Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ର ଦ୍ୱିତୀୟ ସଂସ୍କରଣ: ଜଳ ସଂରକ୍ଷଣ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୧ା୭(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ରବିବାର ଆରମ୍ଭ କରିଛନ୍ତି। ଏହି ସଂସ୍କରଣର ପ୍ରଥମ ଅଭିଭାଷଣରେ ସେ ଦେଶବାସୀଙ୍କୁ ଜଳ ସଂରକ୍ଷଣ କରିବା ଲାଗି ଆହ୍ବାନ ଦେଇଛନ୍ତି। ଦେଶର ବୃହତ ଜଳଭଣ୍ଡାର ଏବଂ ନଦୀଗୁଡ଼ିକରେ ଜଳପତ୍ତନ ଯଥେଷ୍ଟ ହ୍ରାସ ପାଇଥିବାରୁ ବହୁ ସହର ଏବେ ଜଳସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷାଜଳ ସଂରକ୍ଷଣ କରିବା ଜରୁରୀ ହୋଇପଡିଛି। ସ୍ବଚ୍ଛତା ଅଭିଯାନ ସହିତ ଏହାକୁ ମଧ୍ୟ ଗଣଆନ୍ଦୋଳନ ଭାବେ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଜଳସଂରକ୍ଷଣ ପାଇଁ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇପାରେ। ତେବେ ପ୍ରତି ବୁନ୍ଦା ଜଳ ସଂରକ୍ଷଣ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ସମସ୍ତ ଭାରତୀୟ ସଚେତନତା ସୃଷ୍ଟି କରିବା ଏବଂ ପାରମ୍ପରିକ ଜଳସଂରକ୍ଷଣ ପଦ୍ଧତି ସମ୍ପର୍କରେ ଜାଣିଥିଲେ ତାହାକୁ ସେୟାର କରିବାକୁ ମୋଦି ଆହ୍ବାନ ଦେଇଛନ୍ତି।
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଗତ ଫେବୃୟାରୀ ୨୪ରେ ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ନିର୍ବାଚନ ପରେ ସେ ପୁଣି ଥରେ ତାଙ୍କର ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ଫେରିବେ ବୋଲି କହିଥିଲେ। ତାଙ୍କୁ ଫେରାଇ ଆଣିଥିବାରୁ ରବିବାର ସେ ଏହାର ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି। ପ୍ରକୃତରେ କହିବାକୁ ଗଲେ ସେ ଫେରିନାହାନ୍ତି, ଜନସାଧାରଣ ତାଙ୍କୁ ଫେରାଇ ଆଣିଛନ୍ତି ଓ ପୁଣି ଥରେ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାର ସୁଯୋଗ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ସମୟ ସମ୍ପର୍କରେ ମନେପକାଇଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଗଣତନ୍ତ୍ରକୁ ହେୟଜ୍ଞାନ କରନାହିଁ। କୌଣସି ଜିନିଷ ସହଜରେ ମିଳିଗଲେ ଲୋକେ ତାହାର ଗୁରୁତ୍ୱକୁ ଅନୁଭବ କରିପାରନ୍ତି ନାହିଁ। ସେ ଉଦାହରଣ ଦେଇ କହିଛନ୍ତି, ଜଣେ ପ୍ରତିଦିନ ଠିକ୍‌ ସମୟରେ ଖାଇବାକୁ ପାଉଥିଲେ ଯେପରି କ୍ଷୁଧାର ଜ୍ୱାଳାକୁ ଅନୁଭବ କରିପାରେ ନାହିଁ ସେହିପରି ଗଣତନ୍ତ୍ରକୁ ଛଡାଇ ନିଆ ନ ଗଲେ, ଗଣତାନ୍ତ୍ରିକ ଅଧିକାରରେ ଯେଉଁ ଆନନ୍ଦ ରହିଛି, ତାହାର ସ୍ବାଦ ପାଇବା ଦୈନନ୍ଦିନ ଜୀବନରେ କଷ୍ଟକର ହୋଇଥାଏ। ଜରୁରୀ ପରିସ୍ଥିତି ସମୟରେ ହିଁ ଦେଶବାସୀ ଅନୁଭବ କରିବା ଆରମ୍ଭ କରିଥିଲେ ଯେ ସେମାନଙ୍କଠାରୁ କିଛି ଛଡ଼ାଇ ନିଆଯାଇଛି। ସାମାଜିକ ବ୍ୟବସ୍ଥାର ସୁପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ସମ୍ବିଧାନର ଆବଶ୍ୟକତା ରହିଛି। ଏଥିପାଇଁ ଆଇନ ଓ ନିୟମାବଳୀ ଜରୁରୀ, ଅଧିକାର ଓ କର୍ତ୍ତବ୍ୟ ମଧ୍ୟ ବିତର୍କର ଅଂଶବିଶେଷ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୁନ୍‌ ୨୫ରେ ଜରୁରୀ ପରିସ୍ଥିତିର ୪୪ତମ ବାର୍ଷିକୀ ଯାଇଛି। ୧୯୭୭ ଲୋକ ସଭା ନିର୍ବାଚନରେ ଜନସାଧାରଣ ସେମାନଙ୍କ ଅଧିକାର ଓ ଆବଶ୍ୟକତା ସମ୍ପର୍କରେ ଚିନ୍ତା ନ କରି ଭୋଟ ଦେଇଥିଲେ। କାରଣ ସେତେବେଳେ ସେମାନେ କେବଳ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଭୋଟ ଦେଇଥିଲେ। ଗଣତନ୍ତ୍ର ଭାରତୀୟ ସଂସ୍କୃତି ଓ ଐତିହ୍ୟର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ଯଦି ଦେଶବାସୀ ସାମୂହିକ ଉଦ୍ୟମ କରିବେ ତେବେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିପାରିବ। ଆମେ ଏକାଠି କଠିନ ପରିଶ୍ରମ କଲେ ବହୁ କଷ୍ଟସାଧ୍ୟ କାର୍ଯ୍ୟରେ ଆମେ ସଫଳ ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି। ଏହି ଅବସରରେ ଯୋଗର ଗୁରୁତ୍ୱ ସମ୍ପର୍କରେ ମୋଦି ଦୋହରାଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଖୁବ୍‌ ଉତ୍ସାହର ସହ ଦେଶବିଦେଶରେ ପାଳିତ ହୋଇଛି। ସୁସ୍ଥ ବ୍ୟକ୍ତି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ଏବଂ ଯୋଗ ତାହା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ୯୧ କୋଟି ଭୋଟରଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୬୧ କୋଟି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି, ଯାହାକି ଚାଇନାକୁ ବାଦ୍‌ଦେଲେ ଅନ୍ୟ ଯେକୌଣସି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ଏଥର ଲୋକ ସଭାକୁ ସର୍ବାଧିକ ୭୮ ମହିଳା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ଭୋଟରମାନଙ୍କ ସଚେତନତାକୁ ସାଲ୍ୟୁଟ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ଗୁଗଲ ଗୁରୁ’ରେ ସବୁକିଛି ଉପଲବ୍ଧ ହେଉଥିବାବେଳେ ଅଧିକରୁ ଅଧିକ ବହି ପଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଦୈନନ୍ଦିକ କର୍ମମୟ ଜୀବନରୁ କିଛି ସମୟ ବାହାର କରି ଏହାକୁ ପୁସ୍ତକ ଅଧ୍ୟୟନରେ ନିବେଶ କରିବା ଉଚିତ। ଫୁଲତୋଡା ପରିବର୍ତ୍ତେ ପୁସ୍ତକ ଉପହାର ଦେବା ଲାଗି ସେ କହିଛନ୍ତି।


