ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି ଗଡ଼ିନାହିଁ । ଅନ୍ୟପଟେ ବସଷ୍ଟାଣ୍ଡଟି ଏବେ ଛେଳି ଗୁହାଳ ପାଲଟିଛି । କେବଳ ସେତିକି ନୁହେଁ, ପାଖକୁ କଂସେଇଖାନାରେ ଛେଳି ହଣାଯାଉଥିବା ଯୋଗୁ ବସଷ୍ଟାଣ୍ଡର ଗୋଟିଏ କୋଣରେ ରକ୍ତଛିଟା ଜମି ରହୁଛି । କଥା ଏତିକିରେ ସରିନାହିଁ, ବସଷ୍ଟାଣ୍ଡର ଚାରି ପାର୍ଶ୍ୱରେ ମଦ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବସ୍‌ଷ୍ଟାଣ୍ଡ ହୋଇଥିଲା, ତାହା ଆରମ୍ଭରୁ ଲକ୍ଷ୍ୟଚ୍ୟୁତ ହୋଇ ପଡ଼ିରହିଛି ।
ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ ରାସ୍ତାର କେନାଲ ଛକ ପାର୍ଶ୍ୱରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ବସ୍‌ଷ୍ଟାଣ୍ଡର ତିନି ପାର୍ଶ୍ୱରେ ୨ ମହଲା ଦୋକାନ ଗୃହ ରହିଛି । ଏହାର ଉତ୍ତର ପଟେ ଉଭୟ ତଳ ଓ ଉପର ମହଲାରେ ୨୮ଟି, ପୂର୍ବ ପଟେ ୧୮ଟି ଏବଂ ଦକ୍ଷିଣ ପଟେ ୨୩ଟି ଲେଖାଏଁ ଦୋକାନ ଗୃହ ରହିଛି। ପଶ୍ଚିମ ପଟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ହୋଇଛି। ସମୁଦାୟ ୧୩୮ଟି ଦୋକାନ ଗୃହ ଥିବାବେଳେ ଏପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଏହି ବସଷ୍ଟାଣ୍ଡକୁ ଗୋଟିଏ ବସ୍‌ ଆସି ନ ଥିବାବେଳେ ଦୋକାନଗୁଡ଼ିକ ମଧ୍ୟ ଖୋଲି ନାହିଁ। ଫଳରେ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଣିରେ ପଡିଛି ।
ଉଦଘାଟନ ହେବା ପୂର୍ବରୁ ନୂଆ ବସଷ୍ଟାଣ୍ଡକୁ ନେଇ ବିବାଦ ଉପୁଜିଥିଲା। ବସଷ୍ଟାଣ୍ଡ ନିର୍ମାଣ ଶୈଳୀରେ ଘରୋଇ ବସ୍‌ ମାଲିକ ସଂଘମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ଢ଼ଙ୍ଗରେ ବସଷ୍ଟାଣ୍ଡଟି ନିର୍ମାଣ ହୋଇଛି, ତାହା ବସ୍‌ ରଖିବା ପାଇଁ ଉପଯୋଗୀ ହୋଇପାରିବ ନାହିଁ ବୋଲି ସଂଘ ଅଭିଯୋଗ କରିଥିଲା। ଅନ୍ୟପଟେ ପାଖରେ ଥିବା ପୁରୁଣା ଘରୋଇ ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡଠାରୁ ଯଥେଷ୍ଟ ଭଲ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଭଳି ବାଦ ବିବାଦ ଦେଖାଯିବା ସତ୍ତ୍ବେ ଗତବର୍ଷ ନଭେମ୍ବର ୨୫ତାରିଖରେ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିଲା। ମାତ୍ର ଉଦଘାଟନ ଦିବସରୁ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ବସର ଚକ ମଧ୍ୟ ଏଯାଏ ସେଠାରେ ନ ଗଡ଼ିବା ଏବଂ ବସଷ୍ଟାଣ୍ଡ ପରିସର ଛେଳି ଗୁହାଳ, ମଦ୍ୟପଙ୍କ ଆଡ୍ଡା ପାଲଟିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।


All Right Reserved By

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର...

ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ

ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ...

ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ...

ଶିଳପୁଆରେ ମାଡ଼ମାରି ମା’ଙ୍କୁ ହତ୍ୟା: ଅଭିଯୁକ୍ତ ପୁଅ ଗିରଫ

ବରଗଡ଼ ଅଫିସ,୨୩।୭: ନିଜର ମା’ଙ୍କୁ ହତ୍ୟାକରି ପୁଅ ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗ୍ରାମରେ।...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପାଇବା ପରେ ଶେଷଦେବଙ୍କ ସହାୟତା ପାଇଁ ପହଞ୍ଚିଲା ବ୍ଲକ ପ୍ରଶାସନ

ସମ୍ବଲପୁର/ରେଙ୍ଗାଲି, ୧୬।୧୦(ବ୍ୟୁରୋ/ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ବ୍ରାହ୍ମଣୀପାଲି ହାଡଗୁଡ଼ିଆ ପଡ଼ାର ଶେଷଦେବ ରୋହିଦାସଙ୍କ ପରିବାର ଦୁଃଖକଷ୍ଟରେ ଚଲୁଥିବା ବେଳେ ଦିବ୍ୟାଙ୍ଗ ଝିଅ କେଶରୀ ରୋହିଦାସ...

ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି...

ନିଜସ୍ବ ଅର୍ଥରେ ଲୋକେ ଖୋଳିଲେ ଜଳାଶୟ

ଟିକ୍ରାପଡା, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଟିକ୍ରାପଡା ପଞ୍ଚାୟତ ଅଧିନ ଫଟାମୁଣ୍ଡା ଗ୍ରାମବାସୀ ସ୍ନାନ ପାଇଁ ନିଜ ହାତରୁ ଖର୍ଚ୍ଚ କରି ନିକଟସ୍ଥ ମନ୍ତ୍ରୀକଟାରେ...

ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *