Posted inଜାତୀୟ

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଥିବା ଅନ୍ୟ ୧୦ ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ରାସ୍ତା କଡରେ ଥିବା ଅନ୍ୟ ଯାନକୁ ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି। ସେହି ବାଟ ଦେଇ ଯାଉଥିବା ଶିକ୍ଷାମନ୍ତ୍ରୀ ମଧ୍ୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ବସ୍‌ଟି ନିୟନ୍ତ୍ରଣ ହରାଇ ଖାଲକୁ ଖସିପଡିଥିଲା। ସେଠାରେ ଥିବା ଲୋକେ ତୁରନ୍ତ ପିଲାମାନଙ୍କୁ ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପହଞ୍ଚାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ୨ ଛାତ୍ର ଓ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କର ଚିକିତ୍ସା ଚାଲିଛି।


All Right Reserved By Dharitri.Com

ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ: ଦେଶବ୍ୟାପୀ ଆକ୍ରୋଶ, ବିକ୍ଷୋଭ

ଆଲିଗଡ଼/ନୂଆଦିଲ୍ଲୀ,୮ା୬(ପି.ଟି.):ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଛି, ମସ୍ତିଷ୍କକୁ ଗଳିତ କରାଯାଇଛି ଓ ହାତଗୋଡ଼ ଭାଙ୍ଗି ଦିଆଯାଇଛି। ବଳାତ୍କାରକୁ ଅସ୍ବୀକାର କରାଯାଇ ପାରୁନାହିଁ। ନାବାଳିକଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ...

ଖାଦ୍ୟ ସାଥୀ ଯୋଜନାରେ ପଶ୍ଚିମବଙ୍ଗର ୮ କୋଟି ୫୦ ଲକ୍ଷ ଲୋକଙ୍କୁ ମିଳିଛି ଖାଦ୍ୟ ସୁରକ୍ଷା: ମମତା

କୋଲକାତା,୧୬।୧୦: ପଶ୍ଚିମବଙ୍ଗରେ ଖାଦ୍ୟ ସାଥୀ ଯୋଜନା ଅନ୍ତର୍ଗତ ରାଜ୍ୟର ୮କୋଟି ୫୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ମିଳିଛି। ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ...

ମଧ୍ୟପ୍ରଦେଶରେ ୫୩ ବର୍ଷ ତଳ ଘଟଣାର ପୁନରାବୃତ୍ତି: ବିଜୟାରାଜେଙ୍କ ପରେ ଏବେ ନାତି ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ଏପରି କରି ସେ ୫୩ ବର୍ଷ ତଳର ଇତିହାସ ଲୋକଙ୍କୁ ମନେ ପକାଇ ଦେଇଛନ୍ତି। ସେତେବେଳେ...

ବାଂଲାଦେଶ ସୀମାରେ ମିଠା ଦିଆନିଆ

ଅଗରତାଲା/ଅଜଓ୍ବଲ,୬ା୬(ପି.ଟି.): ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ବାଂଲାଦେଶ ସୀମା ଗାର୍ଡ (ବିଜିବି) ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ...

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ...

ରାଜୀବ ଗୌବା କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, ୨୨ା୮: ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ଦୁଇ ବର୍ଷ ଲାଗି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ...

ବିଧାୟକଙ୍କ କାର୍‌ରୁ ଦଳୀୟ ପତାକା ହଟାଇଲା ଏଏମ୍‌ୟୁ ପ୍ରଶାସନ

ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍‌ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍‌ ଏଏମ୍‌ୟୁ ପରିସରକୁ ପ୍ରବେଶ...

ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ

ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ...

Leave a comment

Your email address will not be published. Required fields are marked *