Posted inଜାତୀୟ

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ ଇଣ୍ଟରନେଟ ଜଣେ ବ୍ୟକ୍ତି ପୁରା ଛାଇଯାଇଛନ୍ତି, ଯିଏ ନିଜ ଶରୀରରେ ବାପି ଲେହରୀଙ୍କଠାରୁ ମଧ୍ୟ ଅଧିକ ସୁନା ପିନ୍ଧିଛନ୍ତି। ମହାରାଷ୍ଟ୍ର ପୁନେରେ ରହୁଥିବା ପ୍ରଶାନ୍ତ ଲକ୍ଷ୍ମଣ ସପକାଲ ଏବେ ଗୋଲଡେନ ମ୍ୟାନ ଭାବେ ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି। ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିବା ବେଳେ ନିଜ ଶରୀରରେ ୧ କି ୨ ନୁହେଁ ପୁରା ୫କିଲୋଗ୍ରାମର ସୁନା ଧାରଣ କରିଛନ୍ତି। ପ୍ରତିଦିନ ସେ ସୁନାରେ ତିଆରି ହୋଇଥିବା ଚେନ୍‌, ଚପଲ, ଲକେଟ, ବ୍ରେସଲେଟ୍‌ ପିନ୍ଧୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପୁନେରେ ଏକ ମଧ୍ୟବିତ୍ତ ପରିବାରରେ ପ୍ରଶାନ୍ତଙ୍କ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ହିଁ ତାଙ୍କର ସୁନା ପ୍ରତି ଦୁର୍ବଳତା ରହିଥିଲା। ଏହି ସ୍ବପ୍ନକୁ ପୁରା କରିବା ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି। ସ୍ନାତକ ପରେ ସେ ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଶାନ୍ତ ସୋସିଆଲ ଓ୍ବେଲଫେୟାର ଏନ୍‌ଏସ୍‌ଏସ୍‌ ନାମକ ଏକ ଗ୍ରୁପ୍‌ ଗଠନ କରି ଗରିବଙ୍କୁ ସାହାର୍ଯ୍ୟ କରୁଥିବା ଜଣାପଡ଼ିଛି।


All Right Reserved By

ଯାନ୍ତ୍ରିକ ତ୍ରୁଟି: ରନ୍‌ଓ୍ବେରୁ ଫେରିଲା ନୀତୀନ ଗଡ଼କରୀଙ୍କ ବିମାନ

ନାଗପୁର, ୧୩।୮: ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ରନ୍‌ଓ୍ବେ ଫେରାଇ ନିଆଯାଇଛି। ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ...

ଷଢ଼େଇକଳାରେ ମାଓବାଦୀ ଆକ୍ରମଣ: ୫ ପୋଲିସ ଶହୀଦ

ରାଞ୍ଚତ୍,୧୫ା୬: ଝାଡ଼ଖଣ୍ଡର ଷଢ଼େଇକଳା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ପୋଲିସ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସବ୍‌ଇନ୍ସିପେକ୍ଟର ଓ ୩ କନ୍‌ଷ୍ଟେବଲ...

କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ

ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦...

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର...

ଶ୍ରୀନଗରରେ ସୁଧୁରୁଛି ସ୍ଥିତି

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି। ଏହାପରେ କଶ୍ମୀରରେ ଧାରା ୩୭୦କୁ ଅଚଳ କରି...

୨୧ କଏଦୀଙ୍କ ଜରିମାନା ଟଙ୍କା ପଇଠ କରି ମୁକୁଳାଇଲେ ବ୍ୟବସାୟୀ

ଆଗ୍ରା,୧୫।୮: ସ୍ବାଧୀନତା ଦିବସ ଅବସରରେ ବ୍ୟବସାୟୀ ରାଜେଶ ସେହଗଲ ଉଦାହରଣ ସୃଷ୍ଟି କରିବା ଭଳି କାମ କରିଛନ୍ତି। ଉତ୍ତର ପ୍ରଦେଶ ଆଗ୍ରା ଜିଲା ଜେଲ୍‌ରେ ୨୧...

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *