Posted inଜାତୀୟ

କର୍ନାଟକରେ ଆତଙ୍କବାଦୀ ଆକ୍ରମଣ ସୂଚନା ମିଥ୍ୟା: ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୨୭।୪: ଭାରତର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ପ୍ରାୟ ୭ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଏକ ଫୋନ୍‌ କଲ୍‌ ପାଇବା ପରେ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାର ଯାଞ୍ଚ କରିବା ସମୟରେ ବେଙ୍ଗାଲୁରୁ (ରୁରାଲ) ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କାରଣ ଏହା ଥିଲା ଏକ ମିଥ୍ୟା ଫୋନ୍‌ କଲ୍‌। ସୁନ୍ଦର ମୁର୍ତ୍ତି ନାମକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଏହି ମିଥ୍ୟା କଲ୍‌ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ବେଙ୍ଗାଲୁରୁ (ରୁରାଲ) ଏସ୍‌ପି ରାମ ନିବାସ ସେପାତ ସୂଚନା ଦେଇ କହିଛନ୍ତି ମୁର୍ତ୍ତି ଭାରତୀୟ ସେନାରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେ ୧୯୯୫ରେ ଅବସର ଗ୍ରହଣ କରିଛନ୍ତି। ତେବେ ଶ୍ରୀଲଙ୍କା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବାର ଗୋଟିଏ ଦିନ ପରେ ମୁର୍ତ୍ତି ଫୋନ୍‌ କରି ଏକ ମିଥ୍ୟା ସୂଚନା ଦେଇଥିଲେ।


All Right Reserved By Dharitri.Com

ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ

ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ...

ନୂଆ ଭାରତ ଗଠନର ସଙ୍କେତ ଦେଲେ ମୋଦି: ନିର୍ମାଣ ହେବ ୨ କୋଟି ଘର, ୧୫ କୋଟି ଘରେ ପହଞ୍ଚିବ ପିଇବା ପାଣି, ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା

ନୂଆଦିଲ୍ଲୀ,୧୫।୮: ନୂଆ ଭାରତ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଙ୍କେତ ଦେଇଛନ୍ତି। ନୂଆ ଭାରତରେ ଲୋକଙ୍କ ପାଇଁ ୨ କୋଟି ଘର ନିର୍ମାଣ...

ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ୬: ସବୁଠୁ ଆଗରେ ଗାଜିଆବାଦ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣାରେ ମଧ୍ୟ ପ୍ରଦୂଷଣର...

ଭାଜପାରୁ ୬ ବର୍ଷ ପାଇଁ ବାସନ୍ଦ ହେଲେ ବିଧାୟକ

ନୂଆଦିଲ୍ଲୀ, ୧୭।୭: ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ ଚାମ୍ପିଅନ ଦୁଇ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ଦଳରୁ...

ଦେଶର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପାଠ ପଢ଼ାଉଛନ୍ତି ସାଇକେଲ୍‌ ଗୁରୁ

ମିର୍ଜାପୁର,୧୨।୧୧: ସାଇକେଲରେ ଭ୍ରମଣ କରି ଦେଶର ବିଭିନ୍ନ ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସାଇକେଲ ଗୁରୁ ଆଦିତ୍ୟ କୁମାର। ସେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରି...

ପ୍ଲାଷ୍ଟିକ୍‌ ବଦଳରେ ମିଳିବ ଖାଦ୍ୟ

ରାୟପୁର,୧୬।୭: ଦେଶରେ ସ୍ବଚ୍ଛତା ଓ ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକେ ପ୍ଲାଷ୍ଟିକ୍‌ ଯୋଗୁ ବାୟୁ...

ଆର୍‌ସି ଏବଂ ଡିଏଲ୍‌ ସହିତ ଲିଙ୍କ୍‌ ହେବ ମୋବାଇଲ୍‌ ନମ୍ବର: ମୋଦି ସରକାର ଲୋଡିଲେ ଲୋକଙ୍କ ମତାମତ

ନୂଆଦିଲ୍ଲୀ,୭।୧୨: ଏଣିକି ରେଜିଷ୍ଟ୍ରେଶନ ସାର୍ଟିଫିକେଟ(ଆର୍‌ସି) ଏବଂ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ସହିତ ମୋବାଇଲ୍‌ ନମ୍ବରକୁ ଲିଙ୍କ୍‌ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି।...

ବିଶ୍ୱ ଦେଖିବ ପରାକ୍ରମ: ନୌସେନାର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ

ମୁଜାଫରପୁର: ଆକାଶ ପରେ ସମୁଦ୍ରର ଅଥଳ ଜଳରାଶିରେ ପରାକାଷ୍ଠା ଦେଖାଇବେ ଭାରତୀୟ ମହିଳା। ବାୟୁସେନା ପରେ ଏବେ ନୌସେନାକୁ ମିଳିବାକୁ ଯାଉଛି ଦେଶର ପ୍ରଥମ ମହିଳା...

Leave a comment

Your email address will not be published. Required fields are marked *