All Right Reserved By Dharitri.Com

ଦେଶର ଆର୍ଥିକ ସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ୩୦ରେ କଂଗ୍ରେସ ମୋଦି ସରକାରଙ୍କୁ...

ଡୋଭାଲଙ୍କ ଘରେ ଧାର୍ମିକ ନେତାଙ୍କ ବୈଠକ : ଶାନ୍ତି, ସହାବସ୍ଥାନ ପାଇଁ ସହମତି

ନୂଆଦିଲ୍ଲୀ,୧୧ା୧୧(ପି.ଟି.): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ଦିନକ ପରେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ପାଇଁ ଉଭୟ...

ମେଳା ଦେଖି ରାତିରେ ଫେରୁଥିବାବେଳେ ୨ ନାବାଳିକାଙ୍କୁ ଗଣବଳାତ୍କାର

ରାଞ୍ଚି,୧୭।୧(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡର ଖୁଣ୍ଟି ଜିଲା କଳାମାଟି ବ୍ଲକରେ ୨ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ୪ ଜଣଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ୫ମରୁ ୮ମ ଶ୍ରେଣୀ ମଧ୍ୟରେ...

ଅନନ୍ତନାଗ ହାଇଓ୍ବେରେ ଆଇଇଡି ସନ୍ଦେହ: ଅମରନାଥଯାତ୍ରା ସ୍ଥଗିତ

ଶ୍ରୀନଗର,୨୩।୭: ଜମ୍ମୁ କଶ୍ମୀର ଅନନ୍ତନାଗ ହାଇଓ୍ବେରେ ଆଇଇଡି ଥିବା ସନ୍ଦେହରେ ଅମରନାଥ ଯାତ୍ରାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମୀର ବଜାରରେ...

ଅହମ୍ମଦାଦରେ ଭୁଶୁଡିଲା ୩ମହଲା କୋଠା

ଅହମ୍ମଦାବାଦ,୫।୯: ଗୁଜରାଟ ଅହମ୍ମଦାବାଦ ଅମରାଇଓ୍ବାଡିରେ ଗୁରୁବାର ଦ୍ୱିପହରରେ ଏକ ୩ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡ଼ିଛି। ଘରର କାନ୍ଥ ପଡ଼ିବାରୁ ଏହାର ଭଗ୍ନାବଶେଷ ତଳେ ବହୁ...

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ...

୨୦୨୧ କୁମ୍ଭମେଳା ପୂର୍ବରୁ ମରାମତି ହେବ ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ପୋଲ

ଡେରାଡୁନ୍‌, ୩।୮: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

Leave a comment

Your email address will not be published. Required fields are marked *