ଏବେ ସହରକୁ ବିପଦ ସାଳନ୍ଦୀ

ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ ଧାରଣ କରି ବନ୍ୟାବିତ୍ପାତ ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏହି ନଦୀ ଏବେ ଭଦ୍ରକ ସହର ଓ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଜିଲା ପାଇଁ ବିଶେଷକରି ନଦୀର ଦଳ ଓ ଆଡ଼ିବନ୍ଧ ସମସ୍ୟା ସୃଷ୍ଟି କରିଛି। ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୫ ବର୍ଷ ପୂର୍ବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନଦୀ ଦଳରେ ପୋତି ହେବାକୁ ବସିଛି। ନଦୀରୁ ଦଳ ସଫା କରିବା ଆଳରେ ବର୍ଷାଋତୁ ପୂର୍ବରୁ ବିଭାଗ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ କୌଣସି ସୁଫଳ ମିଳିପାରୁ ନ ଥିବାରୁ ଭଦ୍ରକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାର ପୁନରାବୃତ୍ତି ଏଥର ହୋଇପାରେ ବୋଲି ନଦୀକୂଳିଆ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖନୀୟ ଯେ, ମହାବାତ୍ୟା ବେଳେ ସାଳନ୍ଦୀ ନଦୀକୁ ସହରର ଜଳ ନିଷ୍କାସିତ ହୋଇ ନ ପାରି ୭ ଦିନ ଧରି ସହରାଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଲାଗି ଭଦ୍ରକବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ସଂସ୍କାର ଯୋଜନା କରାଯାଇଥିଲା। ନଦୀଗର୍ଭକୁ ଖନନ କରିବା ସହ ବନ୍ଧକୁ ସୁଦୃଢ କରିବା ଲକ୍ଷ୍ୟ ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଏହି ନଦୀ ଉପରେ ଜିଲାର ଚାଷବାସ ନିର୍ଭର କରୁଛି। ସହରର ମୁଖ୍ୟ ଜଳ ନିଷ୍କାସନ ନାଳ କୁହାଯାଉଥିବା ସାଳନ୍ଦୀ ନଦୀ ଏବେ ଦଳରେ ପରିପୂର୍ଣ୍ଣ। କୁଅଁାସ ଅର୍ଜୁନ ସେତୁ ନିକଟରେ ଦଳ ଆଚ୍ଛାଦିତ ହୋଇ ରହିଛି। ସାମାନ୍ୟ ବର୍ଷାପାଣି ଆସିଲେ ସେତୁର ପିଲର୍‌ ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି। ନଦୀରେ ବନ୍ୟା କଥା ଦୂରେ ଥାଉ ସାମାନ୍ୟ ବର୍ଷାଜଳରେ ଭାସିବ ଭଦ୍ରକ। ଦଳ କାରଣରୁ ଜଳନିଷ୍କାସିତ ହୋଇ ନ ପାରି କୂଳ ଲଙ୍ଘିବ। ଅନ୍ୟପକ୍ଷେ ନଦୀକୂଳିଆ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରେ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଇଛି। ଜିଲାକୁ ବନ୍ୟାମୁକ୍ତ କରିବା ସକାଶେ ଆରମ୍ଭ ହୋଇଥିଲା ବୃହତ୍‌ ସାଳନ୍ଦୀ ସଂସ୍କାର ଯୋଜନା। ନଦୀଗର୍ଭ ଖନନ, ପାର୍ଶ୍ୱବନ୍ଧ ନିର୍ମାଣ ଏବଂ ସେତୁ ନିର୍ମାଣରେ ପ୍ରାୟ ଦେଢ଼ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ସେହିପରି ଗତବର୍ଷ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ନଦୀର ଉପରମୁଣ୍ଡ ଗୋବିନ୍ଦପୁର ପୋଲଠାରୁ ନିମ୍ନଭାଗ ବିଲଣା-ବାରୋ ପର୍ଯ୍ୟନ୍ତ ପ୍ରାୟ ୨୩ ଟି ସେତୁ ସଂଲଗ୍ନ ଅଞ୍ଚଳରେ ଦଳ ସଫେଇ କରାଯାଇଥିଲା। ହେଲେ ଫଳ ଶୂନ। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ କହିଛନ୍ତି, ସାଳନ୍ଦୀ ନଦୀରୁ ଦଳ ସଫେଇ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଡକାଯିବ। ଜୁଲାଇ ମାସ ସୁଦ୍ଧା ନଦୀରୁ ଦଳ କଢ଼ା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ହଦଗଡ ଆନିକଟ ନିର୍ମାଣ ଯୋଗୁ ସାଳନ୍ଦୀ ନଦୀରେ ଆଗ ଭଳି ବନ୍ୟା ଆସୁନାହିଁ। ଫଳରେ ନଦୀ ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଥିବାରୁ ସାଳନ୍ଦୀ ସବୁବେଳେ ଦଳଭର୍ତ୍ତି ହୋଇ ରହୁଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।


All Right Reserved By Dharitri.Com

ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୋଡ଼ା,୨୨।୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବନେଇକଳା ଠାରେ ଜଣେ ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂତ୍ରରୁ ଜଣାପଡ଼ିଛି ଯେ, ବନେଇକଳା ବସ୍ତିରେ...

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ଉଦ୍‌ଘାଟିତ: ଫଳକରେ ଏମ୍‌ପିଙ୍କ ନାମ ନ ଥିବାରୁ ପ୍ରତିବାଦ

ବାଲିଆପାଳ, ୧୩।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଅନୁଦାନରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ନବନିର୍ମିତ ବହିଃବିଭାଗକୁ ଗୁରୁବାର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ୟଅତିଥି ଭାବେ...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୧୮।୫-ବାଲେଶ୍ୱର-ଭଦ୍ରକ ଜିଲାର ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ)ରେ କାଜୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ବିଏସ୍‌ଏନ୍‌ଏଲ୍‌ ଅଫିସ୍‌...

ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ

ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ...

ଚମ୍ପୁଆରେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ବିଜୟୀ

ଚମ୍ପୁଆ, ୨୩।୫(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ମୁରଲୀ...

ସ୍ବାମୀଙ୍କ ଚିହ୍ନା କହି ମହିଳାଙ୍କଠୁ ଲୁଟ୍‌

ଭଦ୍ରକ ଅଫିସ, ୨।୬ – ସ୍ବାମୀଙ୍କ ଚିହ୍ନା କହି ଜଣେ ଯୁବକ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଭଦ୍ରକ ଟାଉନ ଥାନାରେ...

ମାଛ ଧରିବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମ ଉପରସାହିର ଜଣେ ବ୍ୟକ୍ତି ଶନିବାର ପୂର୍ବାହ୍ନରେ ଘର ନିକଟ ବୈତରଣୀ ଘାଟକୁ ମାଛ...

Leave a comment

Your email address will not be published. Required fields are marked *