍ବା ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ପରିହାର କରନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ଅଧିକ ଲୁଣଜାତୀୟ ଖାଦ୍ୟ ଖାଇଲେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ତେଣୁ ସେପରି ଖାଦ୍ୟ ଯେତେ କମ ଖାଇବେ ସେତେ ଭଲ। ନିଶାଦ୍ରବ୍ୟ ସେବନ କୁପ୍ରଭାବ ମଧ୍ୟ ଅସ୍ଥି ଉପରେ ପଡିଥାଏ। ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ଅସ୍ଥିକୁ ସୁସ୍ଥ ରଖିବା ପଛରେ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି ଆଉ ଏହାର ମୁଖ୍ୟ ଉତ୍ସ ହେଲା ସକାଳର ସୂର୍ଯ୍ୟକିରଣ। ଶରୀରରେ କ୍ୟାଲସିୟମ ପରିମାଣ ଅସନ୍ତୁଳିତ ରହିଲେ ଅସ୍ଥି ଦୁର୍ବଳ ହୋଇଯାଏ। ଏପରି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ଏକ ସରଳ ଉପାୟ ରହିଛି ଯାହାକୁ ଆପଣେଇଲେ ଅସ୍ଥି ସୁସ୍ଥ ରହିବ। ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ।


All Right Reserved By

ପିଲାମାନଙ୍କ ବ୍ୟବହାରିକ ସମସ୍ୟା

  ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲା ମାନଙ୍କର ବୟସ ବଢ଼ିଥାଏ, ସେମାନଙ୍କ ବ୍ୟବହାରରେ ଅନେକ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଏଥିରୁ ଚାମୁଚେ…

ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା ହାର୍ଟ ଆଟାକ୍‌ ଓ ମେଦବହୁଳତା ଆଶଙ୍କା...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

ସକାଳ ଜଳଖିଆରେ ସାମିଲ କରନ୍ତୁ ନାହିଁ ଏସବୁ ଖାଦ୍ୟ

ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ବାଦ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

ଏସବୁ ରୋଗରୁ ମୁକ୍ତି ଦେଇ ଥାଏ ଆମ୍ବପତ୍ର, କିପରି ବ୍ୟବହାର କରିବେ ଜାଣନ୍ତୁ..

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ...

ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସ…

ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ। ଲମ୍ବା...

ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର। ପ୍ରସ୍ତୁତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *