Posted inଜାତୀୟ

ଅମରନାଥ ଯାତ୍ରା: ୨୬ ବର୍ଷରେ ୧୪ ଆତଙ୍କବାଦୀ ଆକ୍ରମଣରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଗତ ୨୬ ବର୍ଷ ମଧ୍ୟରେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଉପରେ ୧୪ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ଗୋଇନ୍ଦା ବିଭାଗର ସତର୍କ ସୂଚନା ଆଧାରରେ ୪୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ୧୯୮୦ରେ ଶେଷ ଭାଗରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ଆରମ୍ଭ କରିଥିଲେ। ଏହାପରେ ୧୯୯୩ରେ ଆତଙ୍କବାଦୀ ସଂଗଠନ ହରକତ୍‌ ଉଲ୍‌ ଅଂସାର ଏବଂ ଲଶ୍କର-ଇ-ତୋଏବା ଦ୍ୱାରା ୨ଥର ଆକ୍ରମଣ ହୋଇଥିଲା। ଏଥିରେ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୯୯୪ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୧୯୯୫ରେ ୩ ଥର ଆତଙ୍କାବାଦୀ ଆକ୍ରମଣ ହୋଇଥିଲେ ମଧ୍ୟ କେହି ହତାହତ ହୋଇ ନ ଥିଲେ। ସେହିପରି ୧୯୯୬ରେ ହୋଇଥିବା ଆକ୍ରମଣରେ କୌଣସି କ୍ଷତି ଘଟି ନ ଥିଲା। ୨୦୦୦ ଅଗଷ୍ଟ ୨ରେ ହୋଇଥିବା ଆକ୍ରମଣରେ ୩୨ ଶ୍ରଦ୍ଧାଳୁ, ଦୋକାନୀ ତଥା ବାହକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ୨୦୦୧ ଜୁଲାଇ ୨୦ରେ ପହଲଗାମ ବେସ୍‌ କ୍ୟାମ୍ପ୍‌ ନିକଟରେ ଥିବା ଶେଷନାଗ ଲେକ୍‌ଠାରେ ତୀର୍ଥଯାତ୍ରୀ ଶିବିର ଉପରକୁ ହାତବୋମା ଫିଙ୍ଗାଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଥିଲେ। ୨୦୦୨ଅଗଷ୍ଟ ୬ରେ ଶ୍ରଦ୍ଧାଳୁଙ୍କ ଟ୍ୟାକ୍ସିକୁ ଟାର୍ଗେଟ୍‌ କରାଯାଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ଆହତ ହୋଇଥିଲେ। ୨୦୦୬ରେ ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ୧୧ ବର୍ଷ ପରେ ୨୦୧୭ ଜୁଲାଇ ୧୦ରେ ଅନନ୍ତନାଗଠାରେ ଆତଙ୍କବାଦୀ ତୀର୍ଥଯାତ୍ରୀ ବସ୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ ଜଣ ଆହତ ହୋଇଥିଲେ। ୨୦୧୮ରେ ୨ ଲକ୍ଷ ୮୫ ହଜାର ୬ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ସାମିଲ୍‌ ହୋଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହା ସମ୍ପନ୍ନ ହୋଇଥିଲା। ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।


All Right Reserved By

ମାୟାବତୀ,ମମତା, ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର: ଶରଦ ପାଓ୍ବାର

ମୁମ୍ବାଇ,୨୮।୪: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ବହୁମତ ସାବ୍ୟସ୍ତ କରିବାରେ ଅସଫଳ ହେବେ ତେବେ...

ମାସେ ଧରି ଝିଅର ମୃତଦେହକୁ ନିଜ ପାଖରେ ରଖି ଶୋଉଥିଲେ ମା’ ବାପା

ମିର୍ଜାପୁର,୧୮।୬: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। କଟରାର କୋତବାଲି ନିକଟସ୍ଥ ହଥିଆ ଫାଟକ ମହଲାରେ ଅବସରପ୍ରାପ୍ତ କନଷ୍ଟେବଳ ଦିଲାବର ଖାଁ ଓ...

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।...

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ...

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକିସ୍ତାନୀ ସେନା ନିହତ

ସୁନ୍ଦରବନି,୩୦।୭: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।...

ଶରୀର ପାଇଁ ବେଶ୍‌ ଉପକାରୀ ସଢା କଦଳୀ

କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍‌ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

୫ଲକ୍ଷର ନକଲି ନୋଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ନକଲି ନୋଟକୁ ଜବତ କରିଛି। ବାଂଲାଦେଶରୁ ଦିଲ୍ଲୀକୁ ଆସିଥିବା ୫ଲକ୍ଷ ନକଲି ନୋଟକୁ ଜବତ କରିବା ସହ ଏଥିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *