Posted inଜାତୀୟ

ସରକାରୀ ବାବୁଙ୍କୁ ଉପହାର ମନା

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ ମିଟିଂରେ ମୋବାଇଲ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ସରକାରୀ କର୍ମଚାରୀ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏବେ ଯୋଗୀ ସରକାରୀ ବାବୁ କାହାଠାରୁ ଉପହାର ଗ୍ରହଣ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ସଚିବ ମହେଶ ଗୁପ୍ତା ଏକ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, କୌଣସି ବାହାର ବ୍ୟକ୍ତି ସଚିବାଳୟ ମଧ୍ୟରେ ଉପହାର ଧରି ପ୍ରବେଶ କରି ପାରିବେ ନାହିଁ କିମ୍ବା ଏହାକୁ ସରକାରୀ ବାବୁଙ୍କୁ ଦିଆଯିବ ନାହିଁ। ଏଥି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ।


All Right Reserved By Dharitri.Com

ଭାଜପା କର୍ମୀଙ୍କ ଉପରେ ପୋଲିସର ଲାଠିମାଡ଼

କୋଲକାତା,୧୮ା୧(ଏଆଇଏନ୍‌ଏସ୍‌): ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଶନିବାର ଶୋଭାଯାତ୍ରା ବାହାର କରିଥିବା ଭାଜପା କର୍ମୀଙ୍କ ଉପରେ...

ମତଭେଦ ଯୋଗୁ ଆଉ ହେବନି ଝଗଡ଼ା: ମୋଦି

ମାମଲ୍ଲାପୁରମ୍‌,୧୨।୧୦: ପରସ୍ପର ମଧ୍ୟରେ ଥିବା ମତଭେଦ ଯୋଗୁ ଏବେ ଆଉ ଭାରତ-ଚାଇନା ମଧ୍ୟରେ ଅଯଥା ଝଗଡ଼ା ହେବନି। ଗତ ଦୁଇ ହଜାର ବର୍ଷରୁ ଅଧିକ ସମୟ...

ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ମଞ୍ଜୁରୀ ଦେଇଛି। ଏହାସହ ଆରମ୍ଭ ହୋଇଛି ଏନ୍‌ପିଆର୍‌ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଅର୍‌ସି)...

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର...

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ...

ଭୁଶୁଡିଲା କୋଠା:୨ ମୃତ, ଅନେକ ଆହତ

ଅହମ୍ମଦାବାଦ୍‌,୨୦।୧୦: ଗୁଜରାଟର ଭଦୋଦରାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳବାହିନୀ...

ଶର୍ଟସର୍କିଟ୍‌ରୁ ଫ୍ରିଜ୍‌ ଫାଟିଲା:ଖବରଦାତାଙ୍କ ସହ ସ୍ତ୍ରୀ, ମା’ଙ୍କ ମୃତ୍ୟୁ

ଚେନ୍ନାଇ,୨୮।୬:ଏକ ରେଫ୍ରିଜରେଟରରେ ବିସ୍ଫୋରଣ ହେବାରୁ ତାମିଲ ଟିଭି ଚ୍ୟାନେଲ୍‌ର ଖବରଦାତା, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଶର୍ଟ ସର୍କିଟରୁ ଏଭଳି ବିସ୍ଫୋରଣ...

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ...

Leave a comment

Your email address will not be published. Required fields are marked *